ETV Bharat / state

ସୁନା ଦୋକାନୀଙ୍କୁ ଗୁଳିମାଡ଼, ଛଡାଇ ନେଲେ ସୁନା ଭର୍ତ୍ତି ବ୍ୟାଗ

author img

By

Published : Mar 1, 2021, 10:52 AM IST

Updated : Mar 1, 2021, 1:06 PM IST

ସୁନା ଦୋକାନୀଙ୍କୁ ଗୁଳିମାଡ଼, ଛଡାଇ ନେଲେ ବ୍ୟାଗ ଭର୍ତ୍ତି ସୁନା
ସୁନା ଦୋକାନୀଙ୍କୁ ଗୁଳିମାଡ଼, ଛଡାଇ ନେଲେ ବ୍ୟାଗ ଭର୍ତ୍ତି ସୁନା

10:45 March 01

ସୁନା ଦୋକାନୀଙ୍କୁ ଗୁଳିମାଡ଼, ଛଡାଇ ନେଲେ ବ୍ୟାଗ ଭର୍ତ୍ତି ସୁନା

ସୁନା ଦୋକାନୀଙ୍କୁ ଗୁଳିମାଡ଼, ଛଡାଇ ନେଲେ ବ୍ୟାଗ ଭର୍ତ୍ତି ସୁନା

ସୁନ୍ଦରଗଡ଼: ଜିଲ୍ଲାର ବଡଗାଁ ଥାନା ନିକଟରେ ଥିବା ନ୍ୟୁ ମା ମଙ୍ଗଳା ଜୁଏଲାରୀ ମାଲିକ ରୋହିତ ବର୍ମା(26)ଙ୍କୁ ଗୁଳିମାଡ ହୋଇଛି । ଲୁଟେରାମାନେ ଗୁଳିକାଣ୍ଡ ଘଟାଇ ରୋହିତଙ୍କଠାରୁ ସୁନା ଭର୍ତ୍ତି ବ୍ୟାଗ ଲୁଟ କରିଛନ୍ତି । ତେବେ ଏହି ଗୁଳିକାଣ୍ଡରେ ଦୋକାନ ମାଲିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଗୁରୁତର ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ସରୋଜ ଦାସ(72) ଗୁରୁତର ହୋଇଛନ୍ତି । ସକାଳ ପ୍ରାୟ ସାଢେ ନଅଟା ସମୟରେ ଏହି ଗୁଳିକାଣ୍ଡ ଘଟିଛି । ଗୋଟିଏ ବାଇକରେ ତିନି ଜଣ ଦୁର୍ବୃତ୍ତ ଆସି ରୋହିତଙ୍କ ଉପରେ ଗୁଳି ମାଡ କରି ଏହି ଘଟଣା ଘଟାଇଛନ୍ତି । ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ ମନୋଜ କାବୁ କରିବାକୁ ଚେଷ୍ଟା କରୁଥିବା ସମୟରେ ଅପରାଧୀମାନେ ତାଙ୍କୁ ମଧ୍ୟ ଗୁଳି ମାଡ କରି ଫେରାର ହୋଇଯାଇଛନ୍ତି ।  

ଘଟଣା ସ୍ଥଳରେ ବଡଗାଁ ପୋଲିସ ପହଞ୍ଚି ଉଭୟଙ୍କୁ ପ୍ରଥମେ ବଡଗାଁ ଡାକ୍ତରଖାନାକୁ ନେଇଥିଲା । ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ନିଆଯାଇଥିଲା । ତେବେ ରାଉରକେଲା ଯାଉଥିବା ବାଟରେ ରୋହିତଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରୁ ଗୋଟିଏ ପିସ୍ତଲ, କେତେକ ଜୀବନ୍ତ ଗୁଳି ଓ ଖୋକା (ଖାଲି ଗୁଳି) ଜବତ କରି ତଦନ୍ତ ଚଳାଇଛି ।  

3 ଅପରାଧୀଙ୍କ ମଧ୍ୟରୁ 2 ଜଣ ଅପରାଧୀ ବାଇକରେ ଫେରାର ହୋଇଯାଇଥିବା ବେଳେ ମନୋଜ ଧରିଥିବା ଅପରାଧୀ ନିକଟ ଜଙ୍ଗଲ ମଧ୍ୟକୁ ପଳାଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । ତେବେ ପୋଲିସ ବଡଗାଁ-ଝାରଖଣ୍ଡ, ବଡଗାଁ-ରାଉରକେଲା, ବଡଗାଁ–ବାମରା ଆଦି ରାସ୍ତାକୁ ସିଲ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି ।  

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

Last Updated :Mar 1, 2021, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.