Panchayat Election: ଗାଁ ଦାଣ୍ଡରେ ପଞ୍ଚାୟତ ଲଢେଇ, ପ୍ରଚାର ଆରମ୍ଭ କଲେଣି ପ୍ରାର୍ଥୀ

By

Published : Jan 26, 2022, 7:11 PM IST

thumbnail

ବ୍ରହ୍ମପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟର ଚୁଡାନ୍ତ ତାଲିକା ପ୍ରକାଶ ପାଇବା ପରେ ସରଗରମ ହୋଇପଡିଲାଣି ଗ୍ରାମାଞ୍ଚଳ ରାଜନୀତି । ସରପଞ୍ଚ ଠାରୁ ଆରମ୍ଭ କରି ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟମାନେ ସମର୍ଥକଙ୍କ ସହ କୋଭିଡ କଟକଣା ମଧ୍ୟରେ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଦେଲେଣି । ଏହାରି ମଧ୍ୟରେ ବିଭିନ୍ନ ଗାଁକୁ ଯାଇ ଭୋଟରଙ୍କ ନିକଟରେ ପହଞ୍ଚିଲେଣି ପ୍ରତିଦ୍ବନ୍ଦୀ । ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ସହ ଦଳୀୟ ଚିହ୍ନ, ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ଚିହ୍ନ ମିଳିବା ପରେ ନିଜ ସପକ୍ଷରେ ଜନମତ ସଂଗ୍ରହ ପାଇଁ ବାହାରିଛନ୍ତି । ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ସିନ୍ଦରପୁର ପଞ୍ଚାୟତରେ ପ୍ରଚାର କରୁଥିବା ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ବ୍ରହ୍ମପୁର ସମ୍ବାଦଦାତା । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.