ବୃଦ୍ଧି ପାଉଛି ଶ୍ରମିକ ମୃତ୍ୟ ମାମଲା, ପ୍ଲାଣ୍ଟ କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଯାଉଛି ଜୀବନ !

ବୃଦ୍ଧି ପାଉଛି ଶ୍ରମିକ ମୃତ୍ୟ ମାମଲା, ପ୍ଲାଣ୍ଟ କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଯାଉଛି ଜୀବନ !
ସୁନ୍ଦରଗଡ ଜିଲ୍ଲାରେ ବଢ଼ିବାରେ ଲାଗିଛି କଳ କାରଖାନା ରେ ଶ୍ରମିକ ମୃତ୍ୟ ମାମଲା। ପ୍ଲାଣ୍ଟ କର୍ତ୍ତୃପକ୍ଷ ଏବଂ ଫ୍ୟାକ୍ଟ୍ରି ଏଣ୍ଡ ବଏଲର ବିଭାଗର ଅବହେଳା ଯୋଗୁଁ ଜୀବନ ଯାଉଥିବା ଅଭିଯୋଗ ହେଉଛି । ଅଧିକ ପଢ଼ନ୍ତୁ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ିବାରେ ଲାଗିଛି ପ୍ଲାଣ୍ଟ୍ରେ ଶ୍ରମିକଙ୍କ ଦୁର୍ଘଟଣା । କେତେବେଳେ ଗ୍ୟାସ୍ ଲିକ୍ ହୋଇ ତ କେତେବେଳେ ଭୟଙ୍କର ବିସ୍ଫୋରଣରେ ଯାଉଛି ନିରୀହ ଶ୍ରମିକଙ୍କ ଜୀବନ । ତେବେ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ଛୋଟ ବଡ଼ କାରଖାନାରେ ସୁରକ୍ଷା ଉପକରଣ ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଥିବା ବାରମ୍ବାର ଅଭିଯୋଗ ଆସୁଛି ।
ସୁନ୍ଦରଗଡରେ ବିଭିନ୍ନ କାରଖାନାରେ ମାସକୁ ପ୍ରାୟ ୮ରୁ ୧୦ଟି ଜୀବନ ଯାଉଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ସ୍ପଞ୍ଜ୍ ଆଇରନ ଏବଂ ଷ୍ଟିଲ୍ ପ୍ଲାଣ୍ଟ୍ଗୁଡ଼ିକରେ ସୁରକ୍ଷା ଅବହେଳା ପ୍ଲାଣ୍ଟ୍ କର୍ତ୍ତୃପକ୍ଷ କରୁଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା କୁହାଯାଉଛି । ରାଉରକେଲା, କଲୁଙ୍ଗା, ବଣାଇ ରାଜଗାଙ୍ଗପୁର, କୁଆରମୁଣ୍ଡା ଶିଳ୍ପାଞ୍ଚଳରେ ବିପଦସଙ୍କୁଳ ଅବସ୍ଥାରେ ଶ୍ରମିକମାନେ କାମ କରୁଛନ୍ତି । ଯେଉଁଥିପାଇଁ ରାଉରକେଲା, କଲୁଙ୍ଗା ଏବଂ କୁଆରମୁଣ୍ଡା ଅଞ୍ଚଳରେ ଶ୍ରମିକ ମୃତ୍ୟୁ ମାମଲା ଅଧିକ ବଢ଼ିବାରେ ଲାଗିଛି । ଏହି ପ୍ଲାଣ୍ଟଗୁଡ଼ିକର ପରିଚାଳନାରେ ସୁରକ୍ଷା ଉପକରଣ ଅବହେଳିତ ହୋଇ ରହିଥିବାରୁ ଏହି ଦୁର୍ଘଟଣା ଘଟୁଥିବା ସୂଚନା ରହିଛି ।
ତେବେ ବାରମ୍ବାର ଦୁର୍ଘଟଣା ମାମଲାର ସାମ୍ନାକୁ ଆସୁଥିଲେ ମଧ୍ୟ ସ୍ଥାନୀୟ ଫ୍ୟାକ୍ଟ୍ରି ଏଣ୍ଡ୍ ବୋଏଲର ବିଭାଗ କାର୍ଯ୍ୟାନୁଷ୍ଠାନ ଶୂନ ରହିଥିବା ବେଳେ କାରଖାନା ଗୁଡ଼ିକରେ ସୁରକ୍ଷା ଯାଞ୍ଚ ହେଉନଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ଅଭିଯୋଗ ସାମ୍ନାକୁ ଆସିଛି ।
ଶ୍ରମିକ ନେତା ରମେଶ ସାହୁଙ୍କ କହିଛନ୍ତି, "କାରଖାନା କର୍ତ୍ତୃପକ୍ଷ,ଶ୍ରମିକଙ୍କୁ ଅବହେଳା କରାଯାଇ ସୁରକ୍ଷା ଯାଞ୍ଚକୁ ଅଣଦେଖା କରାଯାଉଛି । ଦୁର୍ଘଟଣାର ଶିକାର ସହ ଦୁଃଖଦ ଘଟଣା ପାଇଁ ନିଜ ପ୍ରିୟଜନଙ୍କୁ ହରାଇ ଦୁଃଖରେ ଛଟପଟ ହେଉଛନ୍ତି ପରିବାର। ଜିଲ୍ଲାରେ ଚାଲିଥିବା ଶ୍ରମିକ ମୃତ୍ୟୁ ପାଇଁ ଉଭୟ ପ୍ଲାଣ୍ଟ କର୍ତ୍ତୃପକ୍ଷ ଏବଂ ଫ୍ୟାକ୍ଟ୍ରି ଏଣ୍ଡ ବୋଏଲର ବିଭାଗ ଦାୟୀ ।"
ସେ ଆଉ ମଧ୍ୟ କହିଛନ୍ତି ଯେ, ମ୍ୟାନେଜମେଣ୍ଟ ଅବହେଳାର ଯୋଗୁଁ ଯେପରି ଶ୍ରମିକଙ୍କ ଜୀବନ ନ ବଳି ପଡ଼ିବ, ସେଥିପ୍ରତି ଧ୍ୟାନ ଦେଇ ତୁରନ୍ତ ଏହି କାରଖାନାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଓ ଏହାକୁ କଡ଼ାକଡ଼ି କରିବା ପାଇଁ ପଦକ୍ଷେପ ନେବା ଜରୁରୀ ଅଟେ ।
ତେବେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ କଳ କାରଖାନାରେ ଶ୍ରମିକ ମୃତ୍ୟ ମାମଲା ବଢ଼ିବାରେ ଲାଗିଛି । ତେବେ ଏନେଇ ଫ୍ୟାକ୍ଟ୍ରି ଆଣ୍ଡ ବୋଏଲର ବିଭାଗ ଏହି ମାମଲାରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
ଇଟିଭି ଭାରତ, ରାଉରକେଲା
