ସାରସକଣାରେ ଜନ୍ମନେଲା ବିକୃତ ଶିଶୁ: ମୁହଁ ନାହିଁ, ଅଛି କେବଳ ଆଖି

By

Published : Mar 16, 2023, 10:12 AM IST

thumbnail

ବାରିପଦା: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଞ୍ଚଳରେ ଏକ ବିକୃତ ଶିଶୁ ଜନ୍ମ ନେଇଛି । ଜନ୍ମ ହେବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ଶିଶୁଟିର ମୃତ୍ୟୁ ହୋଇଛି । ଶିଶୁଟିର ସମ୍ପୂର୍ଣ୍ଣ ମୁଣ୍ଡ ଅସ୍ବାଭାବିକ ଭାବେ ରହିଥିଲା । ମୁଣ୍ଡର ଆକୃତି ବିକୃତ ଥିବା ବେଳେ ନାକ କିମ୍ବା ମୁହଁ ନଥିଲା । ମୁଣ୍ଡର ଉପର ଭାଗରେ ଗୋଟିଏ ମାତ୍ର ଆଖି ରହିଥିଲା । ତେବେ ଶିଶୁଟି ଜନ୍ମ ହେବାରେ ମାତ୍ର କିଛି ସମୟ ମଧ୍ୟରେ ଆଖି ବୁଜିଛି । ସ୍ଥାନୀୟ ଜଣେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ 108 ଆମ୍ବୁଲାନ୍ସରେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ରାସ୍ତାରେ ଆମ୍ବୁଲାନ୍ସରେ ହିଁ ମହିଳାଜଣଙ୍କ ଏହି ବିକୃତ ଶିଶୁପୁତ୍ରଟିକୁ ଜନ୍ମ ଦେଇଥିଲେ । ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ନିକଟସ୍ଥ ବାଙ୍ଗରିପୋଷି ମେଡିକାଲକୁ ଆଣିଥିଲେ । ସେଠାରେ ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ । କିନ୍ତୁ ଉକ୍ତ ପ୍ରସୂତୀଜଣଙ୍କ ସୁସ୍ଥ ଅଛନ୍ତି ଓ ସେ ଚିକିତ୍ସାଧୀନ ଅଛନ୍ତି ।

ରାଇରଙ୍ଗପୁର, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.