ବିଶ୍ୱକପ 2023 ଫାଇନାଲ: କ୍ରିକେଟ ପ୍ରେମୀଙ୍କ ମନରେ ଉତ୍କଣ୍ଠା, 3ଡି ଆର୍ଟ କରି ଶୁଭେଚ୍ଛା ଜଣାଇଲେ ସୌମ୍ୟ

By ETV Bharat Odisha Team

Published : Nov 19, 2023, 3:46 PM IST

thumbnail

ରାଉରକେଲା: ସାରା ଭାରତରେ ଆଜି କ୍ରିକେଟ ବିଶ୍ୱକପ ଫାଇନାଲକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଭରି ରହିଛି । ସମସ୍ତେ ନିଜ ନିଜ ତରଫରୁ ଭାରତୀୟ କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇବାରେ ଲାଗିପଡିଛନ୍ତି । ଏହାରି ମଧ୍ୟରେ ରାଉରକେଲାରେ ମୁରୁଜରେ 3ଡି ଆର୍ଟ କରି ଭାରତୀୟ ଦଳକୁ ଫାଇନାଲ ଜିତିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ରୋହିତ ଶର୍ମା ଏବ କମିନ୍ସଙ୍କ ଚିତ୍ର ସହ ବିଶ୍ୱକପ ଟ୍ରଫି ରଖି ଆଙ୍କିଛନ୍ତି ଆକର୍ଷଣୀୟ ଚିତ୍ର । ବିଶ୍ୱକପ ଫାଇନାଲ ପାଇଁ ନିଜର ଉତ୍କଣ୍ଠାକୁ ନିଜ କଳା ମଧ୍ୟମରେ ପ୍ରକାଶ କରିଛନ୍ତି ରାଉରକେଲାର ଚିତ୍ରକର ସୌମ୍ୟ ରଞ୍ଜନ ବିଷୋୟୀ । ଆଜି ଭାରତ ନିଶ୍ଚିତ ଭାବରେ ବିଜୟୀ ହେବ ବୋଲି ସେ ଆଶା ରଖିଛନ୍ତି ।

ଦେଶର କୋଣ ଅନୁକୋଣରୁ ଭାରତୀୟ କ୍ରିକେଟ ଦଳକୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ସୌମ୍ୟା ନିଜ ଶୁଭେଚ୍ଛା ଜଣାଇବା ପାଇଁ ଏକ ସ୍ୱତନ୍ତ୍ର ରାସ୍ତା ଆପଣାଇଛନ୍ତି । ନିଜର ସୃଜନ ଶୀଳତାରରେ ମଧ୍ୟମରେ ବିଭିନ୍ନ ରଙ୍ଗ ବେରଙ୍ଗର ମୁୁରୁଜ ବ୍ୟହାର କରି ଅତି ସୁନ୍ଦର ଭାବେ ଦୁଇ ଦେଶର ଅଧିନାୟକଙ୍କ ଚିତ୍ର ଆଙ୍କିଛନ୍ତି । ସୌମ୍ୟଙ୍କ ଚିତ୍ରରେ ମଝିରେ ରହିଛି ବିଶ୍ୱକପ ଟ୍ରଫି ଯାହା କ୍ରିକେଟ ଖେଳୁଥିବା ପ୍ରତ୍ୟକ ରାଷ୍ଟ୍ରର ଆଶା ଓ ସ୍ୱପ୍ନକୁ ଦର୍ଶାଇ ଥାଏ ଏବଂ ଗୋଟିଏ ପଟେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ଅନ୍ୟପଟେ ଅଷ୍ଟ୍ରେଲିଆ ଅଧିନାୟକ କମିନ୍ସଙ୍କ ସ୍ଥାନ ଦେଇଛନ୍ତି । ତେବେ ସମ୍ପୂର୍ଣ୍ଣ ଭାରତୀୟ କ୍ରିକେଟ ଦଳକୁ ଆମ ଇଟିଭି ନେଟୱାର୍କ ତରଫରୁ ମଧ୍ୟ ଶୁଭେଚ୍ଛା ଜଣାଉଛୁ ।
ଏହା ମଧ୍ୟ ପଢନ୍ତୁ......ବିଶ୍ବକପ 2023 ଫାଇନାଲ: ମହାମୁକାବିଲା ଆରମ୍ଭ, ଟସ୍ ଜିତି ଅଷ୍ଟ୍ରେଲିଆର ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି

ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.