ETV Bharat / sports

ବିଶ୍ବକପ 2023 ଫାଇନାଲ ଫାଇଟ: ପ୍ରଦର୍ଶନ ହେବ ବାୟୁସେନାର ସୂର୍ଯ୍ୟକିରଣ ଶୋ', ଦେଖିବେ ଦୁଇଦେଶର ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Nov 19, 2023, 9:38 AM IST

World Cup Final 2023: ଆଜି ଆଇସିସି ପୁରୁଷ କ୍ରିକେଟ ବିଶ୍ବକପର ଫାଇନାଲ ମ୍ୟାଚ ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ ଖେଳାଯିବ । ବିଶ୍ବକପ ଫାଇନାଲ ମ୍ୟାଚ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଅଧିକ ପଢ଼ନ୍ତୁ

ବିଶ୍ବକପ 2023 ଫାଇନାଲ
ବିଶ୍ବକପ 2023 ଫାଇନାଲ

ଗାନ୍ଧୀନଗର: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଦେଢ଼ମାସ ଧରି ଭାରତରେ ଚାଲିଥିବା ବିଶ୍ବକପ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସବୁଠୁ ବଡ଼ ଷ୍ଟାଡିୟମରେ ହେବ ସବୁଠୁ ବଡ଼ ମୁକାବିଲା । ବିଶ୍ବକପ ମହାସମର କାଉଣ୍ଟଡାଉନ ଆରମ୍ଭ ହୋଇଛି । ଗୁଜୁରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ଯରେ ଖେଳାଯିବ ବିଶ୍ବକପ 2023 ଫାଇନାଲ ମ୍ୟାଚ । ଏନେଇ ଚଳଚଞ୍ଚଳ ହେଲାଣି ଅହମ୍ମଦାବାଦ । ନେତା, ସେଲିବ୍ରିଟିଙ୍କ ଭିଡ଼ ଜମିଲାଣି । ବିମାନ, ଟ୍ରେନ ସବୁ ଅହମ୍ମଦାବାଦ ମୁହାଁ ହୋଇଛନ୍ତି । 1 ଲକ୍ଷ 30 ହଜାର ଲୋକଙ୍କ ଚିୟରଅପରେ କମ୍ପିବ ମୈଦାନ । ଜୟ ହୋ ଇଣ୍ଡିଆରେ କମ୍ପିବ ଗଗନ ପବନ । ନୀଳ ସମୁଦ୍ର ପାଲଟିବ ଷ୍ଟାଡିୟମ । ବିଶ୍ବକପ ଉଦଯାପନୀ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି । ବାୟୁସେନାର ଏୟାର ଶୋ' ପ୍ରଦର୍ଶନ ହେବ । ବଲିଉଡ୍‌ ଗାୟକଙ୍କ ସଙ୍ଗୀତ ପରିବେଶଣରେ ଝୁମିବେ ଦର୍ଶକ । ଦୁଇ ଦେଶର ପ୍ରଧାନମନ୍ତ୍ରୀ ମ୍ୟାଚ୍‌ ଦେଖିବେ ବୋଲି ସୂଚନା ମିଳିଛି ।

  • It doesn't get any bigger than this 👌👌

    The ICC Men's Cricket World Cup 2023 Final is filled with stellar performances and an experience of a lifetime 🏟️👏#CWC23 pic.twitter.com/nSoIxDwXek

    — BCCI (@BCCI) November 18, 2023 " class="align-text-top noRightClick twitterSection" data=" ">

ସାମିଲ ହେବେ ଦୁଇଦେଶ ପ୍ରଧାନମନ୍ତ୍ରୀ: ବିଶ୍ବକପ୍‌ 2023 ଗ୍ରାଣ୍ଡ୍‌ ଫାଇନାଲରେ ଅହମ୍ମଦାବାଦରେ ହାଇଭୋଲ୍ଟେଜ ମ୍ୟାଚ ଖେଳାଯିବ । ମ୍ୟାଚ ଦେଖିବେ ଦୁଇ ଦେଶର ପ୍ରଧାନମନ୍ତ୍ରୀ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ଉପସ୍ଥିତ ରହିବେ । ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ ରାଚାର୍ଡ ମାରଲେସ ମଧ୍ୟ ଫାଇନାଲ ମ୍ୟାଚ୍‌ ଦେଖିବେ ବୋଲି ସୂଚନା ମିଳିଛି ।

ଯୋଗ ଦେବେ ବିଶ୍ବକପ ଚମ୍ପିଆନ ଅଧିନାୟକ: ବିଶ୍ବକପ 2023 ଫାଇନାଲ ମ୍ୟାଚ ଦେଖିବାକୁ ବିଶ୍ବକପ ଚମ୍ପିଆନ ଅଧିନାୟକଙ୍କୁ ନିମନ୍ତ୍ରଣ ହୋଇଛି । 1983 ଓ 2011ରେ ବିଶ୍ବବିଜୟୀ ଭାରତୀୟ ଦଳର ଅଧିନାୟକ କପିଳ ଦେବ ଓ ମହେନ୍ଦ୍ର ସିଂହ ଧୋନୀ ଉପସ୍ଥିତ ରହିବେ । ଅନ୍ୟମାନଙ୍କ ମଧ୍ୟରେ ରିକି ପଣ୍ଟିଂ, ଆଲାନ ବର୍ଡର, ମାଇକେଲ କ୍ଲାର୍କ୍‌, କ୍ଲାଇବ ଲଏଡ ଓ ଇଅନ ମୋର୍ଗାନଙ୍କ ଭଳି ଅଧନାୟକମାନେ ମ୍ୟାଚ ଦେଖିବେ । ସମସ୍ତ ବିଶ୍ବକପ ବିଜେତା ଅଧିୟନାୟକଙ୍କୁ ସମ୍ମାନିତ କରାଯିବ ।

ପ୍ରଦର୍ଶନ ହେବ ବାୟୁସେନାର ସୂର୍ଯ୍ୟକିରଣ ଶୋ': ମ୍ୟାଚ୍‌ ପୂର୍ବରୁ ବାୟୁସେନାର ସୂର୍ଯ୍ୟକରିଣ ଏଆଇଏଫ ଟିମ୍‌ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି । ଟସ୍ ପରେ ଅପରାହ୍ନ 1.35 ମିନିଟରୁ ଆଇଏଏଫର ସୂର୍ଯ୍ୟକିରଣ ଶୋ ପ୍ରଦର୍ଶନ ହେବ । ଜାତୀୟ ସଙ୍ଗୀତ ଗାନ ସମୟରେ ଆକାଶମାର୍ଗରେ ସୂର୍ଯ୍ୟକିରଣ ଏଆଇଏଫ ଜାତୀୟ ପତାକାର ରଙ୍ଗ ଉଡାଇବ ।

ଲେଜର ଲାଇଟ ଶୋ'ରେ ଝଲସିବ ଷ୍ଟାଡିୟମ: ବିଶ୍ବକପକୁ ସର୍ବଶ୍ରେଷ୍ଠ କରିବାରକୁ ଆୟୋଜକ ଭାରତ ସମସ୍ତ ପ୍ରସ୍ତୁତି କରିଛି । ଶେଷ ମ୍ୟାଚକୁ ସ୍ମରଣୀୟ କରିବାକୁ ବିସିସିଆଇ ପକ୍ଷରୁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଛି । ଦ୍ବିତୀୟ ପାଳିର ଜଳପାନ ବିରତିରେ ଲେଜର ଲାଇଟ ଶୋ' ହେବ । ଲେଜର ଲାଇଟ ଶୋ'ରେ ଝଲସିବ ନରେନ୍ଦ୍ର ମୋଦି ଷ୍ଟାଡିୟମ । ମ୍ୟାଚ୍‌ ସହ ସ୍ପେଶାଲ ଶୋ'କୁ ଭପଭୋଗ କରିବେ ଦର୍ଶକ ।

ଏହା ବି ପଢନ୍ତୁ...ବିଶ୍ବକପ 2023 ଫାଇନାଲ: ଆଜି ଭାରତ-ଅଷ୍ଟ୍ରେଲିଆ ମହାସମର, 12 ବର୍ଷ ପରେ ତୃତୀୟ ଟାଇଟଲ ଲକ୍ଷ୍ୟରେ ଟମ୍ ଇଣ୍ଡିଆ

ଝୁମିବେ ଦର୍ଶକ: ବିଶ୍ବକପ 2023ରେ ଉଦଘାଟନୀ ଉତ୍ସବ ହୋଇନଥିଲେ ବି ଉଦଯାପନୀ ଉତ୍ସବକୁ ରଙ୍ଗାରଙ୍ଗ କରାଯିବ । ବଲିଉଡ ସିଙ୍ଗରଙ୍କ ଗୀତରେ ଝୁମିରେ ଦର୍ଶକ । ପ୍ରଥମ ଇନିଂସ ଡ୍ରିଙ୍କ୍‌ସ୍‌ ବ୍ରେକ୍‌ରେ ଲୋକପ୍ରିୟ ଗୁଜୁରାଟୀ ଗାୟକ ଆଦିତ୍ୟ ଗାଡଭୀ ସଙ୍ଗୀତ ପରିବେଷଣ କରିବେ । ଏହାପରେ ଇନିଂସ ବ୍ରେକ୍‌ରେ ପ୍ରୀତମ ଚକ୍ରର୍ବତ୍ତୀ, ଜୋନିତା ଗାନ୍ଧୀ, ଅମିତ ମିଶ୍ରା, ନାକାଶ ଆଜିଜ, ଆକାଶ ସିଂହ, ତୁଷାର ଜୋସିଙ୍କ ସଙ୍ଗୀର ପରିବେଶଷକୁ ଉପଭୋଗ କରିବେ ଦର୍ଶକ ।

ଷ୍ଟାଡିୟମରେ କଡ଼ା ସୁରକ୍ଷା ବ୍ୟବସ୍ଥା: ଭାରତ ଅଷ୍ଟ୍ରେଲିଆ ଫାଇନାଲ୍‌ ମ୍ୟାଚକୁ ନେଇ ଅହମ୍ମଦାବାଦ ସହର ଓ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ଉପସ୍ଥିତ ରହିବେ ତେଣୁ ସୁରକ୍ଷା ବ୍ୟବସ୍ଥା ଟାଇଟ୍‌ ହୋଇଛି । ଷ୍ଟାଡିୟମରେ 6 ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ରହିଛନତି । ଖେଳାଳି ଓ ଅତିଥି ରହୁଥିବା ହୋଟେଲରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଆଇଡି ଓ ଡିଆଇଜି ର୍ୟାଙ୍କର 4 ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ସହିତ 23 ଡିସିପି ର଼୍ୟାଙ୍କ୍‌ ଅଧିକାରୀଙ୍କ ନଜରରେ ସୁରକ୍ଷା ବ୍ୟବସ୍ଥା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.