ETV Bharat / sukhibhava

Hair Care Tips: ଗ୍ରୀଷ୍ମଋତୁରେ କିପରି ନେବେ କେଶର ଯତ୍ନ ? ଜାଣନ୍ତୁ ଏହି ଟିପ୍ସ

author img

By

Published : Apr 19, 2022, 8:50 PM IST

ଗ୍ରୀଷ୍ମଋତୁରେ କିପରି ନେବେ କେଶର ଯତ୍ନ ? ଜାଣନ୍ତୁ ଏହି ଟିପ୍ସ
ଗ୍ରୀଷ୍ମଋତୁରେ କିପରି ନେବେ କେଶର ଯତ୍ନ ? ଜାଣନ୍ତୁ ଏହି ଟିପ୍ସ

ଗ୍ରୀଷ୍ମ ଋତୁରେ ପୁରୁଷ ହୁଅନ୍ତି କି ମହିଳା ସମସ୍ତଙ୍କ କେଶ ସମସ୍ୟା ଦେଖାଦିଏ । ଝାଳ, ଟାଣ ଖରା ଯୋଗୁଁ ମୁଣ୍ଡର ଚର୍ମ ସଂକ୍ରମିତ ହେବା ସହ କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଦିଏ । ଏହାପରେ କେଶ ଉପୁଡିଥାଏ । ଏଭଳି ସ୍ଥିତିରେ କିପରି କେଶର ଯତ୍ନ ନେବେ ଆସନ୍ତୁ ଚର୍ମ ବିଶେଷଜ୍ଞଠୁ ଜାଣିବା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଗ୍ରୀଷ୍ମ ଋତୁରେ ଆର୍ଦ୍ରତା ଅଭାବ ସହିତ ଝାଳ, ସୂର୍ଯ୍ୟ କିରଣର ପ୍ରଭାବ ଓ ଅନେକ କାରଣରୁ କେଶର ଗୁଣ ପ୍ରଭାବିତ ହୋଇଥାଏ । ଫଳରେ କେଶରେ ଶୁଷ୍କତା, କୁଣ୍ଡାଇ ହେବା, ଚର୍ମ ସଂକ୍ରମଣ ଭଳି ସମସ୍ୟା ଦେଖା ଦେଇଥାଏ । ଯେଉଁଥିପାଇଁ କେବଳ କେଶ ଝଡ଼ିନଥାଏ ବରଂ ସେଗୁଡ଼ିକ ଅଧିକ ଶୁଷ୍କ ଦେଖାଯାଏ । ଉତ୍ତରାଖଣ୍ଡର ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଆଶା ସକଲାନି କହିଛନ୍ତି ଯେ, ଗ୍ରୀଷ୍ମ ଋତୁରେ ବିଶେଷକରି ଯେଉଁ ଅଞ୍ଚଳରେ ଅଧିକ ଆର୍ଦ୍ରତା କିମ୍ବା ପ୍ରଦୂଷଣ ରହିଥାଏ ସେହି ଅଞ୍ଚଳରେ କେଶକୁ ଅଧିକ ପରିଷ୍କାର ଏବଂ ଯତ୍ନ ନେବା ଆବଶ୍ୟକ । କେବଳ ମହିଳା ନୁହଁନ୍ତି ପୁରୁଷମାନେ ମଧ୍ୟ ସେମାନଙ୍କର କେଶର ବିଶେଷ ଯତ୍ନ ନେବା ଆବଶ୍ୟକ ।

ମଇଳା, ଖରା ଓ ଝାଳ ବଢାଏ କେଶର ସମସ୍ୟା

ଅଧିକାଂଶ ଲୋକ ଗ୍ରୀଷ୍ମ ଋତୁରେ ମୁଣ୍ଡକୁ ନ ଘୋଡାଇ ବାହାରକୁ ବାହାରି ଯାଆନ୍ତି । ଏପରି ପରିସ୍ଥିତିରେ ଯେତେବେଳେ ମୁଣ୍ଡରେ ଧୂଳି, ପ୍ରଦୂଷଣର କଣିକା କେଶରେ ଲାଗେ ସେତେବେଳେ ମୁଣ୍ଡର ଚର୍ମ ଉପରେ ସେମାନଙ୍କର ପାର୍ଶ୍ବ ପ୍ରତିକ୍ରିୟା ଅପେକ୍ଷାକୃତ ଅଧିକ ହୋଇଥାଏ । ଏଥି ସହିତ ଏହି ଋତୁରେ ଦୁଇ ଚକିଆ ଯାନରେ ଚଢିଥିବା ଲୋକଙ୍କ କେଶରେ ଦୀର୍ଘ ସମୟ ଧରି ହେଲମେଟ ପିନ୍ଧିବା ହେତୁ ଅତ୍ୟଧିକ ଝାଳ ବାହାରିବା ଏବଂ ମଇଳା ଜମା ହେବାର ସମ୍ଭାବନା ବଢିଯାଏ । ଏପରି ପରିସ୍ଥିତିରେ ମଇଳା ତ୍ବଚା ଏବଂ କେଶ ମୂଳର ହେୟାର ଫଲିକଲ ଉପରେ ଜମା ହୋଇଯାଏ । ଯେଉଁଥିପାଇଁ କେଶ ରୋଗଗ୍ରସ୍ତ ହୋଇପାରେ ଏବଂ ତ୍ବଚାରେ କୁଞ୍ଚନ, ଦାଗ କିମ୍ବା ଅନ୍ୟ ଚର୍ମ ସମସ୍ୟା ହେବାର ଆଶଙ୍କା ବଢିଯାଏ ।

ଡକ୍ଟର ଆଶା କହିଛନ୍ତି ଯେ ଗ୍ରୀଷ୍ମ ଋତୁରେ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଯେ କେଶର ପରିଷ୍କାର ପରିଚ୍ଛନ୍ନତା ସହିତ ଅଧିକ ଯତ୍ନ ନେବା ଉଚିତ । ଯେଉଁଥିପାଇଁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । ସେଗୁଡିକ ହେଉଛି:

  • କମ୍ ରାସାୟନିକ କିମ୍ବା ହର୍ବାଲ୍ ସାମ୍ପୁ ସହିତ ସପ୍ତାହରେ ଅତି କମରେ ତିନିଥର କେଶ ଧୋଇବା ଦରକାର । କିନ୍ତୁ ଯେଉଁ ଲୋକମାନେ ଅଧିକାଂଶ ସମୟ ଧୂଳି ଅଞ୍ଚଳରେ ଅତିବାହିତ କରନ୍ତି କିମ୍ବା ପ୍ରତିଦିନ ଦୀର୍ଘ ସମୟ ଧରି ହେଲମେଟ ପିନ୍ଧନ୍ତି ସେମାନେ ନିୟମିତ ଭାବେ ମୁଣ୍ଡ ଧୋଇବା ଉଚିତ ।
  • ଏହି ଋତୁରେ ଯଦିଓ ଆପଣ କିଛି କ୍ଷଣ ପାଇଁ ଘରୁ ବାହାରକୁ ଯାଉଛନ୍ତି ସର୍ବଦା କେଶକୁ ଏକ ସୂତା କପଡା, ଓଢଣୀ କିମ୍ବା ଟୋପି ଦ୍ବାରା ଘୋଡାଇ ରଖନ୍ତୁ । ସିଧାସଳଖ ସୂର୍ଯ୍ୟ କିରଣ କିମ୍ବା ଧୂଳିର ସଂସ୍ପର୍ଶରେ ଆସିବା ପାଇଁ କେଶକୁ ଦୂରରେ ରଖନ୍ତୁ । କେବଳ ମହିଳା ନୁହଁନ୍ତି ପୁରୁଷମାନେ ମଧ୍ୟ ଯେଉଁମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ହେଲମେଟ ପିନ୍ଧନ୍ତି, ଯଥାସମ୍ଭବ ହେଲମେଟ ପିନ୍ଧିବା ପୂର୍ବରୁ କେଶକୁ ଏକ ସୂତା କପଡ଼ାରେ ଘୋଡାଇବା ଆବଶ୍ୟକ ।
  • ଉତ୍ତାପର ଯୋଗଁ କେଶର କୋମଳତା ହ୍ରାସ ପାଏ । ଶରୀରରେ ଜଳ ଏବଂ ଆର୍ଦ୍ରତାର ଅଭାବ ମଧ୍ୟ ରହିଥାଏ । ଏଣୁ ଏହି ଋତୁରେ କ୍ରମାଗତ ଭାବରେ ପାଣି ପିଅନ୍ତୁ । ଯାହାଫଳରେ କେବଳ କେଶ ନୁହେଁ ସମଗ୍ର ଶରୀର ମଧ୍ୟ ଜଳ ଅଭାବରୁ ହେଉଥିବା ପାର୍ଶ୍ବ ପ୍ରତିକ୍ରିୟାରୁ ରକ୍ଷା ହୋଇପାରିବ । ଏହା ବ୍ୟତୀତ ଅଧିକ ତରଳ ଖାଦ୍ୟ ଗ୍ରହଣ କରାଯିବା ଉଚିତ । ଏପରି ଫଳ ଏବଂ ପନିପରିବା ଖାଇବା ଉଚିତ ଯେଉଁଥିରେ ଜଳର ପରିମାଣ ଅଧିକ ରହିଥାଏ ।
  • କେଶକୁ ଜୋରରେ ବାନ୍ଧିବା କେଶ ପାଇଁ ସର୍ବଦା କ୍ଷତିକାରକ ହୋଇଥାଏ । ଏଣୁ ଏହି ଋତୁରେ ମଧ୍ୟ ବିଶେଷକରି ମହିଳାମାନେ କେଶକୁ ଅଧିକ ଜୋରରେ ବାନ୍ଧିବା ଉଚିତ୍ ନୁହେଁ । କାରଣ ଝାଳ ଏବଂ ସୂର୍ଯ୍ୟ କିରଣର ପ୍ରଭାବରେ କେଶର ମୂଳ ମଧ୍ୟ ସମାନ ଭାବରେ ଦୁର୍ବଳ ହୋଇପାରେ । ଏପରି ସ୍ଥିତିରେ କେଶକୁ ଅତି ଜୋରରେ ବାନ୍ଧିବା ଅନୁଚିତ । ଏପରି କଲେ କେଶ ମଝିରୁ ଛିଣ୍ଡିବାର ଆଶଙ୍କା ରହିଥାଏ ।
  • ଆପଣ ନିଶ୍ଚିତ ଭାବରେ ସପ୍ତାହରେ ଅତି କମରେ ଦୁଇଥର କେଶରେ ତେଲ ଲଗାଇବା ଉଚିତ । କିନ୍ତୁ ଗ୍ରୀଷ୍ମ ଋତୁରେ ତେଲକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଣ୍ଡରେ ରଖିବା ଠାରୁ ଦୂରେଇ ରହିବା ଉଚିତ । ଏହି ଋତୁରେ ସାମ୍ପୁ କରିବା ପୂର୍ବରୁ 15 ମିନିଟରୁ ଏକ ଘଣ୍ଟା ପର୍ଯ୍ୟନ୍ତ ତେଲ ଲଗାଇବା ଭଲ ।

ସତର୍କତା

ଡକ୍ଟର ଆଶା କହିଛନ୍ତି ଯେ ସମସ୍ତ ସତର୍କତା ପରେ ମଧ୍ୟ ଯଦି ଗ୍ରୀଷ୍ମ ଋତୁରେ କେଶ କିମ୍ବା ଏହାର ମୂଳ ସମସ୍ୟା ଅଧିକ ପ୍ରଭାବିତ ହୁଏ କିମ୍ବା ଅଧିକ ଚର୍ମ ସମ୍ବନ୍ଧୀୟ ସମସ୍ୟା ମୁଣ୍ଡରେ ଦେଖାଯିବା ଆରମ୍ଭ କରେ । ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ଏଭଳି ସ୍ଥିତିରେ ଥରେ ଚର୍ମରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.