ମାଗଣା ଚିକିତ୍ସା ପାଇବେ ୨୪ ହୃଦରୋଗୀ, ଅହମ୍ମଦାବାଦ ନେଲା RBSK

By

Published : Apr 10, 2022, 9:57 PM IST

Updated : Feb 3, 2023, 8:22 PM IST

thumbnail

ବ୍ରହ୍ମପୁର: ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଅହମ୍ମଦାବାଦ ଗଲେ ଗଞ୍ଜାମର ୨୪ ହୃଦରୋଗୀ ଶିଶୁ । ବ୍ରହ୍ମପୁରରୁ ଟ୍ରେନ ଯୋଗେ ଅହମ୍ମଦାବାଦ ସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲକୁ ସେମାନଙ୍କୁ ଅସ୍ତ୍ରୋପଚାର ପାଇଁ ପଠାଯାଇଛି । ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ANMଙ୍କ ଦ୍ୱାରା ଚିହ୍ନଟ ହୋଇଥିଲେ । ସେହିପରି ଗଞ୍ଜାମରେ ପ୍ରତ୍ୟେକ ବ୍ଲକରେ ଦୁଇଟି ଲେଖାଏଁ RBSK(Rashtriya Bal Swasthya Karyakram) ଟିମ ଅଛନ୍ତି । ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ଟିମରେ ଜଣେ ପୁରୁଷ ଆୟୁଷ ଡାକ୍ତର, ଜଣେ ମହିଳା ଆୟୁଷ ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଜଣେ ANM ରହିଥିଲେ । ଏମାନେ ଅଙ୍ଗନବାଡ଼ି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତ ରହିଥିବା ସମସ୍ତ ଶିଶୁଙ୍କ ୩୮ ପ୍ରକାର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରି ଉନ୍ନତ ସ୍ୱାସ୍ଥ୍ୟ ପାଇଁ ସିଟି ହସ୍ପିଟାଲରେ ଥିବା DEICକୁ ଅଣାଯାଇଥିଲା । ପରେ ହୃଦରୋଗୀ ଶିଶୁଙ୍କୁ ଚୟନ କରି ନିଆଯାଇଛି । ଏହି କାର୍ଯ୍ୟକ୍ରମ ୨୦୧୩ ମସିହା ରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଗଞ୍ଜାମରେ ୫୦୦ ରୁ ୬୦୦ ଶିଶୁଙ୍କ ସଫଳ ଚିକିତ୍ସା ଓ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ମାଗଣାରେ କରିଛି । ହୃଦରୋଗୀ ଶିଶୁଙ୍କ ସମସ୍ତ ପ୍ରକାର ପରୀକ୍ଷା କରାଯିବା ପରେ ଗୁଜୁରାଟର ଅହମ୍ମଦାବାଦ ପଠାଯାଇଛି । ଅହମ୍ମଦାବାଦ ନେଇ ଯାଉଥିବା ଜିଲ୍ଲା ସ୍ୱାସ୍ଥ ଟିମ୍‌ର କର୍ମକର୍ତ୍ତା , RBSK ଡାକ୍ତର , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ଶିଶୁଙ୍କ ପରିବାର ବର୍ଗଙ୍କ ସହିତ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।

Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.