ଆଜି ପବିତ୍ର ବଡ଼ ଦିନ, ଚର୍ଚ୍ଚରେ ପ୍ରବଳ ଭିଡ

By ETV Bharat Odisha Team

Published : Dec 25, 2023, 11:35 AM IST

thumbnail

Christmas celebration: 

ଫୁଲବାଣୀ: ଆଜି ହେଉଛି ପବିତ୍ର ବଡ଼ ଦିନ । ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ ।  ନୂଆ ଦିଶା, ନୂଆ ରାହା ଦେଖାଇବାକୁ ପୃଥିବୀ ପୃଷ୍ଠକୁ ଓହ୍ଲାଇଛନ୍ତି । ଏନେଇ ଚଳଚଞ୍ଚଳ ହୋଇ ଉଠିଛି  ବିଭିନ୍ନ ଚର୍ଚ୍ଚ । ପ୍ରଭୁ ଯିଶୁଖ୍ରୀଷ୍ଟ ଧରାବତରଣ କରିବା ପରେ ଖୁସିରେ ବିମୋହିତ ହୋଇଛନ୍ତି ଖ୍ରୀଷ୍ଟ ଧର୍ମ ସମ୍ପ୍ରଦାୟ । ଏହି ଅବସରରେ ଚର୍ଚ୍ଚଗୁଡିକରେ ସାଜସଜ୍ଜା କରାଯାଇଥିବା ବେଳେ ଘରେ ଘରେ ଜମିଛି ପିଠାପଣାର ଆସର । ଏହାରି ମଧ୍ୟରେ ପ୍ରଭୁଙ୍କ ଆଗମନକୁ କନ୍ଧମାଳରେ ଥିବା ବିଭିନ୍ନ ଚର୍ଚ୍ଚରେ ଧୁମଧାମରେ ପାଳନ କରାଯାଇଛି । ଜିଲ୍ଲାର ସମସ୍ତ ଚର୍ଚ୍ଚଗୁଡ଼ିକ ରଙ୍ଗବେରଙ୍ଗର ଆଲୋକମାଳା ସାଙ୍ଗକୁ ଖ୍ରୀଷ୍ଟମାସ ଟ୍ରି', ଷ୍ଟାର ଆଦିରେ ସୁସଜ୍ଜିତ କରାଯାଇଛି । ଅନ୍ୟପଟେ ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ସମସ୍ତ ଚର୍ଚ୍ଚକୁ ସୁରକ୍ଷା ଯୋଗାଇ ଦିଆଯାଇଛି ।  ତେବେ ଆଜି ବଡ଼ ଦିନ ନିମନ୍ତେ ଫୁଲବାଣୀର କ୍ୟାଥଲିକ୍‌ ଚର୍ଚ୍ଚ, ବାପିଟିଷ୍ଟ ଚର୍ଚ୍ଚ ଏବଂ ଛୋଟଛୋଟ ପ୍ରାର୍ଥନା ଗୃହ ସମେତ ଜିଲ୍ଲାର ଦାରିଙ୍ଗବାଡ଼ି, ଜି. ଉଦୟଗିରି, ରାଇକିଆ, ବାଲିଗୁଡ଼ା ଆଦି ଅଞ୍ଚଳରେ ଥିବା ଚର୍ଚ୍ଚ ଉପାସନା ଗୃହଗୁଡିକରେ ବେଶ୍ ଭିଡ଼ ଜମିବ । ତେଣୁ ବଡ଼ଦିନ କିପରି ଶାନ୍ତି ଶୃଙ୍ଖଳାରେ ସରିବ ଏନେଇ ପୋଲିସ ପକ୍ଷରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଏଥିସହ 8 ଜଣ ଉଚ୍ଚ ପଦସ୍ତ ଅଧିକାରୀ ସମେତ 18 ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇ ପ୍ରତି ଚର୍ଚ୍ଚକୁ ସୁରକ୍ଷା ଯୋଗାଇ ଦିଆଯାଇଛି  । 
ଏହା ମଧ୍ୟ ପଢନ୍ତୁ - ଧରାବତରଣ କଲେ ଯିଶୁଖ୍ରୀଷ୍ଟ, ଚଳଚଞ୍ଚଳ ରାଜଧାନୀର ବିଭିନ୍ନ ଚର୍ଚ୍ଚ

ଇଟିଭ ଭରତ, ଫୁଲବାଣୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.