ETV Bharat / sukhibhava

Holi: କେମିତି ନେବେ ତ୍ବଚା ଓ କେଶର ଯତ୍ନ, ଜାଣନ୍ତୁ

author img

By

Published : Mar 18, 2022, 12:35 PM IST

Holi: କେମିତି ନେବେ ତ୍ବଚା ଓ କେଶର ଯତ୍ନ, ଜାଣନ୍ତୁ
Holi: କେମିତି ନେବେ ତ୍ବଚା ଓ କେଶର ଯତ୍ନ, ଜାଣନ୍ତୁ

ବସନ୍ତ ଋତୁ ସହିତ ଆସିଛି ହୋଲି ପର୍ବ । ସଭିଏଁ ପରସ୍ପରକୁ ରଙ୍ଗ ଲଗାଇ କରୁଛନ୍ତି ହୋଲି ୱିଶ । ହେଲେ ଏହି ଖୁସିର ସମୟରେ ମସଗୁଲ ହୋଇ ନିଜ ତ୍ବଚା ପ୍ରତି ଅଣଦେଖା କରିବା ଅନୁଚିତ । ନଚେତ ପରବର୍ତ୍ତୀ ସମୟରେ ଆଲର୍ଜି ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ହୋଲି ଖେଳିବା ପୂର୍ବରୁ କିପରି ନିଜ ତ୍ବଚା, କେଶ ଓ ଚର୍ମର ଯତ୍ନ ନେବେ ? ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆସିଛି ରଙ୍ଗର ପର୍ବ ହୋଲି । ଭାରତୀୟ ପରମ୍ପରା ଅନୁସାରେ ପରସ୍ପରକୁ ରଙ୍ଗ ଲଗାଇ ସଭିଏଁ ପାଳିଥାନ୍ତି ଏହି ପର୍ବ । ରଙ୍ଗ ଲଗାଇ ବନ୍ଧୁ ପରିଜନଙ୍କ ଶୁଭ ମନାସିଥାନ୍ତି । ତେବେ ଏହି ଖୁସିର ସମୟରେ ନିଜ ତ୍ବଚାର ଯତ୍ନ ନିହାତି ଆବଶ୍ୟକ । ନଚେତ ଏହା ହାନିକାରକ ହୋଇଥାଏ । ବିଶେଷ କରି ରାସାୟନିକ ରଙ୍ଗଠାରୁ ମୁହଁ, ସ୍କାଲ୍‌ପ, ବେକ ଓ ହାତକୁ ଦୂରେଇ ରଖିବା ଉଚିତ । ରାସାୟନିକ ରଙ୍ଗ ବ୍ୟବହାର ପରିବର୍ତ୍ତେ ଶୁଖିଲା ଫୁଲ ଓ ପତ୍ର ଆଦିରୁ ପ୍ରାକୃତିକ ରଙ୍ଗ ତିଆରି କରିବା ଆବଶ୍ୟକ । ଏହାବ୍ୟତୀତ ଚନ୍ଦନ ଲେପ, ସାଫ୍ରନ, ହଳଦୀ, ହେନ୍ନା ଆଦିକୁ ରଙ୍ଗ ଭାବେ ବ୍ୟବହାର କରାଯାଇପାରିବ ।

ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବା ସମୟ ସହିତ ହୋଲି ପାଳିବା ପାଇଁ ବଜାରରେ ବିଭିନ୍ନ ପ୍ରକାର ରାସାୟନିକ ଓ ଆକର୍ଷଣୀୟ ରଙ୍ଗ ମିଳୁଛି । ହେଲେ ଏଗୁଡ଼ିକ ହୋଇଥାଏ ହାନିକାରକ । ଏହି ଇଣ୍ଡଷ୍ଟ୍ରିଆଲ ରଙ୍ଗଗୁଡ଼ିକ ବିଭିନ୍ନ କ୍ଷତିକାରକ ରାସାୟନିକ ପଦାର୍ଥ ଦ୍ବାରା ତିଆରି ହୋଇଥାଏ । ଏଗୁଡିକ ଚର୍ମରେ ଲାଗିବା ଫଳରେ ଆଲର୍ଜି ଭଳି ସମସ୍ୟା ଉପୁଜିଥାଏ । ତେବେ କିପରି ଆମେ ହୋଲି ଖେଳିବା ସହିତ ଏହି ରଙ୍ଗଠୁ ଦୂରେଇ ରହିବା ଆସନ୍ତୁ ଜାଣିବା ।

ରଙ୍ଗ ଖେଳିବା ପୂର୍ବରୁ ଚର୍ମର ଯତ୍ନ ?

  • ବଜାରରେ ଉପଲବ୍ଧ ଅଧିକାଂଶ ରଙ୍ଗରେ ରାସାୟନିକ ପଦାର୍ଥ ମିଶୁଥିବାରୁ ଏହା ଆମ ଚର୍ମ ପାଇଁ ସମ୍ବେଦନଶୀଳ ହୋଇଥାଏ । ଏଣୁ ଚର୍ମକୁ ଏଥିରୁ ରକ୍ଷା କରିବା ପାଇଁ ଚର୍ମ ଏବଂ ରଙ୍ଗ ମଧ୍ୟରେ ଏକ ପ୍ରତିବନ୍ଧକ ସୃଷ୍ଟି କରିବା ଆବଶ୍ୟକ । ଖେଳିବାକୁ ବାହାରକୁ ଯିବା ପୂର୍ବରୁ ଅତି କମରେ 30 ମିନିଟ ପୂର୍ବରୁ ସନ୍‌ସ୍କ୍ରିନ, ତେଲ ଏବଂ ମଶ୍ଚରାଇଜର ଚର୍ମ ଉପରେ ପ୍ରୟୋଗ କରିବା ଦରକାର ।
  • ମନେ ରଖନ୍ତୁ ମଶ୍ଚରାଇଜରକୁ କେବଳ ମୁହଁରେ ନୁହେଁ, ବରଂ କାନ, ବେକ ଓ ଅନ୍ୟାନ୍ୟ ଅଙ୍ଗରେ ଲଗାଇବା ଆବଶ୍ୟକ ।
  • ଆପଣଙ୍କର ପୋଷାକ ମଧ୍ୟ ଏକ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରିପାରିବ । ଯଦି ଆପଣ ଏକ ସୂତା ସାର୍ଟ କିମ୍ବା ଟପ୍ ପରି ପତଳା କପଡା ପିନ୍ଧନ୍ତି, ତେବେ ରଙ୍ଗ ମଧ୍ୟ ପ୍ରବେଶ କରିପାରେ । ଏଣୁ ମୋଟା କପଡା ପିନ୍ଧିବା ସହିତ ଫୁଲ୍‌ ସ୍ଲିଭ ପୋଷାକ ପିନ୍ଧିବା ଉଚିତ ।
  • ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଉଛି ଆମ ନଖରେ ରଙ୍ଗ ଗୁଡ଼ିକ ଲାଖି ରହିଯାଏ, ଯାହା ଗାଧୋଇବା ପରେ ମଧ୍ୟ ରହିଥିବା ନଜରକୁ ଆସେ । ଏଥିପାଇଁ ନଖକୁ ହୋଲି ଖେଳିବା ପୂର୍ବରୁ କାଟି ଦେବା ଆବଶ୍ୟକ । ଏପରି ସ୍ଥଳେ ଆପଣ ନେଲ ପେଣ୍ଟ ବ୍ୟବହାର କରିପାରିବେ । ଏହାସହିତ ନଖ ବାହାର ପାର୍ଶ୍ବ ଚର୍ମରେ ମଧ୍ୟ ନେଲପଲିସ୍ ଲଗାଇ ପାରିବେ ଯାହା ଦ୍ବାରା କୌଣସି ରଙ୍ଗ ଆପଣଙ୍କ ନଖରେ ଲାଗି ପାରିବ ନାହିଁ ।
  • କେଶର ଯତ୍ନ ପାଇଁ ରାତିରୁ ତେଲ ଲଗାଇ ଦିଅନ୍ତୁ । କେଶରେ ନଡ଼ିଆ ତେଲ, ସୋରିଷ କିମ୍ବା ଅଲିଭ ତେଲ ଲଗାଇ ପାରିବେ । ପୁରୁଷମାନେ କେଶ ସହିତ ଦାଢିରେ ମଧ୍ୟ ତେଲ ଲଗାଇବା ଆବଶ୍ୟକ ।

ହୋଲି ପରେ ତ୍ବଚାର ଯତ୍ନ

  • ଆପଣ ହୋଲି ଖେଳି ଆସିବା ପରେ ସିଧା ଗାଧୋଇବା ଅପେକ୍ଷା ପ୍ରଥମେ ତେଲ ଲଗାଇ ରଙ୍ଗକୁ ଶରୀରରୁ ସଫା କରନ୍ତୁ । କିଛି ରଙ୍ଗ ପାଣିର ସଂସ୍ପର୍ଶରେ ଆସିଲେ ଚର୍ମରୁ ସଫା ହେବା ଅଧିକ କଷ୍ଟକର । କୌଣସି ଏକ କପଡ଼ାକୁ ତେଲରେ ଭିଜାଇ ପ୍ରଥମେ ଚର୍ମରୁ ରଙ୍ଗକୁ ସଫା କରିବାକୁ ଚେଷ୍ଟା କରନ୍ତୁ ।
  • ଆପଣ ପ୍ୟାକ୍‌ ମଧ୍ୟ ପ୍ରସ୍ତୁତ କରିପାରିବେ । ରଙ୍ଗ ହଟାଇବା ପାଇଁ ବେସନ, ଦହି ଏବଂ ହଳଦି ମିଶ୍ରଣକୁ ଶରୀରରେ ପ୍ରୟୋଗ କରନ୍ତୁ । ଏହି ମିଶ୍ରଣ ନ ଶୁଖିବା ପର୍ଯ୍ୟନ୍ତ ଚର୍ମରୁ ହଟାନ୍ତୁ ନାହିଁ । ବିଶେଷ କରି ବ୍ରଣ ଥିବା ମୁହଁରେ ଏପରି କରିବା ଉଚିତ ନୁହେଁ । ମିଶ୍ରଣ ଶୁଖି ସାରିବା ପରେ ଏହାକୁ ହଟାଇବା ଆବଶ୍ୟକ ।
  • ପ୍ରାକୃତିକ ପଦାର୍ଥ ପ୍ରସ୍ତୁତ ହୋଇଥିବା ସାବୁନ ଓ ସ୍ୟାମ୍ପୁକୁ ବ୍ୟବହାର କରନ୍ତୁ । ସ୍ୟାମ୍ପୁ କେଶରୁ ରଙ୍ଗ ହଟାଇବା ସହିତ କଣ୍ଡିସନର କେଶକୁ କୋମଳ କରିଥାଏ ।
  • ଗାଧୋଇ ସାରିବା ପରେ ନିଶ୍ଚିତ ଭାବରେ ଶରୀରରେ ମଶ୍ଚରାଇଜର ପ୍ରୟୋଗ କରନ୍ତୁ ।

ଗୋଟିଏ କଥା ସର୍ବଦା ମନେ ରଖିବା ଆବଶ୍ୟକ ଯେ ହୋଲି ଖେଳିବା ପରେ କୌଣସି ସ୍ୟୋଲୋନ ଟ୍ରିଟମେଣ୍ଟ କରନ୍ତୁ ନାହିଁ । ରଙ୍ଗ ଦ୍ବାରା ଚର୍ମ କିଛିଟା ପ୍ରଭାବିତ ହୋଇଥିବାରୁ ବ୍ଲିଚିଂ, ୱାକ୍ସିଂ ଓ ଫେସିଆଲ ଭଳି ଟ୍ରିଟମେଣ୍ଟଠୁ ଦୂରେଇ ରହିବା ଆବଶ୍ୟକ । ହୋଲି ଖେଳିବାର ଗୋଟିଏ ସପ୍ତାହ ପରେ ଆପଣ ଉପରୋକ୍ତ ଯେକୌଣସି ଟ୍ରିଟମେଣ୍ଟ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.