‘କଳାହାଣ୍ଡି ପ୍ରତି ନାହିଁ ରାଜ୍ୟ ସରକାରଙ୍କ ଆନ୍ତରିକତା, ଦାଦନ ମୁହାଁ ଯୁବବର୍ଗ’

By ETV Bharat Odisha Team

Published : Oct 7, 2023, 8:28 PM IST

thumbnail

ଭବାନୀପାଟଣା: ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଗତକାଲି(ଶୁକ୍ରବାର) ମନମୋହନ ସାମଲ କଳାହାଣ୍ଡିରେ ପହଞ୍ଚିବା ପରେ ଭବାନୀପାଟଣା ଟାଉନ ହଲ ଠାରେ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ । ଆଜି ଉର୍ଲାଦାନିକୁ ଯାଇ ସେଠାରେ ଶହୀଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଦିଲ୍ଲୀ ଠାରେ ହେବାକୁ ଥିବା ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ମାଧ୍ୟମରେ ଅମୃତ ବାଟିକା ନିର୍ମାଣ ପାଇଁ ମାଟି ସଂଗ୍ରହ କରିଥିଲେ । ପରେ ଭବାନୀପାଟଣା ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି  ମନମୋହନ ସାମଲ , କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । 

ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ‘‘ରାଜ୍ୟରେ ଅଫିସର ରାଜ ଚାଲିଛି । ସଚିବ ଲକୋଙ୍କ ପଇସାରେ ହେଲିକପ୍ଟରରେ ଅଭିଯୋଗ ଶୁଣିବା ଯିବା ହାସ୍ୟାସ୍ପଦ । ରାଜ୍ୟରେ ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଶାସକ ଦଳ କେବଳ ପ୍ରଚାର ସର୍ବସ୍ୱ ସାଜିଛି । କଳାହାଣ୍ଡି କପା ଉତ୍ପାଦନରେ ଅଗ୍ରୀମ ଥିଲେ ମଧ୍ୟ ସରକାରଙ୍କ ଏଥି ପ୍ରତି ଧ୍ୟାନ ନାହିଁ । କଳାହାଣ୍ଡିରେ ଟେକ୍ସ ଟାଇଲ ପାର୍କ ନାହିଁ ଫଳରେ ହଜାର ହଜାର କ୍ଵିଣ୍ଟାଲ କପା ନଷ୍ଟ ହେଉଥିବା ବେଳେ ରାଜ୍ୟ ସରକାରର ଆନ୍ତରିକତା ଅଭାବ ଯୋଗୁଁ ଲୋକେ ଦାଦନ ମୁହାଁ । ଆସନ୍ତା ୨୦୨୪ରେ ଜନସାଧାରଣ ପରିବର୍ତ୍ତନ ଆଣିବେ ।’’

ଇଟିଭି ଭାରତ, କଳାହାଣ୍ତି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.