ETV Bharat / sports

ବିଶ୍ବକପ 2023 ଫାଇନାଲ: ମହାମୁକାବିଲା ଆରମ୍ଭ, ଟସ୍ ଜିତି ଅଷ୍ଟ୍ରେଲିଆର ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି

author img

By ETV Bharat Odisha Team

Published : Nov 19, 2023, 1:37 PM IST

Updated : Nov 19, 2023, 1:43 PM IST

ସେହି ଐତିହାସିକ ମୁହୂର୍ତ୍ତ ଆସିଯାଇଛି । ସବୁଠୁ ବଡ ଷ୍ଚାଡିୟମରେ ଆରମ୍ଭ ହୋଇଛି ସବୁଠୁ ବଡ ମୁକାବିଲା । ବିଶ୍ବକପ 2023 ଫାଇନାଲରେ ମୁହାଁମହିଁ ହୋଇଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ ।

ICC Cricket World Cup final India vs Australia
ICC Cricket World Cup final India vs Australia

ଅହମ୍ମଦାବାଦ: 45 ଦିନ 47ଟି ମ୍ଯାଚ ପରେ ସେହି ଐତିହାସିକ ମୁହୂର୍ତ୍ତ ଆସି ଯାଇଛି । ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ହୋଇଛି । 20 ବର୍ଷ ପରେ ବିଶ୍ବକପ ଫାଇନାଲ ଖେଳିଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ବିଶ୍ବକପ 2023 ଫାଇନାଲ ମ୍ୟାଚ୍‌ ନେଇ ଟସ୍ ପଡ଼ି ସାରିଛି । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି କଙ୍ଗାରୁ ଦଳ । ତୃତୀୟ ଥର ବିଶ୍ବ ବିଜୟୀ ହେବାକୁ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଛି ଟମ୍ ଇଣ୍ଡିଆ । ସେହିପରି ଷଷ୍ଠ ଥର ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ । ଭାରତ ଜିତିବ ବିଶ୍ବକପ୍ 140 କୋଟି ଭାରତୀୟଙ୍କର ଏହି ସ୍ବପ୍ନକୁ ନେଇ ମୈଦାନକୁ ଓହ୍ଲାଇଛି ରୋହିତ ସେନା । ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅପରାଜେୟ ଭାରତ କଙ୍ଗାରୁ ଦଳକୁ ଟକ୍କର ଦେବାକୁ ରଣକ୍ଷେତ୍ରକୁ ଓହ୍ଲାଇ ସାରିଛି । ଷ୍ଚାଡିୟମରେ ଖଚାଖଚ ଭିଡ । 1 ଲକ୍ଷ 30 ହଜାର ଦର୍ଶକଙ୍କ ଚିୟରଅଫରେ କମ୍ପୁଛି ସବୁଠୁ ବଡ଼ ନରେନ୍ଦ୍ର ମୋଦି ଷ୍ଚାଡିୟମ ।

ଭାରତ ବନାମ ଅଷ୍ଟ୍ରେଲିଆ: ଚଳିତ ବିଶ୍ବକପରେ ଏଯାବତ ଭାରତ ଅପରାଜେୟ ରହିଛି । ଲିଗ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଭିଯାନ ଆରମ୍ଭଠୁ ନେଇ ନେଇ ସେମିଫାଇନାଲ ଯାଏ ସମସ୍ତ 10 ମ୍ୟାଚରେ ବାଜିମାତ କରିଛି ରୋହିତ ସେନା । ଭାରତର ଦମଦାର ପ୍ରଦର୍ଶନକୁ ନେଇ ସବୁଠି ଚର୍ଚ୍ଚା । ବ୍ୟାଟିଂଠୁ ନେଇ ବୋଲିଂ ସବୁଥିରେ ରୋହତି ସେନା ସମସ୍ତ 9 ଦଳକୁ ମାତ ଦେଇ ଫାଇନାଲରେ ପ୍ରବେଶ କରିଛି । ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ତ୍ରୁଟିଶୂନ୍ୟ ପ୍ରଦର୍ଶନ କରି ତୃତୀୟ ଥର ବିଶ୍ବବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଦଳ । ସେହିପରି ପ୍ରଥମରୁ ଧିମା ପଡିଯାଇଥିବା କଙ୍ଗାରୁ ପରବର୍ତ୍ତୀ ସମୟରେ ସେମି ଫାଇନାଲ ଓ ଫାଇନାଲ ଟିକେଟ ହାତେଇଥିଲା । ପଞ୍ଚମ ଥର ବିଶ୍ବ ବିଜୟୀ ଟାଇଟଲ ହାତେଇବା ଅଷ୍ଟ୍ରେଲିଆ ଷଷ୍ଠ ଥର ଚମ୍ପିଆନ ହେବା ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଛି ।

  • All the best Team India!

    140 crore Indians are cheering for you.

    May you shine bright, play well and uphold the spirit of sportsmanship. https://t.co/NfQDT5ygxk

    — Narendra Modi (@narendramodi) November 19, 2023 " class="align-text-top noRightClick twitterSection" data=" ">

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ: ବିଶ୍ବକପ 2023 ଫାଇନାଲ ଫାଇଟ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆ ମିିଡିଆ ଆକାଉଣ୍ଟ ଏକ୍ସରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, '' ବେଷ୍ଟ ଅଫ୍ ଲକ୍ ଟିମ ଇଣ୍ଡିଆ । 140 କୋଟି ଭାରତୀୟ ତୁମକୁ ଚିୟରଅଫ କରୁଛନ୍ତି । ତୁମେ ନିଶ୍ଚୟ ଚମକିବ । ଉନ୍ନତ ଖେଳ ପ୍ରଦର୍ଶନ କର ଏବଂ ଖେଳର ଭାବନାକୁ କାୟମ ରଖ ।''

ଏହା ବି ପଢନ୍ତୁ...ବିଶ୍ବକପ 2023 ଫାଇନାଲ: ଏହି 5 ଖେଳାଳିଙ୍କ ମଧ୍ୟରେ ବ୍ୟକ୍ତିଗତ ଫାଇଟ ହେବ ଟାଇଟ

ଏହା ବି ପଢନ୍ତୁ...ବିଶ୍ୱକପ ଫାଇନାଲରେ କାହାର ପଲ୍ଲା ରହିବ ଭାରି, ଏମିତି କିହିଲେ ପ୍ରଶଂସକ

ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ଯଶପ୍ରୀତ ବୁମରା, କୁଳଦୀପ ଯାଦବ, ମହମ୍ମଦ ସିରାଜ ।

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ: ଡେଭିଡ ୱାର୍ଣ୍ଣର, ଟ୍ରାଭିସ ହେଡ, ମିଚେଲ ମାର୍ଶ, ଷ୍ଟିଭ ସ୍ମିଥ୍‌, ମାରନସ ଲାବୁସାନ, ଗ୍ଲେନ ମ୍ୟାକ୍ସୱେଲ, ଜୋସ ଇଂଲିସ, ପାଟ କାମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋସ ହାଜେଲଉଡ୍‌ ।

Last Updated : Nov 19, 2023, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.