ଚିରଞ୍ଜୀବ-ସୌମ୍ୟଙ୍କ ଉପରେ ସୁର ଖପ୍ପା, କହିଲେ କଂଗ୍ରେସକୁ ଏତେ ଶସ୍ତା ଭାବନି

By

Published : May 10, 2023, 10:10 PM IST

thumbnail

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳଙ୍କ ଉପରେ କଡା ଆଭିମୁଖ୍ୟ ଦେଖାଇଲେ ସୁର । ଦୁଇ ଦିନ ତଳେ ଭୁବନେଶ୍ବରରେ ଜାନକୀ ବସନ୍ତ ଯୋଡି ଓଡ଼ିଶା ରାଜନୀତିରେ ସୁବର୍ଣ୍ଣ ଯୁଗ ଶୀର୍ଷକ କାର୍ଯ୍ୟକ୍ରମରେ ପିସିସି ସଭାପତିଙ୍କୁ ସମାଲୋଚନା କରିଥିଲେ ଚିରଞ୍ଜୀବ ବିଶ୍ବାଳ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଚିରଞ୍ଜୀବଙ୍କ ସମେତ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଚିରଞ୍ଜୀବଙ୍କ ଉଦ୍ଦେଶ୍ୟରେ ସୁର କହିଛନ୍ତି, "ତୁମେ ଆଉ ତୁମର ବାପା ଆଜି ଯଦି ଓଡିଶା ରାଜନୀତିରେ ପରିଚୟ ପାଇଛନ୍ତି, କେବଳ କଂଗ୍ରେସ ପାଇଁ । ତୁମେ ପ୍ରଚାରରେ ଯାଇନ, ଏମିତି କେମିତି କଂଗ୍ରେସ ବିରୋଧରେ କହୁଛ । କଂଗ୍ରେସକୁ ଏତେ ଶସ୍ତା ଭାବନାହିଁ । ତୁମେ ଯେଉଁ ଆଡେ ଯାଉଛ ଯାଅ, ହେଲେ ଦଳକୁ ବଦନାମ କରନାହିଁ ।" ସୁର ମଧ୍ୟ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ ପୁରା ଖପ୍ପା । ସେ କହିଛନ୍ତି, "ଜାନକୀ ବାବୁ ଏବଂ ସୌମ୍ୟ ବାବୁଙ୍କୁ କଂଗ୍ରେସ ଅନେକ କିଛି ଦେଇଛି । ହେଲେ କଂଗ୍ରେସ ବିରୋଧରେ ଏମିତି କହିବାକୁ ସେ କେମିତି ଇଚ୍ଛା କଲେ ।" ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, କଂଗ୍ରେସର ସମସ୍ତ ୯ ବିଧାୟକ ବିଜେଡି ସହ ଯୋଗାଯୋଗରେ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.