ETV Bharat / sukhibhava

Heart Problem: ଏହି ସବୁ କାରଣରୁ ମହିଳାଙ୍କର ହୋଇଥାଏ ହୃଦ୍‌ଘାତ, ରୁହନ୍ତୁ ସତର୍କ

author img

By

Published : Mar 6, 2023, 5:42 PM IST

ଦିନକୁ ଦିନ ବିଗୁଡୁଛି ହୃଦୟ ସ୍ବାସ୍ଥ୍ୟ । ନାଚୁଥିବା, ଗାଉଥିବା କିମ୍ବା କାମ କରୁଥିବା ସମୟରେ ଅଧିକାଂଶ ଲୋକ ହୃଦ୍‌ଘାତର ଶିକାର ହେଉଥିବା ଭିଡିଓ ଭାଇରାଲ୍ ହେଉଛି । ହୃଦଘାତର ବିଭିନ୍ନ କାରଣ ଥିଲେ ମଧ୍ୟ ଏହି ସବୁ ଅଭ୍ୟାସ ଆମ ହୃଦୟ ସ୍ବାସ୍ଥ୍ୟକୁ ସିଧାସଳଖ କ୍ଷତି ପହଁଞ୍ଚାଏ । ଅଧିକ ପଢନ୍ତୁ

an woman feeling heart problem at street
an woman feeling heart problem at street

ହାଇଦ୍ରାବାଦ: ହୃଦୟ ସ୍ବାସ୍ଥ୍ୟର ଯତ୍ନ ଆମ ଶରୀର ପାଇଁ ନିହାତି ଆବଶ୍ୟକ । ମାତ୍ର ବର୍ତ୍ତମାନ ସମୟରେ ଖରାପ ଜୀବନଶୈଳୀ ହାର୍ଟ ଉପରେ ଅଧିକ ପ୍ରଭାବ ପକାଉଛି । ନାଚୁଥିବା, ଗାଉଥିବା କିମ୍ବା କାମ କରୁଥିବା ସମୟରେ ଅଧିକାଂଶ ଲୋକ ହୃଦ୍‌ଘାତର ଶିକାର ହେଉଥିବା ଭିଡିଓ ଭାଇରାଲ୍ ହେଉଛି । ନିକଟରେ ଜିମ୍ କରୁଥିବା ସମୟରେ ଜଣେ ପୋଲିସ୍ କର୍ମଚାରୀ ହୃଦ୍‌ଘାତର ଶିକାର ହେବା ସମସ୍ତଙ୍କୁ ଚକିତ କରିଛି ।

ଦେଶର ପ୍ରଥମ ବ୍ରହ୍ମାଣ୍ଡ ସୁନ୍ଦରୀ ମଧ୍ୟ ହୃଦ୍‌ଘାତର ଶିକାର ହୋଇଥିବା ନେଇ ପୋଷ୍ଟ କରିଛନ୍ତି । ତେବେ ହୃଦ୍‌ଘାତର ଅନେକ କାରଣ ଥାଇପାରେ । ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଏହା ଭିନ୍ନ ଭିନ୍ନ । ଆଜିର ଆର୍ଟିକିଲରେ ଆମେ କେତେକ ବିଶେଷ କାରକ ଉପରେ ଆଲୋଚନା କରିଛୁ, ଯାହା ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ହୃଦଘୋତ ବିପଦକୁ ବଢାଇଥାଏ । ନିମ୍ନରେ ଏ ବାବଦରେ ଆଲୋଚନା କରାଯାଇଛି...

ଧୂମପାନ ବିପଦକୁ ବଢାଇଥାଏ : ଯୁବକମାନଙ୍କ ମଧ୍ୟରେ ମଧୁମେହ ଏବଂ ମେଦବହୁଳତା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହା ବ୍ୟତୀତ ଧୂମପାନ ହେତୁ ହୃଦରୋଗ ବୃଦ୍ଧି ଘଟୁଛି । ଏହି ସମସ୍ୟା କେବଳ ପୁରୁଷ ନୁହେଁ, ବରଂ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଉଛି । ବିଶେଷ କରି ସହରରେ ରହୁଥିବା ଯୁବତୀଙ୍କ ମଧ୍ୟରେ ଧୂମପାନର କ୍ରେଜ୍ ବୃଦ୍ଧି ପାଇଛି । ଡାକ୍ତରଙ୍କ କହିବା ଅନୁସାରେ, ଅଧିକ ଧୂମପାନ କରୁଥିବା ପୁରୁଷ କିମ୍ବା ମହିଳାଙ୍କର HDL(high-density lipoprotein) ସ୍ତର ବୃଦ୍ଧିପାଏ । ଏହା ଫଳରେ ହୃଦୟ ସ୍ବାସ୍ଥ୍ୟ ବିଗିଡିଯାଏ ।

ଚାପ ମଧ୍ୟ ହୃଦୟ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ : ଡାକ୍ତରଙ୍କ କହିବା ଅନୁସାରେ, ଚାପ ସ୍ବାସ୍ଥ୍ୟ ପାଇଁ ଏକ ବଡ ବିପଦ । ଏହା ଦ୍ବାରା ପ୍ରଦାହ ହୁଏ ଏବଂ ଆଥେରୋସ୍କ୍ଲେରୋଟିକ୍ ପ୍ଲେକ୍ ଏବଂ ଥ୍ରୋମ୍ବସ୍ କିମ୍ବା ଧମନୀରେ ରକ୍ତ ଜମାଟ ବାନ୍ଧିବା ଆରମ୍ଭ ହୁଏ । ଏହା ଧୀରେଧୀରେ ହୃଦ୍‌ରୋଗ କିମ୍ବା ହୃଦ୍‌ଘାତ ଭଳି ଜଟିଳ ସମସ୍ୟା ସୃଷ୍ଟି କରିପାରେ ।

ଗର୍ଭ ନିରୋଧକ ଔଷଧ ହୃଦୟ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଏ : ଅବାଞ୍ଛିତ ଗର୍ଭଧାରଣକୁ ରୋକିବା ପାଇଁ ଯୁବତୀମାନେ ବଜାରରେ ମିଳୁଥିବା ଗର୍ଭ ନିରୋଧକ ଔଷଧ ସେବନ କରନ୍ତି । ଏହା ସିଧାସଳଖ ହୃଦୟକୁ ପ୍ରଭାବିତ କରିଥାଏ । ଅଧ୍ୟୟନରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ଯଦି ଉଚ୍ଚ ରକ୍ତଚାପର ସମସ୍ୟା ଥାଏ, ତେବେ ଗର୍ଭ ନିରୋଧକ ବଟିକାରେ ଥିବା ହରମୋନ୍ ରକ୍ତଚାପକୁ ବଢାଇପାରେ । ଅଧିକାଂଶ ମହିଳା ମେଡିସିନ୍ ଖାଇବା ପୂର୍ବରୁ ବିପି(ରକ୍ତଚାପ) ଯାଞ୍ଚ କରନ୍ତି ନାହିଁ । ଫଳରେ ଏହା ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.