ପୋଲିସ ସହ କାନ୍ଧରେ କାନ୍ଧ ମିଶାଇ କାର୍ଯ୍ୟ କରୁଛନ୍ତି ଗୃହରକ୍ଷୀ: ଅନୁଗୋଳ ଏସପି

By ETV Bharat Odisha Team

Published : Dec 6, 2023, 6:45 PM IST

thumbnail

ଅନୁଗୋଳ: ପୋଲିସ ଭଳି ଗୃହରକ୍ଷୀମାନେ ସବୁ କ୍ଷେତ୍ରରେ ନିଜର ଦାୟିତ୍ୱ ସଠିକ ଭାବେ ତୁଲାଇଥାନ୍ତି । ଟ୍ରାଫିକ କଣ୍ଟ୍ରୋଲ ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା କରୁଛନ୍ତି । ପ୍ରତିବର୍ଷ ଡିସେମ୍ବର ୬ ତାରିଖକୁ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ଆଜି ଅନୁଗୋଳ ଜିଲ୍ଲା ଗୃହରକ୍ଷୀ ପଡିଆରେ 61 ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ଦିବସ ପାଳିତ ହୋଇଯାଇଛି ।

ଅନୁଗୋଳ ଏସପି ସୁଧାଂଶୁ ଶେଖର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ବେସାମରିକ ପ୍ରତିରକ୍ଷା ବାହିନୀ ଓ ଗୃହ ରଖି ସବୁ କ୍ଷେତ୍ର ରେ ବେଶ ପାରଦର୍ଶିତର ସହ କାର୍ଯ୍ୟ କରୁଛନ୍ତି । ପୋଲିସ ବିଭାଗ ସହ ସମନ୍ଵୟ ରଖି ଆଭ୍ୟନ୍ତରଣୀୟ ସୁରକ୍ଷାକୁ ଗୁରୁଦାୟିତ୍ଵ ବହନ କରିଥିବାରୁ ଏସପି ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । ପରେ ଗୃହରକ୍ଷୀ ଓ ବେସାମରିକ ବାହିନୀ ପକ୍ଷରୁ ବିଭିନ୍ନ ସାମରିକ କୌଶଳ ପ୍ରଦର୍ଶନ କରାଯାଇଥିଲା ।ଏହି ଅବସରରେ ପୋଲିସ ସହ କାନ୍ଦରେ କାନ୍ଦ ମିଶାଇ କାର୍ଯ୍ୟ କରୁଛନ୍ତି ଗୃହରକ୍ଷୀ ଏଭଳି କହି ଗୃହରକ୍ଷୀଙ୍କ ମନବଳ ବଢାଇଥିଲେ ଏସପି ସୁଧାଂଶୁ ଶେଖର ମିଶ୍ର । 

ଏହା ମଧ୍ୟ ପଢନ୍ତୁ....ବ୍ରହ୍ମପୁରରେ ୬୧ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.