ETV Bharat / state

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ ରଶ୍ମିତା

author img

By ETV Bharat Odisha Team

Published : Oct 18, 2023, 12:03 PM IST

Updated : Oct 18, 2023, 1:22 PM IST

ଦୁଇଟି ଯାକ କିଡନୀ ହରାଇ ଜୀବନ ସହ ସଂର୍ଘଷ କରୁଛନ୍ତି ରଶ୍ମିତା । ଚିକିତ୍ସା ପାଇଁ ପାଖରେ ଟଙ୍କା ନଥିବାରୁ ସରକାରୀ ସହାୟତାକୁ ଅନେଇ ବସିଛି ପରିବାର । ଅଧିକ ପଢ଼ନ୍ତୁ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ରାଉରକେଲା: ଜୀବନରେ ଦୁଃଖ କେତେବେଳେ ଆସେ କାହାକୁ ବି ଜଣାନଥାଏ । ଆଉ ଚିକିତ୍ସାରେ ଯେବେ ଅର୍ଥ ବାଧକ ସାଜେ ସେତେବେଳେ ଦୁଃଖ ଆହୁରି ବଢିଯାଏ । ଆଜକୁ ବର୍ଷେ ହେବ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ରଶ୍ମିତା । ଆଗକୁ ଚିକିତ୍ସା ହେବା ପାଇଁ ଆଉ ସାମର୍ଥ୍ୟ ନାହିଁ । ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ଯନ୍ତ୍ରଣା ଭୋଗୁଛନ୍ତି ରାଉରକେଲାର ରାଜଗାଙ୍ଗପୁର ପୌରପାଳିକା ଆଇଟି କଲୋନୀ ବାସିନ୍ଦା ରଶ୍ମିତା ସୁନ୍ଦରରାୟ । ତେବେ ନିଜର ଅଧିକା ଚିକିତ୍ସା କରାଇବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ରଶ୍ମିତା ।

ତେବେ ପରିବାର କହିଲେ ସ୍ୱାମୀ ଓ ଦୁଇ ସନ୍ତାନ । ସ୍ୱାମୀ ପ୍ରଭାତ ସୁନ୍ଦରରାୟ ଠିକା କର୍ମଚାରୀ ଭାବରେ କାର୍ଯ୍ୟ କରନ୍ତି । ବଡ଼ ଝିଅ ଯୁକ୍ତ ଦୁଇରେ ପଢ଼ୁଥିବା ବେଳେ ସାନ ପୁଅ ନବମ ଶ୍ରେଣୀର ଛାତ୍ର । ଯାହା ରୋଜଗାର ହୁଏ ସେଥିରେ ହସ ଖୁସିର ୪ପ୍ରାଣୀର ସଂସାର ହସ ଖୁସିରେ ବିତି ଯାଉଥିଲା । ହେଲେ ବର୍ଷକ ତଳେ ଅର୍ଥାତ ନଭେମ୍ବର ମାସରେ ହଠାତ ରଶ୍ମିତା ଅସୁସ୍ଥ ହୋଇପଡିଥିଲେ । ପ୍ରଥମେ ଝାଡ଼ା ପରିଶ୍ରା ସହ ଅଣ ନିଶ୍ୱାସୀ ଅନୁଭବ କରିବାରୁ ସ୍ଥାନୀୟ ଡାକ୍ତରଖାନାରେ ଯାଞ୍ଚ କରାଇଥିଲେ । ଯାଞ୍ଚ ପରେ ମଧ୍ୟ ଡାକ୍ତର ରୋଗ ଧରି ପାରିନଥିଲେ । ତେଣୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ଏବଂ ପରେ କଟକ ଭୁବନେଶ୍ୱର ସ୍ଥିତ ବଡ଼ ଡ଼ାକ୍ତରଖାନାରେ ଡାକ୍ତରଙ୍କୁ ଦେଖାଇ ଥିଲେ । ସେଠାରେ ଯାଞ୍ଚ ରିପୋର୍ଟରେ ରଶ୍ମିତାଙ୍କ ଦୁଇଟି ଯାକ କିଡନୀ ଖରାପ ହୋଇଯାଇଥିବା ନେଇ ଡାକ୍ତର କହିଥିଲେ । ଯଥା ଶୀଘ୍ର କିଡନୀ ପ୍ରତିରୋପଣ ପାଇଁ କହିବା ସହ ଜୀବନ ବଞ୍ଚାଇବା ପାଇଁ ନିରନ୍ତର ଡାଇଲିସିସର କରାଇବାକୁ ପଡିବ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ- ଦୁଇଟି ଯାକ କିଡନୀ ହରାଇ ହସ୍ପିଟାଲ ବେଡ୍‌ରେ ସ୍ୱାମୀ, ଜୀବନ ଭିକ୍ଷା ମାଗୁଛି ସ୍ତ୍ରୀ

ସେହି ଦିନଠାରୁ ଦୀର୍ଘ ୧୧ମାସ ହେବ ପ୍ରତି ସପ୍ତାହରେ ଦୁଇ ଥରରୁ ତିନିଥର ଡାଇଲିସସ କରିବାକୁ ପଡ଼ୁଛି । ସ୍ୱାମୀଙ୍କ କିଡନୀ ମ୍ୟାଚ୍‌ ନହେବାରୁ ବନ୍ଧୁ ବାନ୍ଧବ ସମ୍ପର୍କୀୟଙ୍କୁ କିଡନୀ ପାଇଁ ନେହୁରା ହୋଇଥିଲେ କିନ୍ତୁ କିଛି ଲାଭ ହେଲାନି । ଚିକିତ୍ସା ବାବଦରେ ବିଜୁ ସ୍ୱାସ୍ଥ୍ୟକାର୍ଡରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ଖର୍ଚ୍ଚ ହୋଇଗଲାଣି । ଦାମୀ ଔଷଧ, ରକ୍ତ ଏବଂ ଯିବା ଆସିବା ଭଳି ଆନୁସଙ୍ଗିକ ଖର୍ଚ୍ଚ ବାବଦରେ ପ୍ରତି ସପ୍ତାହ ହଜାରହଜାର ଟଙ୍କା ବ୍ୟୟ ହେଉଥିବା ବେଳେ ଏବେ ସୁଦ୍ଧା ୩ଲକ୍ଷ ଖର୍ଚ୍ଚ ହେଲାଣି । ଗୋଟିଏ ପଟେ ସ୍ୱଳ୍ପ ଦରମାରେ ଦୁଇ ଛୁଆଙ୍କ ପାଠପଢା ସହ ଘର ଏବଂ ମେଡ଼ିକାଲ ଖର୍ଚ୍ଚ ବୋଝ ସ୍ୱାମୀ ପ୍ରଭାତଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଲାଣି । ଯଦି କିଛିଟା ସରକାରୀ ସହାୟତା ସହ କେହି ସହୃଦୟ ବ୍ୟକ୍ତି କିଡ଼ନୀ ଦାନ କରିବେ ତେବେ ରଶ୍ମିତା ବଞ୍ଚିଯାଇ ପାରିବେ ବୋଲି ସ୍ୱାମୀ ପ୍ରଭାତ କହିଛନ୍ତି । ତା ସହିତ ସରକାରୀୟ ସହାୟତା ଯୋଗାଇ ଦେବାକୁ ବ ନିବେଦନ କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated :Oct 18, 2023, 1:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.