ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ମହୋତ୍ସବ ଉଦଯାପିତ

By ETV Bharat Odisha Team

Published : Jan 7, 2024, 7:31 AM IST

Updated : Jan 7, 2024, 9:28 AM IST

thumbnail

Boudh Mahotsav: ବୌଦ୍ଧ: ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟ ମଧ୍ୟରେ ଉଦଯାପିତ ହେଲା ବୌଦ୍ଧ ଜିଲ୍ଲା ମହୋତ୍ସବ । ପାଞ୍ଚ ଦିନ ଧରି ଅନୁଷ୍ଠିତ ଏହି ଜିଲ୍ଲା ମହୋତ୍ସବ ଶନିବାର ଉଦଯାପିତ ହୋଇଛି । ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ପ୍ରତ୍ୟେକ ବର୍ଷ ଜାନୁଆରୀ ୨ ତାରିଖ ଠାରୁ ବୌଦ୍ଧ ଜିଲ୍ଲା ମହୋତ୍ସବ ଆୟୋଜିତ ହୋଇଆସୁଛି । ଗତକାଲି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସମ୍ମାନିତ ଅତିଥି ରୂପେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଓ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମଧୂସୁଦନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । 

ଚଳିତ ବର୍ଷ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ସହିତ ବୟନିକା ହସ୍ତତନ୍ତ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ରାଜ୍ୟ ତଥା ଜାତୀୟ ସ୍ତରର ଅନେକ ବ୍ୟବସାୟୀମାନେ ଏଠାରେ ଷ୍ଟଲ ଖୋଲିଥିଲେ । ଏହାଛଡା ୫ ଦିନ ଧରି ମହୋତ୍ସବ ମଣ୍ଡପରେ ପାରମ୍ପରିକ ଲୋକକଳାକୁ ଦର୍ଶକମାନେ ଭରପୂର ଉପଭୋଗ କରିଥିଲେ । ସେପଟେ ଉଦଯାପନୀ ଉତ୍ସବରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଅନେକ ବୁଦ୍ଧିଜୀବୀ, ସାମ୍ବାଦିକ ଓ ଦର୍ଶକ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ଉଦଯାପନୀ ଉତ୍ସବରେ ପୁରସ୍କାର ଗ୍ରହଣ ପାଇଁ କୌଣସି ସାମ୍ବାଦିକ ମଞ୍ଚରେ ପହଞ୍ଚି ନଥିବା ବେଳେ ସେହିପରି ମହୋତ୍ସବର ଅଧିକାଂଶ ଷ୍ଟଲ ଖାଲି ପଡିଥିବା ଦେଖିବାକୁ ମିଳିଥିଲା ।

Last Updated : Jan 7, 2024, 9:28 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.