ETV Bharat / state

Hockey World Cup: ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିଶ୍ୱକପ୍ ଟିକେଟ ବାଣ୍ଟିଲେ ଗଣଶିକ୍ଷା ମନ୍ତ୍ରୀ

author img

By

Published : Jan 14, 2023, 10:42 PM IST

ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିଶ୍ୱକପ ଟିକେଟ ବାଣ୍ଟିଲେ ଗଣଶିକ୍ଷା ମନ୍ତ୍ରୀ
ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିଶ୍ୱକପ ଟିକେଟ ବାଣ୍ଟିଲେ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ହକିର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣାରେ ହକି ବିଶ୍ୱକପ ଟିକେଟ ବାଣ୍ଟିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ୪ଟି ବ୍ଲକର ପ୍ରାୟ ୫୦୦ ପିଲାଙ୍କୁ ଟିକେଟ ବାଣ୍ଟିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଅଥଧିକ ପଢ଼ନ୍ତୁ

ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିଶ୍ୱକପ ଟିକେଟ ବାଣ୍ଟିଲେ ଗଣଶିକ୍ଷା ମନ୍ତ୍ରୀ

ରାଉରକେଲା: ଓଡ଼ିଶାରେ କ୍ରମାଗତ ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରୁଛନ୍ତି ରାଜ୍ୟ ସରକାର । ପିଲାଙ୍କ ମଧ୍ୟରେ ହକି ନେଇ ଉତ୍ସାହ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଏହାକୁ ନେଇ ସ୍କୁଲ ପିଲାଙ୍କୁ ବିଶ୍ବକପ ହକି ମ୍ୟାଚ ଦେଖିବା ପାଇଁ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି ରାଜ୍ୟ ସରକାର । ତେବେ ବର୍ତ୍ତମାନ ରାଉରକେଲା ସହରରେ ହକିର କ୍ରେଜ ଆକାଶ ଛୁଆଁ ହେଉଛି । ତାହାକୁ ଆଖି ଆଗରେ ରଖି ସ୍କୁଲ ପିଲାଙ୍କୁ ଟିକେଟ ବଣ୍ଟନ କରାଯାଇଛି ।

ରାଉରକେଲା ଉଦିତନଗର ସ୍କୁଲରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶନିବାର ହକି ବିଶ୍ବକପ ଟିକେଟ ବାଣ୍ଟିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ରାଉରକେଲାରେ ରବିବାର ଅନୁଷ୍ଠିତ ହେବ ଭାରତୀୟ ହକି ଦଳର ଦ୍ବିତୀୟ ମ୍ୟାଚ । ତାହା ପୁଣି ବଡ଼ ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ସହିତ । ତେଣୁ ଭାରତୀୟ ହକି ଦଳକୁ ଏବଂ ଇଂଲଣ୍ଡ ହକି ଦଳକୁ ଖେଳୁଥିବାର ଦେଖିବାକୁ ଯିବେ ସ୍କୁଲ ଛାତ୍ରଛାତ୍ରୀ । ଏହି ମ୍ୟାଚ ପାଇଁ ୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଟିକେଟ ବଣ୍ଟନ କରିଛନ୍ତି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ । ଏହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଖେଳକୁ ପାଖରୁ ଦେଖି ହକିକୁ ନିଜ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଦେବେ ବୋଲି କହିଛନ୍ତି ।

ସେପଟେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମରେ ବିଶ୍ବକପ ଦେଖିବା ପିଲାଙ୍କ ମଧ୍ୟରେ ଏକ ନୂଆ ଆଶା ଓ ଉଦ୍ଦୀପନା ପ୍ରକାଶ କରିବ ବୋଲି ଆଶା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସୁନ୍ଦରଗଡ଼ ଜିଲ୍ଲାର ୪ଟି ବ୍ଲକ, ଯଥା କୁଆରମୁଣ୍ଡା, ଲାଠିକଟା, ରାଉରକେଲା ମ୍ୟୁନିସିପାଲିଟି ଏବଂ ବିଶ୍ରା ବ୍ଲକର ପ୍ରାୟ ୫୦୦ ପିଲାଙ୍କୁ ଟିକେଟ ଦିଆଯାଇଛି । ସେମାନେ ରବିବାର ରାଉରକେଲାସ୍ଥିତ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଯାଇ ଭାରତୀୟ ହକି ଦଳକୁ ସମର୍ଥନ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.