Congress Prez Poll: ଭୋଟ ଦେଲେନି ମୋକିମ, କହିଲେ କାରଣ

By

Published : Oct 18, 2022, 6:00 PM IST

Updated : Feb 3, 2023, 8:29 PM IST

thumbnail

କଟକ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଭୋଟ ଦେଇ ନାହାନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଗତକାଲି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଭୋଟ ଦେଇନଥିଲେ ମୋକିମ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ । ଗତକାଲି ସେ ଏକ ଜରୁରୀ ମେଡିକାଲ କାମରେ ରହିଥିବାରୁ ଭୋଟ ଦେଇପାରିନାହାନ୍ତି ବୋଲି କହିଛନ୍ତି । ଅନ୍ୟପଟେ ମହମ୍ମଦ ମୋକିମ ଆଉ କଂଗ୍ରେସରେ ରହିବେ ନାହିଁ ବୋଲି ଆଜି କଂଗ୍ରେସ ନେତା ତାରାବାହିନୀ ପତି କହିଛନ୍ତି । "ଥିଲେ ବି ନଥିଲା ଭଳିଆ । ସେ କଂଗ୍ରେସର ନୀତିକୁ ଗ୍ରହଣ କରନ୍ତିନି । ଥରେ ବିଧାୟକ ହୋଇ ସେ ପିସିସି ସଭାପତି ହେବାକୁ ଚାହୁଁଛନ୍ତି । ଏବେ ସେ କଂଗ୍ରେସରେ ଅଛନ୍ତି କି ନାହିଁ ତାହା ଜଣାନାହିଁ ।" କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତିଙ୍କ ଏଭଳି ବକ୍ତବ୍ୟର ଦୃଢ ଜବାବ ଦେଇଛନ୍ତି ମୋକିମ । ସେ କଂଗ୍ରେସ ବିରୋଧରେ ବାରମ୍ବାର ଏଭଳି ବକ୍ତବ୍ୟ ରଖୁଥିବା ବେଳେ କଂଗ୍ରେସ ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନେଉନାହିଁ ବୋଲି ମୋକିମ ପ୍ରଶ୍ନ ଉଠାଇଛନ୍ତି । ପୂର୍ବରୁ ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଏଭଳି କହି ପରେ ଟିଭିରେ କ୍ଷମା ମାଗିଥିଲେ ବୋଲି ମୋକିମ କହିଛନ୍ତି । ଇଟିଭି ଭାରତ, କଟକ

Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.