ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲା 4 ଜୀବନ

By

Published : Aug 28, 2019, 8:00 PM IST

thumbnail

ନୂଆପଡା: ଦାଉ ସାଜିଲା ଲଗାଣ ବର୍ଷା । ଶୋଇଥିବା ବେଳେ ଭୁଶୁଡିଲା ଘର କାନ୍ଥ । ଅଳ୍ପକେ ବର୍ତ୍ତିଗଲା 4 ନିରୀହ ଜୀବନ । ଗତ ରବିବାର ମଧ୍ୟରାତ୍ରିରେ ଏପରି ଘଟିଛି ନୂଆପଡା ଜିଲ୍ଲା ବୋଡେନ ବ୍ଲକ୍‌ ଡୋଟୋ ଗାଁରେ । ଗାଁର ଅସହାୟ ବିଧବା ଘରମଣି ବେୱାଙ୍କ ଘର ଅବିଶ୍ରାନ୍ତ ବର୍ଷାରେ ଛାରଖାର ହୋଇଯାଇଛି । 9 ବର୍ଷ ପୂର୍ବେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ମୁଣ୍ଡ ଗୁଞ୍ଜିବାକୁ ଥିବା ଘର ଖଣ୍ଡକ ଭାଙ୍ଗି ଯିବା ପରେ...ଦ୍ବିଗୁଣିତ ହୋଇଛି ଘରମଣିଙ୍କ ଦୁର୍ଦ୍ଦଶା । ତେବେ ଏଥିରେ ଭାଙ୍ଗି ନପଡି ଆର୍ଥିକ ସାହାଯ୍ୟ ପାଇଲେ ପୁଣି ଘର କରିବେ ବୋଲି ଆଶା ବାନ୍ଧିଛନ୍ତି ସେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.