ETV Bharat / state

ଗୁଣିଗାରେଡ଼ି ସନ୍ଦେହରେ ଶାଶୁଙ୍କୁ ହାଣିଲା ଜ୍ବାଇଁ, ଶ୍ୱଶୁର ଗୁରୁତର

author img

By

Published : Jan 26, 2023, 11:21 AM IST

Son in law killed mother in law
ଶାଶୁଙ୍କୁ ହାଣିଲା ଜ୍ବାଇଁ

ଗୁଣି ଗାରେଡ଼ି ସନ୍ଦେହରେ ଶାଶୁକୁ ହତ୍ୟା କରିଦେଲା ଜ୍ବାଇଁ । ଗିରଫ ପରେ ସତ ଓଗାଳିଲା ଅଭିଯୁକ୍ତ। ଅଧିକ ପଢ଼ନ୍ତୁ

ଶାଶୁଙ୍କୁ ହାଣିଲା ଜ୍ବାଇଁ

ରାଉରକେଲା : ଗୁଣି ଗାରେଡ଼ି ସନ୍ଦେହରେ ଜ୍ବାଇଁର ଉନ୍ମତ କାଣ୍ଡ । ଡାହାଣୀ ସନ୍ଦେହରେ ଶାଶୁ ଏବଂ ଶ୍ୱଶୁରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛି ଜ୍ବାଇଁ । ଗୁରୁତର ଆହତ ଅବସ୍ଥାରେ ଶ୍ୱଶୁରଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ଶାଶୁଙ୍କର ମୃତ୍ୟୁ ହୋଇଛି । ଏନେଇ ରାଉରକେଲାସ୍ଥିତ ବିର୍ଶା ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି । ନୂଆଗାଁ ବ୍ଲକ କାଟେପୁର ଗ୍ରାମର କୁମହର ଟୋଲିରୁ ଏଭିଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ଜଣକ ହେଲେ ମୁନି କୁମ୍ଭାର ହୋଇଥିବା ବେଳେ ଗୁରୁତର ବ୍ୟକ୍ତି ଜଣକ ହେଲେ ଭଦର କୁମ୍ଭାର ।

ମୁନି କୁମ୍ଭାର ଓ ଭଦର କୁମ୍ଭାରଙ୍କ ଜ୍ବାଇଁ ମୁନା କୁମ୍ଭାର । ମୁନା ସନ୍ଦେହ କରୁଥିଲା ଯେ ତାଙ୍କ ଉପରେ ତାଙ୍କ ଶାଶୁ ଏବଂ ଶ୍ୱଶୁର ଗୁଣିଗାରେଡ଼ି କରୁଥିଲେ । କଳାଯାଦୁ ବା ତନ୍ତ୍ରମନ୍ତ୍ର କରି ଲୋକଙ୍କୁ ହଇରାଣ କରୁଥିଲେ । ତାଙ୍କ ପରିବାର ଉପରକୁ ମଧ୍ୟ ତନ୍ତ୍ରମନ୍ତ୍ର ସାହାଯ୍ୟରେ ଗୁଣି କରିବାକୁ ଚେଷ୍ଟା କରିଥିଲେ।

ପୂର୍ବରୁ ଅଭିଯୁକ୍ତ ମୁନା ନିଜ ଶାଶୁ ଏବଂ ଶ୍ୱଶୁରଙ୍କ ସହ ପାଟି ତୁଣ୍ଡ କରିଥିଲା । ବାରମ୍ବାର ଏଭଳି ପାଟି ତୁଣ୍ଡ ଲାଗି ରହୁଥିଲା । ତେବେ ମଙ୍ଗଳବାର ରାତି ପ୍ରାୟ ୯ଟାରେ ପୁଣିଥରେ ଏହି କଥାକୁ ନେଇ ମୁନା ସହ ଶାଶୁ ମୁନି ଓ ଶ୍ବଶୁର ଭଦର ପାଟିତୁଣ୍ଡ କରିଥିଲେ । ଏହାକୁ ନେଇ ମୁନା ଉତକ୍ଷୀପ୍ତ ହୋଇଉଠିଥିଲା । ପରେ ଘର ଭିତରେ ଥିବା ଏକ ଲୁହା ରଡରେ ଶାଶୁଙ୍କ ମୁଣ୍ଡକୁ ପ୍ରହାର କରିଥିଲା । ଅଟକାଇବାକୁ ଚେଷ୍ଟା କରିଥିଲେ ଶ୍ୱଶୁର । ପରେ ଶ୍ୱଶୁରଙ୍କ ମୁଣ୍ଡକୁ ମଧ୍ୟ ଲୁହା ରଡ୍‌ରେ ଆକ୍ରମଣ କରିଥିଲା ମୁନା ।

ତେବେ ଏଥିରେ ଶ୍ୱଶୁର ଜଣକ ଅଳ୍ପକେ ବଞ୍ଚି ଯାଇଛନ୍ତି । ହେଲେ ଏହି ଘଟଣାରେ ଶାଶୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଖବରପାଇ ବିର୍ଶା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହାସହ ଅଭିଯୁକ୍ତ କୁନା କୁମ୍ଭାରକୁ ଗିରଫ କରିଛି । ଏହାସହ ଅଭିଯୁକ୍ତକୁ ଏହି ଘଟଣା ବିଷୟରେ ପଚରାଉଚରା ଜାରି ରହିଛି । ଏ ସମ୍ପର୍କରେ ଅଭିଯୁକ୍ତ କୁନା କହିଛି ତାଙ୍କ ଶାଶୁ ଏବଂ ଶ୍ୱଶୁର ଚାହୁଁଥିଲେ ଯେ ସେ ତନ୍ତମନ୍ତ୍ର ଶିଖନ୍ତୁ । ଏହାକୁ ନେଇ ବାରମ୍ବାର ମନା କରୁଥିଲେ ମୁନା । କିନ୍ତୁ ଶାଶୁ ଏବଂ ଶ୍ୱଶୁର ଜିଦ୍‌ ଧରିଥିଲେ । ତାଙ୍କ ପରିବାରକୁ ଗୁଣି କରିବେ ବୋଲି ମଧ୍ୟ କହୁଥିଲେ । ତେଣୁ କଥା ଅଧିକ ବଢିବାରୁ ରାଗି ଯାଇ ଏଭଳି କାଣ୍ଡ ଭିଆଇଛି ବୋଲି ପୋଲିସ ଆଗରେ ସତ ଓଗାଳିଛି ଅଭିଯୁକ୍ତ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.