Independence Day: ରାୟଗଡ଼ାରେ ତ୍ରିରଙ୍ଗା ଉତ୍ତୋଳନ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ

By

Published : Aug 15, 2023, 4:54 PM IST

thumbnail

ରାୟଗଡ଼ା: ସାରା ଦେଶ ପାଳୁଛି ୭୭ତମ ସ୍ବାଧୀନତା ଦିବସ । ଏହି କ୍ରମରେ ରାୟଗଡ଼ାରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ କରାଯାଇଛି । ଜିସିଡ଼ି ପଡିଆ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ଅବସରରେ ଖାଦ୍ୟ ଯୋଗାଣ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଛନ୍ତି ।  ମନ୍ତ୍ରୀ ନିଜ ଅଭିବାଦନରେ ଜିଲ୍ଲାବାସୀଙ୍କୁ ସାଧୁବାଦ ଦେବା ସହ ସ୍ୱାଧୀନତା ସଂଗ୍ରାମରେ ଜିଲ୍ଲାର ଅବଦାନ ମନେପକାଇଥିଲେ । ଚଳିତ ବର୍ଷ ପ୍ୟାରେଡ଼ରେ ପୋଲିସ ସିଆରପିଏଫ ଓ ଏନସିସି ଛାତ୍ରଛାତ୍ରୀଙ୍କ ସମେତ 29 ପ୍ଲାଟୁନ ଭାଗନେଇଥିଲେ । ସମାଜର ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟଙ୍କୁ ସମ୍ମାନିତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ସ୍ୱଧାଦେବ ସିଂ, ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
 

ଇଟିଭି ଭାରତ, ରାୟଗଡ଼ା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.