ETV Bharat / sports

ବିଶ୍ବକପ 2023 ଫାଇନାଲ: ଏହି 5 ଖେଳାଳିଙ୍କ ମଧ୍ୟରେ ବ୍ୟକ୍ତିଗତ ଫାଇଟ ହେବ ଟାଇଟ

author img

By ETV Bharat Odisha Team

Published : Nov 19, 2023, 11:32 AM IST

Cricket World Cup 2023 : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ 20 ବର୍ଷ ପରେ ଆଜି ବିଶ୍ବକପ ଫାଇନାଲ ମ୍ୟାଚ ଖେଳାଯିବ । ଜାଣନ୍ତୁ ଦୁଇ ଦଳର କେଉଁ ଟପ୍ 5 ଖେଳାଳିଙ୍କ ମଧ୍ୟରେ ବ୍ୟକ୍ତିଗତ ମୁକାବିଲା କଡ୍ଡା ହେବ ।

Rivalries between players world cup 2023 final
ଏହି 5 ଖେଳାଳିଙ୍କ ମଧ୍ୟରେ ବ୍ୟକ୍ତିଗତ ଫାଇଟ ହେବ ଟାଇଟ

ହାଇଦ୍ରାବାଦ: କ୍ରିକେଟ ମହାସମର ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଆଉ କିଛି ଘଣ୍ଟାର ଅପେକ୍ଷା । ଦୁନିଆ ଦେଖିବ ବ୍ୟାଟ ବଲ ମଧ୍ୟରେ ଆଉ ଏକ ବିଶ୍ବଯୁଦ୍ଧ । 20 ବର୍ଷ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବିଶ୍ବକପ ଫାଇନାଲ ଫାଇଟ । ମୋଦି ଷ୍ଟାଡିୟମରେ ହେବ ମହାମୁକାବିଲା । ମୋଦି ଷ୍ଡାଡିୟମରେ ବାଘ କଙ୍ଗାରୁ ମଧ୍ୟରେ ହେବ ମହାଲଢେଇ । ଅପରାଜେୟ ଭାରତ ବନାମ ଅଷ୍ଟ୍ରେଲି ମଧ୍ୟରେ ବିଶ୍ବକପ ଫାଇନାଲ ମ୍ୟାଚ ଖେଳାଯିବ । 12ବର୍ଷ ପରେ ତୃତୀୟ ଥର ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି ଭାରତ । ଜାଣନ୍ତୁ ଦୁଇ ଦଳର କେଉଁ ଟପ୍ 5 ଖେଳାଳିଙ୍କ ମଧ୍ୟରେ ବ୍ୟକ୍ତିଗତ ମୁକାବିଲା କଡ୍ଡା ହେବ ।

  1. ଜୋସ ହାଜେଲଉଡ ବନାମ ବିରାଟ କୋହଲି
    ରେକର୍ଡ 50ତମ ଦିନିକିଆ ଶତକ ହାସଲ କରିଥିବା ବିରାଟ କୋହଲିଙ୍କ ଉପରେ ଆଜି ସାରା ଦେଶର ନଜର ରହିବ । ଅଷ୍ଟ୍ରେଲିଆର ଷ୍ଟାର ବୋଲର ଜୋସ ହାଜେଲଉଡ ଓ ବିରାଟ କୋହଲିଙ୍କ ମଧ୍ୟରେ ଏକ ଟକ୍କର ହେବ । ଜୋସ ହାଜେଲଉଡଙ୍କଠୁ କୋହଲିଙ୍କୁ ସତର୍କତାର ସହ ଖେଳିବାକୁ ହେବ । ଦିନିକିଆରେ କୋହଲି ହାଜେଲଉଡଙ୍କ ବିପକ୍ଷରେ 88 ବଲରେ 5ଥର ଆଉଟ ହୋଇଛନ୍ତି । ଏଥର ବିଶ୍ବକପ ଫାଇନାଲରେ ଦୁଇ ଖେଳାଳିଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିବ । ଲିଗ ମ୍ୟାଚ୍‌ରେ କୋହଲିଙ୍କୁ ହାଜେଲଉଡ କ୍ୟାଚ ଆଉଟ କରିଥିଲେ । ବିରାଟ କୋହଲି ଚଳିତ ବିଶ୍ବକପରେ ଭଲ ଫର୍ମରେ ରହିଛନ୍ତି । 10 ପାଳିରେ 8ଥର 50ରୁ ଅଧିକ ରନ କରିଛନ୍ତି । 2 ଥର ଶତକ ହାସଲ କରିଛନ୍ତି । ହେଜଲଉଡ୍‌ଙ୍କ ସାନଦାର ସ୍ପେଲ୍‌ରେ ସେମିଫାଇନାଲ୍‌ରେ ଚମକା ଖାଇଥିଲା ଦକ୍ଷିଣ ଆଫ୍ରିକା । ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ଏକ ଜବରଦସ୍ସ ମୁକାବିଲା ଦେଖିବାକୁ ମିଳିବ ।
  2. ରୋହିତ ଶର୍ମା ବନାମ ମିଚେଲ ଷ୍ଟାର୍କ୍‌
    ରୋହିତ ଶର୍ମାଙ୍କୁ ଦିନିକିଆ କ୍ୟାରିୟରରେ ବାମହାତୀ ଦ୍ରୁତ ବୋଲର 33 ଥର ଆଉଟ କରିଛନ୍ତି । ସେଥିରେ 22 ଥର 10 ଓଭର ମଧ୍ୟରେ ରୋହିତ ଆଉଟ ହୋଇଛନ୍ତି । ମିଚେଲ ଷ୍ଚାର୍କ ଓ ଅଷ୍ଟ୍ରେଲିଆ ଦଳକୁ ଜଣା ରୋହିତ ଶର୍ମା ପାୱାର ପ୍ଲେ ବଡ଼ ବିପଦ ସୃଷ୍ଟି କରନ୍ତି । ରୋହିତ ଶର୍ମା ପ୍ରଥମ 10 ଓଭରରେ 133.08 ଷ୍ଟ୍ରାଇକ ରେଟ୍‌ରେ ରନ୍‌ କରି ମ୍ୟାଚ ପଲଟାଇ ଦିଅନ୍ତି । ରୋହିତଙ୍କୁ ଅଟକାଇବାକୁ ମିଚେଲ ଷ୍ଟାର୍କଙ୍କୁ ଅସ୍ତ୍ର କରିବ କଙ୍ଗାରୁ ଦଳ ।
  3. ମହମ୍ମଦ ସାମି ବନାମ ଡେଭିଡ ୱାର୍ଣ୍ଣର/ସମସ୍ତ ବାମହାତୀ ବ୍ୟାଟ୍ସମ୍ୟାନ
    ବିଶ୍ବକପରେ ଭାରତର ବୋଲିଂକୁ ନେଇ ସବୁଠି ଚର୍ଚ୍ଚା । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାନାଲକୁ ସାମି ଫାଇନାଲ କରିଥିବା ଏହି ଖେଳାଳି ଆଜି କଙ୍ଗାରୁ ଦଳକୁ ତାଙ୍କ ଜାଲରେ ଫସାଇ ପାରନ୍ତି । ସାମଙ୍କୁ ଖେଳିବାକୁ କଙ୍ଗାରୁ ଦଳରେ ଛନକା ପସିଛି । ମହମ୍ମଦ ସାମି ଓ ଡେଭିଡ ୱାର୍ଣ୍ଣରଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ । ଏହା ସହିତ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରି ପଡ଼ି ପାରନ୍ତି ସାମି । ଏହି ଟୁର୍ଣ୍ଣାମେଣ୍ଟରେ 52 ବଲରେ ସାମି ବାହହାତୀ ବ୍ୟାଟ୍ସମ୍ୟାନଙ୍କୁ 8ଥର ଆଉଟ କରିଛନ୍ତି । ଚଳିତ ବିଶ୍ବକପରେ ସାମିଙ୍କ ଦ୍ବାରା ବାମହାତୀ ବ୍ୟାଚ୍ସମ୍ୟାନଙ୍କୁ ପକାଇଥିବା ପ୍ରତି 7ବଲରେ ୱିକେଟ ମିଳିଥିଲା ।
  4. ଗ୍ଲେନ ମ୍ୟାକ୍ସୱେଲ ବନାମ ଚାଇନାମ୍ୟାନ କୂଳଦୀପ ଯାଦବ

ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲରେ ଗ୍ଲେନ୍‌ ମ୍ୟାକ୍ସୱେଲ ବିଫଳ ହୋଇଥିଲେ । ତାଙ୍କୁ ବାମହାସୀ ସ୍ପିନର ସାମସି ଆଉଟ କରିଥିଲେ । ଲିଗ ପର୍ଯ୍ୟାୟରେ ମ୍ୟାକ୍ସୱେନ ମଧ୍ୟ ଚାଇନାମ୍ୟାନ ନାମରେ ଜଣାଶୁଣା ବାମହାତୀ ସ୍ପିନ କୂଳଦୀପ ଯାଦବଙ୍କ ବଲରେ ଆଉଟ୍‌ ହୋଇଥିଲେ । ଆଜି ମଧ୍ୟ ମ୍ୟାକ୍ସୱେଲଙ୍କୁ ଶିକାର କରିପାରନ୍ତି କୂଳଦୀପ ଯାଦବ । କୂଳଦୀପଙ୍କଠୁ ସତର୍କତା ଅବଲମ୍ବନ କରିବେ ମ୍ୟାକ୍ସୱେଲ । ମୋଟରେ ଘରୋଇ ମୈଦାନରେ ମ୍ୟାକ୍ସୱେଲଙ୍କୁ କୂଳଦୀପ 3ଥର ଆଉଟ କରିଥିଲେ ।

ଏହା ବି ପଢନ୍ତୁ...ବିଶ୍ବକପ 2023 ଫାଇନାଲ: ଆଜି ଭାରତ-ଅଷ୍ଟ୍ରେଲିଆ ମହାସମର, 12 ବର୍ଷ ପରେ ତୃତୀୟ ଟାଇଟଲ ଲକ୍ଷ୍ୟରେ ଟମ୍ ଇଣ୍ଡିଆ

ଏହା ବି ପଢନ୍ତୁ...ବିଶ୍ବକପ 2023 ଫାଇନାଲ ଫାଇଟ: ପ୍ରଦର୍ଶନ ହେବ ବାୟୁସେନାର ସୂର୍ଯ୍ୟକିରଣ ଶୋ', ଦେଖିବେ ଦୁଇଦେଶର ପ୍ରଧାନମନ୍ତ୍ରୀ

5. ଷ୍ଚିଭ୍‌ ସ୍ମିଥ୍‌ ବନାମ ରବୀନ୍ଦ୍ର ଜାଡେଜା

ବର୍ଷ ଆରମ୍ଭରେ ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ ରୋମାଞ୍ଚକର ପ୍ରଦର୍ଶନ କରିଥିବା ରବୀନ୍ଦ୍ର ଜାଡ଼େଜାଙ୍କ ଉପରେ ନଜର ରହିବ । ଷ୍ଟିଭ୍‌ ସ୍ମିଥ ବନାମ ଜାଡେଜାଙ୍କ ମଧ୍ୟରେ ଲଢ଼େଇ ହେବ । ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସ୍ମିଥଙ୍କୁ ଜାଲରେ ଫସାଇଥିଲେ ଜାଡେଜା । ଏହି ସିରଜରେ ଷ୍ଚିଭ ସ୍ମିଥଙ୍କୁ 2 ଥର ଆଉଟ କରିଥିବା ବେଳେ ବିଶ୍ବ ଚମ୍ପିଆନସିପ୍‌ ଫାଇନାଲରେ ଥରେ ପାଭିଲିୟନ ପଠାଇଥିଲେ । 2023ରେ ସ୍ମିଥଙ୍କୁ ମୋଟ 5 ଥର ଆଉଟ କରିଛନ୍ତି । ଜାଡେଜାଙ୍କ ବିପକ୍ଷରେ ସ୍ମିଥଙ୍କର ଭଲ ରେକର୍ଡ ରହିଛି । ସେ 100ରୁ ଅଧିକ ଗତିରେ ରନ କରିଛନ୍ତି । 200ରୁ ଅଧିକ ବଲରେ କେବଳ 2ଥର ଆଉଟ ହୋଇଛନ୍ତି । ଆଜି ଷ୍ଚିଭ ସ୍ମିଥ ବନାମ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ ଏକ କଡ୍ଡା ମୁକାବିଲା ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.