ETV Bharat / state

ଭାରତର ଅଗ୍ରଣୀ 15ଟି ସହର ମଧ୍ୟରେ ଷ୍ଟିଲସିଟି

author img

By ETV Bharat Odisha Team

Published : Jan 12, 2024, 7:59 PM IST

15ଟି ସହର ମଧ୍ୟରେ ରାଉରକେଲା
15ଟି ସହର ମଧ୍ୟରେ ରାଉରକେଲା

Streets for people and Indian cycle for challenge award: ଭାରତର ଅଗ୍ରଣୀ 15ଟି ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ଅଧିକ ପଢ଼ନ୍ତୁ

15ଟି ସହର ମଧ୍ୟରେ ରାଉରକେଲା

ରାଉରକେଲା: ଭାରତର ଅଗ୍ରଣୀ 15ଟି ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ଆସନ୍ତା ୧୨ ଏବଂ ୧୩ରେ ମହାରାଷ୍ଟ୍ରରେ ହେବାକୁ ଯାଉଥିବା ଏକ ୱାର୍କସପରେ ରାଉରକେଲାକୁ ପୁରସ୍କୃତ କରାଯିବ । ଭିତ୍ତିଭୂମି ଠାରୁ ଆରମ୍ଭ କରି ସହରର ସୌନ୍ଦର୍ଯ୍ୟକରଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କରାଯାଇଛି ମୂଲ୍ୟାଙ୍କନ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଗୃହ ନିର୍ମାଣ ନଗର ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଦେଶବ୍ୟାପୀ ପ୍ରତିଯୋଗିତାରେ ଦେଶର 50ଟି ସହର ଅଂଶଗ୍ରହଣ କରିଥିଲେ । ସେଥି ମଧ୍ୟରୁ 15ଟି ସହର ମଧ୍ୟରେ ସ୍ଥାନ ପାଇଛି ରାଉରକେଲା ସ୍ମାର୍ଟସିଟି । ଗତ ୨୦୨୨ ଫେବୃଆରୀରୁ ଆରମ୍ଭ ହୋଇଥିଲା ଏହି ପ୍ରତିଯୋଗିତା । ଭିତ୍ତିଭୂମି ଠାରୁ ଆରମ୍ଭ କରି ସହରର ସୌନ୍ଦର୍ଯ୍ୟକରଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମୂଲ୍ୟାଙ୍କନ କରାଯାଇଥିଲା । ହକି ବିଶ୍ୱକପ ଆୟୋଜନ ପୂର୍ବରୁ ଏବଂ ଏହାପରେ ରାଉରକେଲାରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ବ୍ୟାପକ ଉଦ୍ୟମରେ ଏକ ପରିବର୍ତ୍ତନମୂଳକ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ସହରର ରାସ୍ତା ଗୁଡିକର ପ୍ରଶସ୍ତିକରଣ, ରିଙ୍ଗ ରୋଡର ସୌନ୍ଦର୍ଯ୍ୟ କରଣ, ଫୁଟପାଥ ନିର୍ମାଣ ଏବଂ ସ୍ମାର୍ଟ ରୋଡ ନେଟୱାର୍କ ପ୍ରତିଷ୍ଠା, ସାଇକଲିଙ୍ଗ ଟ୍ରାକ ସହ ପାର୍କ ଏବଂ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ... ସ୍ବଚ୍ଛ ସର୍ବେକ୍ଷଣ ଆୱାର୍ଡ 2023: ସପ୍ତମ ଥର ପାଇଁ ଶୀର୍ଷରେ ଇନ୍ଦୋର, ଯୁଗ୍ମ ସ୍ଥାନରେ ସୁରଟ

ସହରର ଅନୁକରଣୀୟ ପ୍ରୟାସକୁ ’ଷ୍ଟ୍ରିଟ ଫର ପିପୁଲ ଆଣ୍ଡ ଇଣ୍ଡିଆନ ସାଇକେଲ ଫର ଚେଞ୍ଜ’ ଚ୍ୟାଲେଞ୍ଜରେ ସ୍ୱୀକୃତି ମିଳିଛି । ତେବେ ରାଉରକେଲା ସହରରେ ଏହି ବିକାଶ ରାଜ୍ୟ ସରକାରଙ୍କ ଉଚ୍ଚ ପଦକ୍ଷେପ ଏବଂ ସଠିକ ପ୍ଲାନିଙ୍ଗ ଯୋଗୁ ହୋଇଥିବା କୁହାଯାଉଛି । ସେନେଇ ରାଉରକେଲା ମହାନଗର ନିଗମ କମିଶନର ଏକ ସାମ୍ବାଦିକ ସମ୍ମିଳନୀ କରାଇଥିଲେ । ସେହି ସମ୍ମିଳନୀରେ ସେ କହିଛନ୍ତି ଯେ, ’’ରାଉରକେଲାର ସଫଳତା ପାଇଁ ଆମେ ବହୁତ ଗର୍ବିତ । ଏକ ସ୍ମାର୍ଟ ଏବଂ ଆଧୁନିକ ସହରାଞ୍ଚଳ ନିର୍ମାଣ ଦିଗରେ ସହରବାସୀ ଏବଂ ସରକାରଙ୍କ ପ୍ରୟାସ ରହିଛି । ’’ ସେହିଭଳି ମଧ୍ୟପ୍ରଦେଶର ଇନ୍ଦୋର ସପ୍ତମ ଥର ପାଇଁ ଦେଶର ସର୍ବାଧିକ ପରିଚ୍ଛନ୍ନ ସହର ଭାବେ ତାଲିକାର ଶୀର୍ଷରେ ରହିଛି । ସେହିପରି ଲକ୍ଷେରୁ କମ ଲୋକସଂଖ୍ୟା ବିଶିଷ୍ଟ କ୍ଷୁଦ୍ରସହର ବର୍ଗରେ ମହାରାଷ୍ଟ୍ରର ସାସ୍ବଦ ପ୍ରଥମ ସ୍ଥାନରେ ରହିଛି । ଏହି ବର୍ଗରେ ଛତିଶଗଡର ପାଟନ ଓ ମହାରାଷ୍ଟ୍ରର ଲୋନାବଲା ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଉତ୍ତର ପ୍ରଦେଶର ଦୁଇ ପ୍ରମୁଖ ଆଧ୍ୟାତ୍ମିକ ସହର ବାରାଣାସୀ ଓ ପ୍ରୟାଗରାଜ ଗଙ୍ଗାକୂଳରେ ଥିବା ପରିଚ୍ଛନ୍ନ ସହରର ପୁରସ୍କାର ହାସଲ କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.