ETV Bharat Digital Dialogue; ସତର୍କତା ହିଁ ବଞ୍ଚାଇବ ଜୀବନ, ଆଗାମୀ ୩ ମାସ ବେଶ ଗୁରୁତ୍ବପୂର୍ଣ୍ଣ

By

Published : Nov 28, 2021, 8:14 PM IST

thumbnail

ଭୁବନେଶ୍ବର: ଭୟ ବଢାଉଛି ନୂଆ କୋରୋନା ଭୂତାଣୁ ଓମିକ୍ରନ (Omicron Covid19 New variant) । ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଓମିକ୍ରନ ଏବେ ବିଶ୍ବବାସୀଙ୍କ ଚିନ୍ତା ବଢାଇ ଦେଇଛି । ଦକ୍ଷିଣ ଆଫ୍ରିକା ସମେତ ହଂକଂ, ବୋସ୍ୱାନା ଓ ବେଲଜିୟମରେ ପରେ ଭାରତର ପଡୋଶୀ ଦେଶ ବାଂଲାଦେଶରୁ ମଧ୍ୟ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । କୋରୋନାର ନୂଆ ପ୍ରଜାତି ଲୋକଙ୍କ ମଧ୍ୟରେ ଭୟ ବଢାଇ ଚାଲିଥିବା ବେଳେ କିପରି ରହିବେ ସତର୍କ । ଏନେଇ କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଆଜିର ‘ଇଟିଭି ଭାରତର ଡିଜିଟାଲ ଡାଏଲଗ’ ଏପିସୋଡରେ ଉପସ୍ଥିତ ଅଛନ୍ତି ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଡ. ସୂର୍ଯ୍ୟପ୍ରକାଶ ଚୌଧୁରୀ । ନୂଆ କୋରୋନା ଭୂତାଣୁ ଓମିକ୍ରନ ସମ୍ପର୍କରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ଓଡିଶା ବ୍ୟୁରୋ ଚିଫ୍‌ ରୁଦ୍ର ନାରାୟଣ ଦାସ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.