Land Dispute: କଂଗ୍ରେସ ନେତାଙ୍କୁ ତଳେ ପକାଇ ପିଟିଲେ ଦୁର୍ବୃତ୍ତ, ୪ ଗିରଫ

By

Published : Apr 18, 2023, 9:56 PM IST

thumbnail

ଭୋପାଳ: ମଧ୍ୟପ୍ରଦେଶ ବିଦିଶା ଅଞ୍ଚଳରୁ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଠି କିଛି ଦୁର୍ବୃତ୍ତ କଂଗ୍ରେସ ନେତା ଅଶୋକ ଜୈନଙ୍କୁ ତଳେ ପକାଇ ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ଜମିଜମା ବିବାଦକୁ ନେଇ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି କଂଗ୍ରେସ ନେତା । ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକ ଦଉଡ଼ିରେ ଅଶୋକଙ୍କୁ ବାନ୍ଧିଥିବା ବେଳେ ମାଡ଼ ମାରୁଛନ୍ତି । ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଆଇପିସି ଧାରା ୨୯୪, ୩୨୩, ୫୦୬, ୪୨୭ ଓ ୩୪ ଆଧାରରେ ୪ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତ କିଛି ବର୍ଷ ପୂର୍ବେ କଂଗ୍ରେସ ନେତା ୩ଜଣ ବ୍ୟକ୍ତିଙ୍କୁ ଏକ ପ୍ଲଟ ବିକ୍ରି କରିଥିଲେ । ଏହାର ରେଜିଷ୍ଟ୍ରି ମଧ୍ୟ ହୋଇଥିଲା । ହେଲେ ସେହି ଜମିରେ ନିର୍ମାଣ କାର୍ଯ୍ୟ ଲାଗି ଉକ୍ତ ଲୋକଙ୍କୁ ରୋକିବା ଫଳରେ ଅଶୋକ ଏପରି ଆକ୍ରୋଶର ଶିକାର ହୋଇଛନ୍ତି । ଏହାକୁ ୪୦ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ଅଶୋକ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.