Cricket World Cup 2023: କେମିତି ଥିଲା କଠିନ ପରିସ୍ଥିତିର ଅନୁଭବ, ସେୟାର କଲେ କୋହଲି-ରାହୁଲ

By ETV Bharat Odisha Team

Published : Oct 9, 2023, 10:55 PM IST

thumbnail

ହାଇଦ୍ରାବାଦ: ବିଶ୍ବକପ୍‌ ୨୦୨୩ ଅଭିଯାନ ବିଜୟରୁ ଆର୍ଭ କରିଛି ଟିମ୍‌ ଇଣ୍ଡିଆ । ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ୨୦୦ ରନର ଟାର୍ଗେଟ ମିଳିଥିବାବେଳେ ଭାରତ ଏକଦା ୨ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ଏତିକି ବେଳେ ବିରାଟ କୋହଲି ଓ କେଏଲ୍‌ ରାହୁଲ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ ଏବଂ ଅଷ୍ଟ୍ରେଲିଆ ପଞ୍ଝାରୁ ମ୍ୟାଚ୍‌କୁ ଛଡ଼ାଇ ଆଣିଥିଲେ । ବିରାଟ ୮୫ ରନ୍‌ର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି କରି ଆଉଟ୍‌ ହେବାବେଳକୁ ଦଳକୁ ସଙ୍କଟରୁ ମୁକୁଳାଇ ସାରିଥିଲେ । ଅନ୍ୟପଟେ ରାହୁଲ ଅପରାଜିତ ୯୭ ରନ୍‌ର ପାଳି ଖେଳି ଶେଷରେ ଛକା ମାରି ବେଶ ଚମତ୍କାର ଢଙ୍ଗରେ ମ୍ୟାଚ୍‌ ଶେଷ କରିଥିଲେ । ତେବେ କିପରି ଥିଲା ଏଭଳି କଠିନ ପରିସ୍ଥିତିରେ ବ୍ୟାଟିଂ କରିବା, ସେନେଇ ବିସିସିଆଇ ଟିଭିରେ ଉଭୟ ବିରାଟ କୋହଲି ଓ କେଏଲ୍‌ ରାହୁଲ ଆଲୋଚନା କରିଛନ୍ତି । ଯାହାର ଭିଡିଓ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ସେୟାର କରିଛି ବିସିସିଆଇ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.