ETV Bharat / sukhibhava

Breast Cancer Awareness Month: ଦୁରାରୋଗ୍ୟ ନୁହେଁ ସ୍ତନ କର୍କଟ, ସତର୍କତା ହିଁ ସୁସ୍ଥ କରିବ

author img

By

Published : Oct 1, 2022, 12:01 AM IST

Updated : Oct 1, 2022, 9:01 AM IST

Breast Cancer Awareness Month: ଦୁରାରୋଗ୍ୟ ନୁହେଁ ସ୍ତନ କର୍କଟ, ସତର୍କତା ହିଁ ସୁସ୍ଥ କରିବ
Breast Cancer Awareness Month: ଦୁରାରୋଗ୍ୟ ନୁହେଁ ସ୍ତନ କର୍କଟ, ସତର୍କତା ହିଁ ସୁସ୍ଥ କରିବ

ଭାରତ ସମେତ ବିଶ୍ବରେ ମଧ୍ୟ ଅଧିକାଂଶ ମହିଳା ଏହି ରୋଗରେ ପୀଡିତ ହେଉଛନ୍ତି । ଠିକ୍ ସମୟରେ ରୋଗ ଚିହ୍ନଟ ହେଲେ ଏହାର ଚିକିତ୍ସା ସମ୍ଭବ । ସେଥିପାଇଁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ମାସରେ ସ୍ତନ କର୍କଟ ସଚେତନତା ମାସ(Breast Cancer Awareness Month) ଭାବରେ ପାଳନ କରାଯାଉଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ମହିଳାମାନଙ୍କଠାରେ ସ୍ତନ କର୍କଟ ଭଳି ସମସ୍ୟା ଦେଖାଦେଉଛି । ନିଶ୍ଚିତ ରୂପେ ସ୍ତନ କର୍କଟ ଏକ ଗୁରୁତର ରୋଗ, କିନ୍ତୁ ଏହା ଯେ ଦୁରାରୋଗ୍ୟ ତାହା ଭାବିବା ଭୁଲ୍ । ଠିକ୍ ସମୟରେ ରୋଗ ଚିହ୍ନଟ ହେଲେ ଏହାର ଚିକିତ୍ସା ସମ୍ଭବ ଏବଂ ଜଣେ ରୋଗୀ ସୁସ୍ଥ ମଧ୍ୟ ହୋଇପାରିବେ । ଏହି ରୋଗର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ସାରା ବିଶ୍ୱରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ମାସରେ ସ୍ତନ କର୍କଟ ସଚେତନତା ମାସ(Breast Cancer Awareness Month) ଭାବରେ ପାଳନ କରାଯାଏ ।

ଯଦିଓ ବର୍ତ୍ତମାନ ସମୟରେ ଚିକିତ୍ସା କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଛି, ତଥାପି ସାଧାରଣ ଲୋକଙ୍କଠାରେ କର୍କଟ ରୋଗର ଭୟ ଦେଖାଯାଉଛି । ଶରୀରର ଯେକୌଣସି ଅଙ୍ଗରେ କର୍କଟ ସୃଷ୍ଟି ହୋଇପାରେ, କିନ୍ତୁ ଯେତେବେଳେ ଏହାର ବହୁଳ ପ୍ରକାରର କଥା ଆସେ, ସେମାନଙ୍କ ମଧ୍ୟରେ ସ୍ତନ କର୍କଟ ସବୁଠାରୁ ବିପଦଜନକ ବୋଲି ଧରଯାଏ । ସୂଚନାଯୋଗ୍ୟ ଯେ, ଜାତୀୟ ସ୍ତନ କର୍କଟ ସଚେତନତା ମାସକୁ ମଧ୍ୟ ପିଙ୍କଟୋବର ନାମରେ ପାଳନ କରାଯାଏ । ଏହି କାର୍ଯ୍ୟକ୍ରମ ପ୍ରଥମେ 1985ରେ ଆମେରିକୀୟ କର୍କଟ ସୋସାଇଟି ଏବଂ ଆଷ୍ଟ୍ରାଜେନେକା ଦ୍ୱାରା ଆରମ୍ଭ ହୋଇଥିଲା ।

କ’ଣ କହୁଛି ପରିସଂଖ୍ୟାନ

ଗତ କିଛି ବର୍ଷ ମଧ୍ୟରେ ସାରା ବିଶ୍ୱରେ ମହିଳାମାନଙ୍କଠାରେ ସ୍ତନ କର୍କଟ ରୋଗରେ କ୍ରମାଗତ ବୃଦ୍ଧି ଘଟିଛି । ଏଥି ସହିତ, ଯଦି ପରିସଂଖ୍ୟାନକୁ ବିଶ୍ବାସ କରାଯାଏ, ବିଶେଷକରି ଭାରତୀୟ ମହିଳାମାନଙ୍କଠାରେ ସ୍ତନ କର୍କଟ ରୋଗ ଅଧିକ ହୋଇଥାଏ । ଇଣ୍ଡିଆନ୍ କ୍ୟାନସର ସୋସାଇଟି ଅନୁଯାୟୀ, ପ୍ରତି 28 ମହିଳାଙ୍କ ମଧ୍ୟରୁ ଜଣେ ମହିଳା ସ୍ତନ କର୍କଟରେ ପୀଡିତ ହେବାର ଆଶଙ୍କା ରହିଛି । ଏଥିସହିତ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, 2018 ମସିହାରେ ପ୍ରାୟ 1,62,468 ସ୍ତନ କର୍କଟ ରୋଗ ହୋଇଥିବା ଜଣାଯାଇଛି । ସେଥିମଧ୍ୟରୁ 87,090 ମହିଳା ଏହି ରୋଗ କାରଣରୁ ପ୍ରାଣ ହରାଇଛନ୍ତି ।

ସୂଚନା ଅଭାବ ଏବଂ ଦ୍ୱନ୍ଦ୍ୱ

ଯଦିଓ ପ୍ରାୟ ସମସ୍ତେ ସ୍ତନ କର୍କଟ ବିଷୟରେ ଜାଣିଛନ୍ତି, କିନ୍ତୁ ଏହା ମଧ୍ୟ ସତ୍ୟ ଯେ, ଏହାର ଲକ୍ଷଣ ଏବଂ ଏହାର ଚିକିତ୍ସା ବିଷୟରେ ଲୋକଙ୍କ ମଧ୍ୟରେ ସୂଚନାର ଅଭାବ ରହିଛି । ଯଦି ସାଧାରଣ ଭାଷାରେ ବୁଝାଯାଏ, ସ୍ତନ କୋଷର ଅସ୍ୱାଭାବିକ ବୃଦ୍ଧି ଏବଂ ଟ୍ୟୁମର ଆକାରରେ ସେମାନଙ୍କର ବିକାଶ ହେତୁ ଏହି ରୋଗ ହୋଇଥାଏ । ପ୍ରଭାବିତ କୋଷଗୁଡ଼ିକ ଏକ ଜମାଟ ବାନ୍ଧିବା ବା ଗଣ୍ଠି ପରି ଦେଖାଯାଏ, ତେବେ ଏହା ମଧ୍ୟ ଜାଣିବା ଜରୁରୀ ଯେ, ସ୍ତନରେ ଥିବା ଗୋଟାଳିଆ ସ୍ଥାନ କର୍କଟ ରୋଗ ନୁହେଁ ।

ଡାକ୍ତରମାନେ କୁହନ୍ତି ଯେ, ଯଦି ସ୍ତନରେ କୌଣସି ପ୍ରକାରର ଗଣ୍ଠି ସଦୃଶ ଦେଖାଯାଏ, ତେବେ ଏହାର ଅନୁସନ୍ଧାନ କରିବା ଅତ୍ୟନ୍ତ ଜରୁରୀ । କାରଣ ଠିକ୍ ସମୟରେ ଅନୁସନ୍ଧାନ ଏବଂ ଚିକିତ୍ସା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରିବ ।

ସ୍ତନ କର୍କଟ ରୋଗର ଲକ୍ଷଣ

ସ୍ତନ କର୍କଟ ରୋଗର ଲକ୍ଷଣ ଆରମ୍ଭରେ ଦୃଶ୍ୟମାନ ହୁଏ ନାହିଁ, କିନ୍ତୁ ଯଦି ଗୋଟିଏ ଗଣ୍ଡି କିମ୍ବା ଅନ୍ୟ କୌଣସି ପ୍ରକାରର ଲକ୍ଷଣ ଥାଏ, ତେବେ ମ୍ୟାମୋଗ୍ରାଫି ପରୀକ୍ଷା କରି ଏହା ଚିହ୍ନଟ ହୋଇପାରିବ । ଇଣ୍ଡିଆନ୍ କ୍ୟାନସର ସୋସାଇଟି ଅନୁଯାୟୀ, ସ୍ତନ କର୍କଟ ରୋଗର ଲକ୍ଷଣ ବିଭିନ୍ନ ମହିଳାଙ୍କଠାରେ ଭିନ୍ନ ଭିନ୍ନ ହୋଇପାରେ, ଯାହା ମଧ୍ୟରୁ କେତେକ ନିମ୍ନଲିଖିତ ଅଟେ ।

  • ସ୍ତନ କିମ୍ବା ବାହୁ ତଳେ ଗଣ୍ଡି
  • ସ୍ତନ ଯନ୍ତ୍ରଣା କିମ୍ବା ଫୁଲା
  • ସ୍ତନର ନିପଲ୍ ଆକୃତି କିମ୍ବା ଚର୍ମରେ ପରିବର୍ତ୍ତନ
  • ସ୍ତନ ଟାଣ ହୋଇଯିବା
  • ସ୍ତନ ଉପରେ କୁଣ୍ଡେଇ ହେବା
  • ସ୍ତନରୁ ରକ୍ତ କିମ୍ବା ତରଳ ପଦାର୍ଥ ବାହାରିବା
  • ସ୍ତନ କର୍କଟ କାରଣରୁ ଶାରୀରିକ ଅସୁସ୍ଥତା ଏବଂ ଅନିୟମିତ ଜୀବନଶୈଳୀ ବ୍ୟତୀତ ଅନେକ ଥର ଜେନେଟିକ କାରଣ ମଧ୍ୟ ସ୍ତନ କର୍କଟ ପାଇଁ ଦାୟୀ ହୋଇଥାଏ । ଅବଶ୍ୟ, କେବଳ 5-10% ସ୍ତନ କର୍କଟ ରୋଗ ଜେନେଟିକ କାରଣରୁ ହୋଇଥାଏ । ସ୍ତନ କର୍କଟ ରୋଗର ଲକ୍ଷଣ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...
  • ସ୍ତନ କୋଷଗୁଡ଼ିକର ଅସ୍ୱାଭାବିକ ଭାବେ ବୃଦ୍ଧି
  • ହରମନ୍ ଅସନ୍ତୁଳନ
  • ଅନିୟମିତ ଜୀବନଶୈଳୀ
  • ମେଦବହୁଳତା ବା ମୋଟାପଣ
  • ଅସନ୍ତୁଳିତ ଖାଦ୍ୟ
  • ଗର୍ଭନିରୋଧକ ଔଷଧ ସେବନ
  • ମଦ୍ୟପାନ ଏବଂ ଧୂମପାନ ଅଭ୍ୟାସ
  • ବ୍ୟାୟାମ ନକରିବା
  • ଅଧିକ ବୟସରେ ଗର୍ଭଧାରଣ କରିବା ବା ଶିଶୁ ଜନ୍ମଦେବା

ସର୍ବ ଶେଷରେ ଡାକ୍ତରଙ୍କ କହିବାନୁସାରେ, ଯଦି ପ୍ରଥମ ପର୍ଯ୍ୟାୟରେ ସ୍ତନ କର୍କଟ ଲକ୍ଷଣ ବାବଦରେ ଜଣାପଡେ ତେବେ ଏହାକୁ ମାତ୍ ଦିଆଯାଇ ପାରିବ ।

Last Updated :Oct 1, 2022, 9:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.