ETV Bharat / sports

ବିଶ୍ବକପ 2023 ଫାଇନାଲ: ଆଜି ଭାରତ-ଅଷ୍ଟ୍ରେଲିଆ ମହାସମର, 12 ବର୍ଷ ପରେ ତୃତୀୟ ଟାଇଟଲ ଲକ୍ଷ୍ୟରେ ଟମ୍ ଇଣ୍ଡିଆ

author img

By ETV Bharat Odisha Team

Published : Nov 19, 2023, 9:11 AM IST

ଆଉ କିଛି ଘଣ୍ଟାର ଅପେକ୍ଷା । ଦୁନିଆ ଦେଖିବ ବ୍ୟାଟ ବଲର ବିଶ୍ବଯୁଦ୍ଧ । ସବୁଠୁ ବଡ ଷ୍ଚାଡିୟରେ ହେବ ସବୁଠୁ ବଡ ମୁକାବିଲା । ଶକ୍ତିଶାଳୀ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଫାଇନାଲ ଫାଇଟ । 12 ବର୍ଷ ପରେ ତୃତୀୟ ଟାଇଟଲ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଅଧିକ ପଢନ୍ତୁ

India vs Australia World Cup 2023 Final
India vs Australia

ଅହମ୍ମଦାବାଦ: 44 ଦିନ 47ଟି ମ୍ଯାଚ ପରେ ସେହି ଐତିହାସିକ ମୁହୂର୍ତ୍ତ ଆସି ଯାଇଛି । ଫ୍ୟାନ୍ସଙ୍କ ପ୍ରାର୍ଥନା ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଆଉ କିଛି ଘଣ୍ଟାର ଅପେକ୍ଷା । କ୍ରିକେଟ ମହାସମର ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ହୃଦସ୍ପନ୍ଦନ ବଢ଼ି ଯାଉଛି । 140 କୋଟି ଭାରତୀୟଙ୍କ ଆଖିରେ ଅସୁମାରୀ ସ୍ବପ୍ନ ମନରେ ଆଶା ଭରି ରହିଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଭାରତ ଜିତିବ ବିଶ୍ବକପ ଜୟ ହୋ ଟିମ୍ ଇଣ୍ଡିଆ । ଅପେକ୍ଷା କେବଳ ସେହି ସମୟକୁ କେବେ ଟସ୍ ପଡିବ ଆଉ ସବୁଠୁ ବଡ ଷ୍ଟାଡିୟମରେ ଆରମ୍ଭ ହେବ ସବୁଠୁ ବଡ଼ ମୁକାବିଲା । 1 ଲକ୍ଷ 30 ହଜାର ଲୋକଙ୍କ ଚିୟରଅପ୍‌ରେ କମ୍ପିବ ମୈଦାନ । ଜୟ ହୋ ଇଣ୍ଡିଆରେ କମ୍ପିବ ଗଗନ ପବନ । ନୀଳ ସମୁଦ୍ର ପାଲଟିବ ଷ୍ଟାଡିୟମ । ଦୁନିଆ ଦେଖିବ ବ୍ୟାଟ୍‌ ବଲ ମଧ୍ୟରେ ଆଉ ଏକ ବିଶ୍ବଯୁଦ୍ଧ । ଶକ୍ତିଶାଳୀ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଫାଇନାଲ ଫାଇଟ । 20 ବର୍ଷ ପରେ ବିଶ୍ବକପ ଫାଇନାଲ ଖେଳିବେ ଭାରତ ଓ ଅଷ୍ଟ୍ରେଲିଆ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ବକପ 2023ର ଫାଇନାଲ ମ୍ୟାଚ୍‌ ଉପରେ ସାରା ବିଶ୍ବର ନଜର ରହିଛି । ତୃତୀୟ ଥର ବିଶ୍ବ ବିଜୟୀ ହେବାକୁ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ଟମ୍ ଇଣ୍ଡିଆ । ଅପରାଜେୟ ରହି ଅଭିଯାନ ଶେଷ କରିବାକୁ ପ୍ରାୟସ କରିବ ରୋହିତ ସେନା । ସେହିପରି ଷଷ୍ଠ ଥର ଚମ୍ପିଆନ ହେବାକୁ ପ୍ରୟାସ କରିବ ଅଷ୍ଟ୍ରେଲିଆ । ଭାରତ ଚତୁର୍ଥ ଥର ଫାଇନାଲ ଖେଳିବାକୁ ଯାଉଥିବା ବେଳେ ଅଷ୍ଟ୍ରେଲିଆ ଅଷ୍ଟମ ଥର ଫାଇନାଲ ଖେଳିବାକୁ ଯାଉଛି ।

  • It doesn't get any bigger than this 👌👌

    The ICC Men's Cricket World Cup 2023 Final is filled with stellar performances and an experience of a lifetime 🏟️👏#CWC23 pic.twitter.com/nSoIxDwXek

    — BCCI (@BCCI) November 18, 2023 " class="align-text-top noRightClick twitterSection" data=" ">

ଭାରତ ବନାମ ଅଷ୍ଟ୍ରେଲିଆ ଫାଇନାଲ ଫାଇଟ: ଚଳିତ ବିଶ୍ବକପରେ ଏଯାବତ ଭାରତ ଅପରାଜେୟ ରହିଛି । ଲିଗ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଭିଯାନ ଆରମ୍ଭଠୁ ନେଇ ନେଇ ସେମିଫାଇନାଲ ଯାଏ ସମସ୍ତ 10 ମ୍ୟାଚରେ ବାଜିମାତ କରିଛି ରୋହିତ ସେନା । ଭାରତର ଦମଦାର ପ୍ରଦର୍ଶନକୁ ନେଇ ସବୁଠି ଚର୍ଚ୍ଚା । ଦଳରେ କେବଳ ଦୁଇ 3 ଜଳ ଖେଳାଳି ନୁହେଁ ସମସ୍ତଙ୍କ ପ୍ରଦର୍ଶନ ଦମଦାର ରହିଛି । ବ୍ୟାଟିଂଠୁ ନେଇ ବୋଲିଂ ସବୁଥିରେ ରୋହତି ସେନା ସମସ୍ତ 9 ଦଳକୁ ମାତ ଦେଇ ଫାଇନାଲରେ ପ୍ରବେଶ କରିଛି । ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ତ୍ରୁଟିଶୂନ୍ୟ ପ୍ରଦର୍ଶନ କରି ତୃତୀୟ ଥର ବିଶ୍ବବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଦଳ । ବ୍ୟାଟିଂରେ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଦଳକୁ ଏକ ଭଲ ଆରମ୍ଭ ଦେଉଛନ୍ତି । ବିରାଟ କୋହଲି, କେଏଲ ରାହୁଲ ଓ ଶ୍ରେୟସ ଆୟର ଫୁଲ ଫର୍ମରେ ଅଛନ୍ତି । ଦଳୀୟ ସ୍କୋରକୁ ଏକ ମଜଭୁତ ସ୍ତରରେ ପହଞ୍ଚାଇବାରେ ସେମାନଙ୍କ ଭୂମିକା ରହିଛି । ଠିକ ସମୟରେ ଫର୍ମକୁ ଫେରିଥିବା ଶ୍ରେୟାର ଆୟର ଲଗାତାର 3ଟି ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି । ଦୁଇ ଶତକ ତାଙ୍କ ନାମରେ ରହିଛି । ଆଜି ଫାଇନାଲ ଫାଇଟରେ ମଧ୍ୟ ତାଙ୍କଠୁ ସମାନ ପ୍ରଦର୍ଶନ ଆଶା କରୁଛନ୍ତି ଫ୍ୟାନ୍ସ । ବିଶେଷ କରି ଭାରତୀୟ ଦଳର ବୋଲିଂକୁ ନେଇ ଚର୍ଚ୍ଚା । ପ୍ରତିପକ୍ଷ ପାଇଁ ଘାତକ ସାବ୍ଯସ୍ତ ହୋଇଛନ୍ତି ବୋଲର । ବିଶେଷ କରି ସେମିଫାଇନାଲ ଷ୍ଟାର ବୋଲର ବିବେଚିତ ହୋଇଥିବା ମହମ୍ମଦ ସିରାଜଙ୍କୁ ନେଇ ଚର୍ଚ୍ଚା । ସେମିଫାଇନାଲକୁ ସାମି ଫାଇନାଲ କରିବାକୁ ବାଧ୍ୟ କରି ଦେଇଥିଲେ ଏହି ପ୍ଲେୟାର । ଆଜି ସାମିଙ୍କଠୁ ସମାନ ପ୍ରଦର୍ଶନ ଆଶା କରାଯାଉଛି । ସେହିପରି ବୁମରା, ଜାଡେଜା, ସିରାଜ ଓ କୁଳଦୀପଙ୍କ ଉପରେ ମଧ୍ୟ ନଜର ରହିବ । ଘରୋଇ ମାଟିରେ ଅଧିପତ୍ୟ ବିସ୍ତାର କରି ବାଜିମାରିବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ ।

ସେପଟେ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ଅଷ୍ଟ୍ରେଲିଆ ମ୍ୟାଚକୁ ହାଲୁକା ନେଇ ହେବ ନାହିଁ । 5ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ଷଷ୍ଠ ଥର ଟାଇଟଲ ନିଜ ନାମରେ କରିବାକୁ ଲକ୍ଷ୍ୟ ରଖିଛି । ଦଳ ପାଖରେ ଆଇସିସି ନକ୍‌ଆଉଟ ଓ ବିଶ୍ବକପ ଫାଇନାଲ ଖେଳିବାର ଅଭିଜ୍ଞତା ରହିଛି । ଦଳରେ ବିଶେଷ କରି ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲଙ୍କ ଉପରେ ନଜର ରହିବ । ସେହିପରି ମିଚେଲ ଷ୍ଟାର୍କ ବିପଜ୍ଜନକ ହୋଇପାରନ୍ତି । ଲିଗ ମ୍ୟାଚରେ ଷ୍ଚାର୍କଙ୍କ ପ୍ରଦର୍ଶନ ଭଲ ରହିଥିଲା । ସେହିପରି ଲେଗ ସ୍ପିନର ଆଡମ ଜାମ୍ପାଙ୍କ ଉପରେ ମଧ୍ୟ ନଜର ରହିବ ।

ଭାରତ ବନାମ ଅଷ୍ଟ୍ରେଲିଆ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଭିନ୍ନ ଫର୍ମାଟରେ 9 ଥର ଫାଇନାଲ ମୁକାବିଲା ଖେଳାଯାଇଛି । ଏଥିର ଅଷ୍ଟ୍ରେଲିଆ 6ଥମ ଓ ଭାରତ 3ଥର ଟାଇଟଲ ବିଜୟୀ ହୋଇଛି । ଫାଇନାଲରେ ଅଷ୍ଟ୍ରେଲିଆ ଆଗୁଆ ରହିଛି । ଚଳିତ ବିଶ୍ବକପରେ ଭାରତର ପ୍ରଦର୍ଶନ ଯେଉଁଭଳି ରହିଛି ପୂର୍ବ ରିପୋର୍ଟ ଗଣତି ଓଲଟପାଲଟ ହୋଇପାରେ । ଦୁଇ ଦେଶ ମଧ୍ୟରେ 13 ଥର ବିଶ୍ବକପ ମୁକାବିଲା ଖେଳାଯାଇଛି । ଭାରତ 5 ଥର ଜିତିଥିବା ବେଳେ ଅଷ୍ଟ୍ରେଲିଆ 8ଥର ଜିତିଛି । ଲିଗ ପର୍ଯ୍ୟାୟରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଆଜି ଫାଇନାଲରେ ମଧ୍ୟ କଙ୍ଗାରୁ ଦଳକୁ ମାତ ଦେବାକୁ ଆପ୍ରାଣ ଚେଷ୍ଟା କରିବ ରୋହିତ ସେନା ।

ଏହା ବି ପଢନ୍ତୁ...ବିଶ୍ବକପ୍‌ ୨୦୨୩: ସ୍ପିନରଙ୍କ ବିପକ୍ଷରେ ସଙ୍ଘର୍ଷ କରୁଛି ଅଷ୍ଟ୍ରେଲିଆ, ଫାଇନାଲ୍‌ ଫାଇଟ୍‌କୁ ଫେରିବେ ଅଶ୍ବିନ !

ଭାରତୀୟ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ଯଶପ୍ରୀତ ବୁମରା, କୁଳଦୀପ ଯାଦବ, ମହମ୍ମଦ ସିରାଜ ।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ: ଡେଭିଡ ୱାର୍ଣ୍ଣର, ଟ୍ରାଭିସ ହେଡ, ମିଚେଲ ମାର୍ଶ, ଷ୍ଟିଭ ସ୍ମିଥ୍‌, ମାରନସ ଲାବୁସାନ, ଗ୍ଲେନ ମ୍ୟାକ୍ସୱେଲ, ଜୋସ ଇଂଲିସ, ପାଟ କାମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋସ ହାଜେଲଉଡ୍‌ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.