ETV Bharat / sukhibhava

Mobile Radiation: ଚର୍ମରେ କେମିତି ପଡେ ପ୍ରଭାବ, ପଢନ୍ତୁ ଉପଚାର

author img

By

Published : Apr 17, 2022, 5:13 PM IST

ମୋବାଇଲ ରାଡିଏସନ କଣ, ଚର୍ମରେ ଏହାର ପ୍ରଭାବ କଣ ? ଜାଣନ୍ତୁ
ମୋବାଇଲ ରାଡିଏସନ କଣ, ଚର୍ମରେ ଏହାର ପ୍ରଭାବ କଣ ? ଜାଣନ୍ତୁ

ମୋବାଇଲ ଫୋନ, କମ୍ପ୍ୟୁଟର ଏବଂ ଲାପ୍‌ଟପ୍ ଭଳି ବିଭିନ୍ନ ଇଲେକ୍ଟ୍ରିକ ଉପକରଣ ଦୈନନ୍ଦିନ ଜୀବନରେ ଅଧିକ ବ୍ୟବହାର କରାଯାଉଛି । କିନ୍ତୁ ଏହି ସବୁ ଉପକରଣରୁ କି ପ୍ରକାର ବିକିରଣ ନିର୍ଗତ ହେଉଛି ଏବଂ ଏହା କେତେ କ୍ଷତିକାରକ ଜାଣିଛନ୍ତି କି ? ତେବେ ପଢନ୍ତୁ କିପରି ରେଡିଏସନରୁ ଚର୍ମକୁ ସୁରକ୍ଷା ଦେବେ

ହାଇଦ୍ରାବାଦ: ଏକବିଂଶ ଶତାବ୍ଦୀରେ ସବୁ କିଛି ସହଜ ଓ ସରଳ ହୋଇଯାଇଛି । ମୋବାଇଲ ବା ଲାପଟପ ଜରିଆରେ ଗୁରୁତ୍ବପୂର୍ଣ୍ଣ କାମକୁ ଅତି ସହଜରେ କରିପାରୁଛନ୍ତି । ମାତ୍ର ଏହି ସବୁ ଇଲେକ୍ଟ୍ରି ଉପକରଣରୁ ବାହାରୁଥିବା ରଶ୍ମୀ କଣ ଏବଂ ଏହା କେତେ କ୍ଷତିକାରକ ତାହା ଆମେ ଜାଣୁନା । ତେବେ ମୋବାଇଲ ରେଡିଏସନ ବା ନୀଳ ଆଲୋକ ଆମ ଆଖିକୁ କ୍ଷତି ପହଞ୍ଚାଇବା ସହ ରେଟିନାକୁ ମଧ୍ୟ ଦୁର୍ବଳ କରିପାରେ, ତେଣୁ ଏହା ଆମ ଚର୍ମ ପାଇଁ କେତେ ପରିମାଣର କ୍ଷତି କରିପାରେ ତାହା ଅନ୍ଦାଜ ଲଗାନ୍ତୁ । ବାସ୍ତବରେ ଏହା ଅତ୍ୟନ୍ତ କ୍ଷତିକାରକ !

ଆପଣ ବର୍ତ୍ତମାନ ବ୍ୟବହାର କରୁଥିବା ସେଲ୍ ଫୋନ୍, କିମ୍ବା ଆପଣ ଏହି ଆର୍ଟିକିଲ୍ ପଢୁଥିବା ଲାପଟପ୍, ସମସ୍ତ ଇଲେକ୍ଟ୍ରୋନିକ ସାମଗ୍ରୀରେ ସମାନ ଜିନିଷ ଥାଏ, ଯାହା ହେଉଛି ଆଣ୍ଟିନା(Antenna) । ସିଗନାଲ୍ ଟାୱାର ସହିତ ଏକ ସଂଯୋଗ କରିବା ପାଇଁ ଆଣ୍ଟେନାଗୁଡ଼ିକୁ ଚିପ୍ କରାଯାଇଥାଏ । ଏହା ସଂଯୋଗ ହେବା ପରେ ଏହି ଆଣ୍ଟିନାଗୁଡ଼ିକରୁ କେତେକ ବିକିରଣ ନିର୍ଗତ ହୋଇଥାଏ, ଯାହା ଆମ ଚର୍ମକୁ କ୍ଷତି ପହଞ୍ଚାଇଥାଏ । ଏକ ଅଗ୍ରଣୀ ଚର୍ମ ଚିକିତ୍ସା ସଂସ୍ଥାର ସହ-ପ୍ରତିଷ୍ଠାତା ନମ୍ରତା ବଜାଜ ଆମ ଚର୍ମରେ ବିକିରଣର କ୍ଷତି ଏବଂ ଏହାକୁ କିପରି ରକ୍ଷା କରିଯାଇ ପାରିବ ସେନେଇ ଅଧିକ ଆଲୋଚନ କରିଛନ୍ତି ।

ରେଡିଏସନର କ୍ଷତିକାରକ ଗୁଣ....

ଚର୍ମର ରଙ୍ଗହୀନତା(Skin discolouration): ସମସ୍ତ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକର ଗୋଟିଏ ଜିନିଷ ଅଛି, ଯାହା ଚର୍ମ ଉପରେ କ୍ଷତିକାରକ ବିକିରଣ ପ୍ରଭାବ ପକାଇଥାଏ । ଚର୍ମର କ୍ଷତି ଆଜିକାଲି ଏକ ପ୍ରମୁଖ ଘଟଣା, ଚର୍ମରେ ପ୍ରବେଶ କରୁଥିବା ବିକିରଣ କୁଞ୍ଚନତା ସୃଷ୍ଟି କରିବା ସହ ଶୁଷ୍କତା, ଲାଲ କିମ୍ବା ଗାଢ ହୋଇ ଚର୍ମ ରଙ୍ଗୀନ ହୋଇଯାଇଥାଏ ।

ଅକାଳ ବୃଦ୍ଧାବସ୍ଥା(Premature ageing): ଇଲେକ୍ଟ୍ରୋନିକ୍ ଉପକରଣର ମାତ୍ରାଧିକ ବ୍ୟବହାର ଦ୍ବାରା ଆମ ଚର୍ମ ଚକ୍ର ବା skin cycle ପ୍ରଭାବିତ ହୋଇଥାଏ । ଡିଭାଇସ୍ କିମ୍ବା ସୂର୍ଯ୍ୟକିରଣରୁ ନିର୍ଗତ ବିକିରଣ ଆମ ଚର୍ମରେ Tanning Beds ସୃଷ୍ଟି କରେ । (Ultra Violate) UV ରଶ୍ମିରେ ଅତ୍ୟଧିକ ସଂସ୍ପର୍ଶରେ ଆସିବା ଦ୍ବାରା ଟିସୁର ଭିତରସ୍ତରରେ କ୍ଷତି ପହଞ୍ଚିଥାଏ । ଫଳରେ ଏହି ରେଡିଏସନ ଚର୍ମକୁ କୁଞ୍ଚୁକୁଞ୍ଚିଆ ବା Damage କରିଦିଏ ।

ବ୍ରେକଆଉଟ୍(The breakouts): ଯେତେବେଳେ ଆମର ଚର୍ମ ଚତୁପାର୍ଶ୍ବର ପରିବେଶ ସହ ଖାପ ଖୁଆଇ ପାରେନାହିଁ, ସେତେବେଳେ ନାନା ସମସ୍ୟା ଉପୁଜିଥାଏ । ବ୍ରେକଆଉଟ୍ ପରିବେଶ ବା ଅସ୍ବାଭାବିତ ପରିବେଶ ଏକାଧିକ ଚର୍ମ ସମସ୍ୟା ମଧ୍ୟରୁ ଗୋଟିଏ । ସେନସିଟିଭ ସ୍କିନ୍ ଏପରି ପରିବେଶ ଦ୍ବାରା ପ୍ରଭାବିତ ହୋଇଥାଏ ।

ଚର୍ମ ରଙ୍ଗରେ ପ୍ରଭାବ(Skin pigmentation): ବିକିରଣ ଏବଂ ନୀଳ ରଙ୍ଗର ଆଲୋକ ଦ୍ବାରା ସର୍ବାଧିକ ଚର୍ମ ସମସ୍ୟା ସୃଷ୍ଟି ହୋଇଥାଏ । ଏହାଦ୍ବାରା ଚର୍ମ ଚାରିପାଖରେ କଳା ରଙ୍ଗର ଦାଗ ସୃଷ୍ଟି ହେବା ସହ ଚର୍ମ ରଙ୍ଗରେ ପରିବର୍ତ୍ତନ ହୋଇଥାଏ ।

ଚର୍ମର ସମ୍ବେଦନଶୀଳତା(Skin sensitivity): ବୟସ ବଢିବା ସହିତ ଚର୍ମର ସମ୍ବେଦନଶୀଳତା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କାରଣ, ଯାହା ଆମ ଚର୍ମକୁ ସିଧାସଳଖ ପ୍ରଭାବିତ କରିଥାଏ ଏବଂ ଏହା ଦ୍ବାରା ସ୍ଥାୟୀ ସମସ୍ୟା ସୃଷ୍ଟି ହୋଇଥାଏ । ସ୍କିନ୍ ସେନସିଟିଭ ଆପଣଙ୍କ ଚର୍ମର ଶକ୍ତିକୁ ଦୁର୍ବଳ କରିଥାଏ । ଚର୍ମ ଯେତେ ସମ୍ବେଦନଶୀଳ ଚର୍ମର ବାୟୁ, କ୍ଷତିକାରକ କଣିକା ବିରୁଦ୍ଧରେ ଲଢିବା ସମ୍ଭାବନା ସେତେ କମ୍ ।

ତେବେ ଆମ ଚର୍ମକୁ ରେଡିଏସନ ବା ବିକିରଣରୁ ରକ୍ଷା କରିବା ପାଇଁ ନମ୍ରତା ବଜାଜ ମଧ୍ୟ କେତେକ ଉପଚାର ବତାଇଛନ୍ତି:-

  • ଚର୍ମକୁ ସତେଜ ଓ ଖୋଲାପବନରେ ରଖିବା ସହ ବିକିରଣ ଠାରୁ ଦୂରେଇ ରଖିବା ଉଚିତ ।
  • ଅତ୍ୟଧିକ ପାଣି ପିଇବା ତୁଳନାରେ ଅନ୍ୟ କୌଣସି ବେଷ୍ଟ ଉପଚାର ନାହିଁ । ତେଣୁ ଆପଣ ଯେତେ ଅଧିକ ପାଣି ପିଅନ୍ତୁ ।
  • ନିୟମିତ ଭାବରେ ମୁହଁ ଧୋଇ ଦିଅନ୍ତୁ । ଏହାଦ୍ବାରା ଆଖିରେ ପଡୁଥିବା ବିକିରଣ ପାଣିଦ୍ବାରା ଧୋଇହୋଇ ଯାଇଥାଏ ।
  • ସମସ୍ତ ପ୍ରକାରର ବିକିରଣରୁ ରକ୍ଷା କରିବା ପାଇଁ ଦୈନିକ ମଶ୍ଚରାଇଜର ଭାବରେ ଏକ ବିକିରଣ ସୁରକ୍ଷା ଫେସ୍ କ୍ରିମ୍ ବ୍ୟବହାର କରନ୍ତୁ ।
  • ଶୋଇବା ସମୟରେ ଫୋନ୍ ବ୍ୟବହାର କରନ୍ତୁ ନାହିଁ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.