ସମୂହ ଛୁଟିରେ ଅମଲା, ଆନ୍ଦୋଳନରେ ସାମିଲ ନହେବାରୁ କିରାଣୀଙ୍କୁ ଫୁଲମାଳ ପିନ୍ଧାଇଲେ

By

Published : Jun 2, 2023, 11:19 AM IST

thumbnail

ରାୟଗଡା: ଦାବି ପୂରଣ ନହେବାରୁ ଗୁରୁବାର ଠାରୁ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲା ମାନେ ସମୂହ ଛୁଟିରେ ଯାଇଛନ୍ତି । ରାଜ୍ୟରେ କାର୍ଯ୍ୟରତ ଅମଲାମାନେ ଲେବୁଲ ୪ ମାନ୍ୟତାର କର୍ମଚାରୀ ଭାବେ ଥିବା ବେଳେ ଲେବୁଲ ୯ ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗତକାଲି ଠାରୁ ଆନ୍ଦୋଳନ ଆରମ୍ଭ କରିଛି ଅମଲା ସଂଘ । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ ରାୟଗଡାରେ ଅମଲା ସଂଘର ଆନ୍ଦୋଳନ ସମୟରେ ଜଣେ ସଂଘର ନିୟମ ଭାଙ୍ଗି ଅଫିସ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ । ଖଣ୍ଡିୟ ବନାଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଗୋବିନ୍ଦ ଚନ୍ଦ୍ର ମହାନ୍ତି କାର୍ଯ୍ୟ କରୁଥିବା ବେଳେ ଅମଲା ସଂଘର କର୍ମକର୍ତ୍ତା ମାନେ ସେଠାରେ ପହଞ୍ଚି ହୋହଲ୍ଲା କରିଥିଲେ । ଏହା ପରେ ଗୋବିନ୍ଦ ଚନ୍ଦ୍ରଙ୍କୁ ଫୁଲମାଳ ପକାଇ ମୁଣ୍ଡିଆ ମାରିଥିଲେ । ପରେ କିରାଣୀ ଜଣଙ୍କ ସଂଘର ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ । ସେହିଭଳି ଜିଲ୍ଲା ଚିକିତ୍ସାଳୟରେ ମଧ୍ୟ ଦୁଇ କିରାଣୀ କାର୍ଯ୍ୟ କରୁଥିବା ଜାଣିବା ପରେ ସେମାନେ ମଧ୍ୟ ମିଳିତ ଅମଲା ସଂଘର ସାମୂହିକ ଛୁଟିକୁ ସମର୍ଥନ କରି ଯୋଗ ଦେଇଥିଲେ । 

ଇଟିଭି ଭାରତ, ରାୟଗଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.