ETV Bharat / sukhibhava

Breast Cancer Awareness Month: ଅଣଦେଖା କରନ୍ତୁନି, ସଚେତନ ହୁଅନ୍ତୁ ସୁସ୍ଥ ରୁହନ୍ତୁ

author img

By

Published : Oct 17, 2022, 1:14 PM IST

Breast Cancer Awareness Month: ଅଣଦେଖା କଲେ ଜଟିଳ ହୁଏ ସମସ୍ୟା, ସଚେତନ ହୁଅନ୍ତୁ ସୁସ୍ଥ ରୁହନ୍ତୁ
Breast Cancer Awareness Month: ଅଣଦେଖା କଲେ ଜଟିଳ ହୁଏ ସମସ୍ୟା, ସଚେତନ ହୁଅନ୍ତୁ ସୁସ୍ଥ ରୁହନ୍ତୁ

ଚଳିତ ମାସ ସାରା ବିଶ୍ୱରେ ପାଳନ ହେଉଛି ସ୍ତନ କର୍କଟ ମାସ(Breast Cancer Awareness Month) । ଅନୁଭୂତି ବାଣ୍ଟିଲେ ସୁସ୍ଥ ହୋଇଥିବା ମହିଳା । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ହାଇଦ୍ରାବାଦ: ଅକ୍ଟୋବରରୁ 1ରୁ 31 ଅକ୍ଟୋବର ପର୍ଯ୍ୟନ୍ତ ସାରା ବିଶ୍ୱରେ ସ୍ତନ କର୍କଟ ମାସ(Breast Cancer Awareness Month) ପାଳନ କରାଯାଏ । ରୋଗ ବାବଦରେ ସଚେତନତା ସୃଷ୍ଟି କରିବା ଏହି ମାସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । କାରଣ ସଠିକ୍ ସମୟରେ ରୋଗ ନିରୂପଣ ଏବଂ ଚିକିତ୍ସା କରାଯାଇ ପାରିଲେ ନିଶ୍ଚିତ ରୂପେ ସ୍ତନ କର୍କଟ ଭଳି ବିପଜ୍ଜନକ ରୋଗକୁ ମାତ୍ ଦେଇହେବ ।

ଏହି ଜଟିଳ ରୋଗରେ ପୀଡିତ ହେବା ମାତ୍ରେ ଅଧିକାଂଶ ମହିଳା ଏହା ଭାବନ୍ତି ଯେ, ସେମାନଙ୍କ ଜୀବନ ଶେଷ ହେବାକୁ ଯାଉଛି । ଏହାର କାରଣ ହେଉଛି, ଏହି ରୋଗ ଏବଂ ଏହାର ଚିକିତ୍ସା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଏବଂ କର୍କଟ ରୋଗ ବିଷୟରେ ସେମାନଙ୍କ ମନରେ ଥିବା ଭୟ । ତେବେ ସ୍ତନ କର୍କଟ ବିରୋଧରେ ଲଢେଇ କେବଳ ଶାରୀରିକ ନୁହେଁ ମାନସିକ ସ୍ତରରେ ମଧ୍ୟ କଷ୍ଟସାଧ୍ୟ । କାରଣ ଏହି ସମୟ ମଧ୍ୟରେ ରୋଗ ସହିତ ଜଡିତ ଦ୍ୱନ୍ଦ୍ୱ, ଆରୋଗ୍ୟ ହେବାର ଭୟ, ଶରୀର ଉପରେ ଔଷଧର ପ୍ରଭାବ ଏବଂ କେଶ, ସୌନ୍ଦର୍ଯ୍ୟ ଏବଂ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ମାନସିକ ସ୍ତରରେ ବହୁତ ପ୍ରଭାବ ପକାଇଥାଏ ।

ସ୍ତନ କର୍କଟରୁ ବର୍ତ୍ତିଥିବା ବ୍ୟକ୍ତିଙ୍କ ସଂଘର୍ଷ:-

ସ୍ତନ କର୍କଟ ମାସ ଅବସରରେ ଏହି ବିଶେଷ ଆର୍ଟିକିଲରେ, ସ୍ତନ କର୍କଟକୁ ମାତ୍ ଦେଇଥିବା ମହିଳାଙ୍କ ପ୍ରତିକ୍ରିୟା ନିଆଯାଇଛି । ଯେଉଁଥିରେ ସେମାନେ କର୍କଟ ସହ ଲଢିବାର ଯାତ୍ରା ବାବଦରେ ବର୍ଣ୍ଣନା କରିଛନ୍ତି । କର୍କଟ ରୋଗ ସହ ସଂଗ୍ରାମର କାହାଣୀ ବର୍ଣ୍ଣନା କରି ଶିକ୍ଷକ ଅରୁଣା ବାଜପେଇ କହିଛନ୍ତି ଯେ, ସେ ଦ୍ୱିତୀୟ ପର୍ଯ୍ୟାୟରେ କର୍କଟ ବିଷୟରେ ଜାଣିଥିଲେ । ତାଙ୍କ ଡାହାଣ ସ୍ତନରେ ଗୋଟିଏ ଜମାଟ ଥିଲା, ଯାହାକୁ ସେ ଦୀର୍ଘ ଦିନ ଧରି କାର୍ଯ୍ୟ ବ୍ୟସ୍ତତା କାରଣରୁ ଅବହେଳା କରି ଆସୁଥିଲେ ।

କିନ୍ତୁ ପରେ, ସେହି ସ୍ଥାନରେ କିଛି ଅସ୍ୱାଭାବିକତା ସହିତ, ଅନ୍ୟ କେତେକ ପ୍ରକାରର ଶାରୀରିକ ସମସ୍ୟା ଜ୍ୱର, ବାନ୍ତି ଭଳି ଅନୁଭବ, ହରମୋନରେ ବ୍ୟାଘାତ ଇତ୍ୟାଦି ଅନୁଭବ କରିବାକୁ ଲାଗିଲା । ଏଭଳି ପରିସ୍ଥିତିରେ ଯେତେବେଳେ ସେ ଡାକ୍ତରଙ୍କ ସହିତ ପରାମର୍ଶ କଲେ, ସେ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଯେଉଁଥିରେ କର୍କଟ ଆକ୍ରାନ୍ତ ହୋଇଥିବା ନେଇ ସ୍ପଷ୍ଟ ହୋଇଥିଲା ।

ସେ କହିଛନ୍ତି ଯେ, କର୍କଟ ରୋଗର ଯାତ୍ରା ସହଜ ନଥିଲା । ସ୍ତନ ସର୍ଜରୀ ଏବଂ ବିଭିନ୍ନ ପ୍ରକାରର ଥେରାପି ସାମ୍ନା କରିବା ଯନ୍ତ୍ରଣାଦାୟକ ଥିଲା । ବେଳେବେଳେ ଫଳାଫଳ ସକରାତ୍ମକ ଥିଲା ଏବଂ ବେଳେବେଳେ ପରିସ୍ଥିତି ବିଗିଡି ଯାଇଥିଲା । କିନ୍ତୁ ଡାକ୍ତରଙ୍କ ଉତ୍ସାହ ଏବଂ ସ୍ତନ କର୍କଟ ବିଷୟରେ ଅଧିକ ସୂଚନା ପାଇବା ସହିତ ବଞ୍ଚିବାକୁ ଆଶା ବଢିବାର ଲାଗିଲା ଏବଂ ତା’ପରେ ବିଶ୍ୱାସ ହେଲା ଯେ, ମୁଁ ଏହି ରୋଗଠୁ ଜିତିବି । ସେ କହିଛନ୍ତି ଯେ, ଯଦି ପ୍ରାଥମିକ ପର୍ଯ୍ୟାୟରୁ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି, ତେବେ ବିଶେଷ ସମସ୍ୟା ହୋଇନଥାନ୍ତି । ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ଯାତ୍ରା ତାଙ୍କୁ ମାନସିକ ସ୍ତରରେ ଅଧିକ ଶକ୍ତିଶାଳୀ କରିଛି ।

ଏହା ମଧ୍ୟ ପଢନ୍ତୁ:- Breast Cancer Awareness Month: ଦୁରାରୋଗ୍ୟ ନୁହେଁ ସ୍ତନ କର୍କଟ, ସତର୍କତା ହିଁ ସୁସ୍ଥ କରିବ

ସେହିପରି ଦିଲ୍ଲୀର ନୀଳିମା ଭର୍ମା କହିଛନ୍ତି ଯେ, ତାଙ୍କୁ 2014ରେ ସ୍ତନ କର୍କଟ ରୋଗରେ ପୀଡିତ ହୋଇଥିଲେ । ବାସ୍ତବରେ, ତାଙ୍କ ପରିବାରରେ ସ୍ତନ କର୍କଟ ରୋଗରେ ପୂର୍ବରୁ ଆକ୍ରାନ୍ତ ଥିଲେ । ସେ କହିଛନ୍ତି ଯେ, ପୂର୍ବରୁ ତାଙ୍କ ମାଆଙ୍କର ଗୋଟିଏ ସ୍ତନ କ୍ୟାନ୍ସର ହୋଇଯାଇଥିଲା । ଫଳରେ ଏହାକୁ ସର୍ଜରୀ କରିବାକୁ ପଡିଥିଲା । କିନ୍ତୁ କେମୋ ଏବଂ ଅନ୍ୟାନ୍ୟ ଥେରାପିର ପ୍ରଭାବ ତାଙ୍କ ଶରୀର ଉପରେ ବହୁତ ଥିଲା । ଚିକିତ୍ସା ଏବଂ ଉପଯୁକ୍ତ ଯତ୍ନ ପରେ ସେ କିଛି ବର୍ଷ ଭଲ ଥିଲେ । ଏହାପରେ ଅନ୍ୟ ଏକ ସ୍ତନରେ କ୍ୟାନ୍ସର ହୋଇଥାଏ । ପରବର୍ତ୍ତୀ ପର୍ଯ୍ୟାୟରେ ପୁନର୍ବାର ଅସ୍ତ୍ରୋପଚାର ପରେ ମଧ୍ୟ ସେ ବଞ୍ଚିପାରି ନଥିଲେ ।

ଯେହେତୁ ନୀଳିମା ଏସବୁ ବାବଦରେ ପୂର୍ବରୁ ଜାଣିଥିଲେ, ତେଣୁ ସେ ସମସ୍ତ ସତର୍କତା ଅବଲମ୍ବନ କରିଥିଲେ ଏବଂ ନିୟମିତ ବ୍ୟବଧାନରେ ଚେକ୍ ଅପ୍ କରୁଥିଲେ । ଏହିପରି ଏକ ଅନୁସନ୍ଧାନରେ ତାଙ୍କୁ ପ୍ରାଥମିକ ସ୍ତରରେ ସ୍ତନ କର୍କଟ ରୋଗ ହୋଇଥିବା ନିଶ୍ଚିତ କରାଯାଇଥିଲା । ଉପଯୁକ୍ତ ଚିକିତ୍ସା ଏବଂ ସମସ୍ତ ସତର୍କତା ଅବଲମ୍ବନ କରିବା ପରେ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ କର୍କଟମୁକ୍ତ ।

ନିୟମିତ ଯାଞ୍ଚ ଆବଶ୍ୟକ:-

ଉତ୍ତରାଖଣ୍ଡର ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ବିଜୟଲକ୍ଷ୍ମୀ କହିଛନ୍ତି ଯେ, ଅଧିକାଂଶ ମହିଳା ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ । ଥଣ୍ଡା, ଜ୍ୱର, ଋତୁସ୍ରାବ, ସଂକ୍ରମଣ, ପେଟ ଯନ୍ତ୍ରଣା କିମ୍ବା ହରମୋନ୍ ସହିତ ଜଡିତ କୌଣସି ପ୍ରକାରର ସମସ୍ୟାକୁ ମଧ୍ୟ ଅଣଦେଖା କରନ୍ତି । ସେ କହିଛନ୍ତି ଯେ, ପରୀକ୍ଷା ଏବଂ ଚିକିତ୍ସା ପାଇଁ ତାଙ୍କ ନିକଟକୁ ଆସୁଥିବା ଅଧିକାଂଶ ମଧ୍ୟବିତ୍ତ ମହିଳା ସେତେବେଳେ ଡାକ୍ତରଙ୍କ ପାଖକୁ ଆସନ୍ତି, ଯେତେବେଳେ ଯନ୍ତ୍ରଣା ଅସହ୍ୟ ହୋଇପଡେ । ଏପରି ପରିସ୍ଥିତିରେ, ସ୍ତନ କର୍କଟ ସଚେତନତା ମାସ ଭଳି କାର୍ଯ୍ୟକ୍ରମର ନିହାତି ଆବଶ୍ୟକତା ରହିଛି । ଯେଉଁଥିପାଇଁ ମହିଳାମାନେ ପ୍ରାରମ୍ଭରୁ ଚିକିତ୍ସା କରାଇବା ନେଇ ସଚେତନ ରହିବେ ।

ସେ କହିଛନ୍ତି ଯେ, ତାଙ୍କ ନିକଟକୁ ଆସୁଥିବା ପ୍ରତ୍ୟେକ ମହିଳାଙ୍କୁ ନିୟମିତ ବ୍ୟବଧାନରେ କିମ୍ବା ବର୍ଷକୁ ଥରେ ସମ୍ପୂର୍ଣ୍ଣ ଶରୀର ଯାଞ୍ଚ ସହିତ ମେମୋଗ୍ରାମ ଏବଂ ପ୍ୟାପ୍ ସ୍ମାର୍ କରିବାକୁ ପରାମର୍ଶ ଦେଇଛନ୍ତି । ସ୍ତନ କର୍କଟ ରୋଗର ଚିକିତ୍ସା ଏବଂ ପୁନରୁଦ୍ଧାର ପୀଡିତାର ମାନସିକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିପାରେ, ତେଣୁ ଡାକ୍ତର କିମ୍ବା ଡାକ୍ତରୀ ପରାମର୍ଶଦାତାଙ୍କ ପରାମର୍ଶ ଦ୍ୱାରା ଚିକିତ୍ସା ସମୟରେ ସେମାନଙ୍କର ମାନସିକ ଚାପ କମିଯାଏ, ଯାହାଦ୍ୱାରା ପୀଡିତମାନେ ଏହି ରୋଗରୁ ମୁକ୍ତି ପାଇପାରିବେ ଏବଂ ଜଟିଳ ପରିସ୍ଥିତିର ମୁକାବିଲା କରିପାରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.