ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ, ସମ୍ବଲପୁର କଂଗ୍ରେସର ସତ୍ୟାଗ୍ରହ

By

Published : Mar 29, 2023, 10:56 AM IST

thumbnail

ସମ୍ବଲପୁର: ସମ୍ବଲପୁରରେ କଂଗ୍ରେସର ସତ୍ୟାଗ୍ରହ । ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରାଯିବାର ପ୍ରତିବାଦରେ ଗତକାଲି ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଅଶ୍ୱିନୀ ଗୁରୁଙ୍କ ନେତୃତ୍ୱରେ ଏହି ପ୍ରଦର୍ଶନ କରାଯାଇଥିଲା । ସମ୍ବଲପୁର ଜିଲ୍ଲା ସ୍କୁଲ ନିକଟସ୍ଥ କଲାମ ଛକର ଏପିଜେ ଅବଦୁଲ କାଲାମଙ୍କ ପ୍ରତିମୂର୍ତ୍ତି ନିକଟ ପାର୍କ ସମ୍ମୁଖରେ ଜିଲ୍ଲା କଂଗ୍ରେସର ସଦସ୍ୟ ମାନେ ସତ୍ୟାଗ୍ରହ କରିଥିଲେ l କେନ୍ଦ୍ର ମୋଦି ସରକାର ଅଗଣତାନ୍ତ୍ରିକ ଭାବରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରିବାର ଷଡଯନ୍ତ୍ର ରଚିଛି ବୋଲି ଅଭିଯୋଗ କରିଛି ସମ୍ବଲପୁର ଜିଲ୍ଲା କଂଗ୍ରେସ l 

ଏନେଇ କଂଗ୍ରେସ ପକ୍ଷରୁ ହୋଇଥିବା ଏହି ସତ୍ୟାଗ୍ରହରେ ଜିଲ୍ଲାର 4ଟି ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇ କେନ୍ଦ୍ର ବିରୁଦ୍ଧରେ ଗର୍ଜିଥିଲେ । ଏଥିସହ ବିଗତ ଦିନରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ମୋଦି ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଗକୁ ମଧ୍ୟ କଂଗ୍ରେସ ଏହି ପ୍ରସଙ୍ଗ ନେଇ ରାଜରାସ୍ତାରେ ଓହ୍ଲାଇବ ବୋଲି ଦୃଢତାର ସହ ପରିପ୍ରକାଶ କରିଛି । ଆଗାମୀ ଦିନରେ ସମ୍ବଲପୁର ଜିଲ୍ଲାର 9ଟି ଯାକ ବ୍ଲକରେ ତୃଣମୂଳ ସ୍ତରରୁ ଦଳକୁ ମଜଭୁତ କରାଯାଇ ଏହାର ଜବାବ ଦିଆଯିବ ବୋଲି କହିଛି କଂଗ୍ରେସ ।

ଇଟିଭି ଭାରତ,ସମ୍ବଲପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.