ETV Bharat / state

ଦେବଗଡ଼ରୁ ଅପହୃତ ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର

author img

By ETV Bharat Odisha Team

Published : Dec 19, 2023, 9:30 AM IST

Updated : Dec 19, 2023, 3:54 PM IST

ଅପହୃତ ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର
ଅପହୃତ ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର

Kidnapped Girl Rescued: ଦେବଗଡ଼ରୁ ଅପହରଣର ଦିନକ ପରେ ସୁନ୍ଦରଗଡରୁ ଉଦ୍ଧାର ହେଲା ୫ ବର୍ଷର କୁନି ଝିଅ । ଅଧିକ ପଢ଼ନ୍ତୁ

ଅପହୃତ ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର

ରାଉରକେଲା: ଦେବଗଡ଼ରୁ ଅପହୃତ ହୋଇଥିବା ୫ ବର୍ଷର କୁନି ଝିଅ ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଛି । ଆଜି(ମଙ୍ଗଳବାର) ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ଭୋଇପାଲି ପୋଲ ତଳୁ କୁନି ଝିଅଟି ଉଦ୍ଧାର ହୋଇଛି । ଝିଅଟି ପୋଲ ତଳେ କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଏହାପରେ ବଡ଼ଗାଁ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦେବଗଡ଼ ପୋଲିସ ସହିତ ଯୋଗାଯୋଗ କରି ଶିଶୁକନ୍ୟାର ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପୋଲିସ ଝିଅକୁ ଉଦ୍ଧାର କରିବା ପରେ ତାଙ୍କୁ ନେବା ପାଇଁ ଦେବଗଡ଼ରୁ ନୂଆଗାଁ ଅଭିମୁଖେ ଆସୁଛନ୍ତି ପରିବାର ଲୋକେ । ସେପଟେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଛି ।

ସୂଚନା ଅନୁଯାୟୀ, ଉଦ୍ଧାର ଶିଶୁକନ୍ୟା ଦେବଗଡ଼ ସହରର ଜଣେ ପ୍ରତିଷ୍ଠିତ କପଡ଼ା ଦୋକାନର ମାଲିକ ଅଲୋକ ଅଗ୍ରୱାଲଙ୍କ ଝିଅ । ଗତକାଲି ସନ୍ଧ୍ୟାରେ ୫ ବର୍ଷର ଝିଅଟି ଟ୍ୟୁସନରୁ ନିଜ ଆଈ ସହ ଘରକୁ ଫେରୁଥିବା ବେଳେ ଅପହୃତ ହୋଇଥିଲା । ଦୁଇ ଜଣ ଦୁର୍ବୃତ୍ତ କଳା ରଙ୍ଗର ପଲସର ବାଇକରେ ଆସି କୁନି ଝିଅଟିକୁ ଉଠାଇ ନେଇଥିଲେ । ଏନେଇ ଆଈ ଚିତ୍କାର କରିବାରୁ ଆଖପାଖର ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ହେଲେ ସେତେବେଳକୁ ଦୁର୍ବୃତ୍ତମାନେ ଝିଅକୁ ଧରି ଫେରାର୍ ହୋଇଯାଇଥିଲେ । ଏହି ଘଟଣା କାଲି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ଏହା ମଧ୍ୟ ପଢନ୍ତୁ: ବ୍ୟବସାୟୀଙ୍କ ୫ବର୍ଷର ଶିଶୁକନ୍ୟାକୁ ଅପହରଣ, କଳା ପଲସରରେ ଆସି ଝାମ୍ପିନେଲେ

ଏହା ମଧ୍ୟ ପଢନ୍ତୁ : ଝିଆରୀକୁ ପ୍ରେମ କରିବାରୁ ପ୍ରେମିକକୁ ହତ୍ୟା, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଏନେଇ ଶିଶୁକନ୍ୟାର ବାପା ଦେବଗଡ଼ ଆଦର୍ଶ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପରେ ପୋଲିସ ପିଲାଟିକୁ ଉଦ୍ଧାର କରିବାକୁ ତନାଘନା ଆରମ୍ଭ କରିଥିଲା । ଜିଲ୍ଲା ବାହାରକୁ ଯାଇଥିବା ସମସ୍ତ ରାଜପଥକୁ ସିଲ୍ କରାଯିବ ସହ କଡାକଡ଼ି ଯାଞ୍ଚ କରାଯାଇଥିଲା । ଏବେ ଅପହରଣର ଦିନକ ପରେ ଝିଅଟି ସୁନ୍ଦରଗଡ଼ ଜିଲ୍ଲାରୁ ଉଦ୍ଧାର ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଭୋଇପାଲି ପୋଲ ନିକଟରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଝିଅର ଉଦ୍ଧାର ଖବର ଶୁଣି ତାଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ତେବେ କିଏ ଏବଂ କାହିଁକି ଏହି କୁନି ଝିଅକୁ ଅପହରଣ କରିଥିଲା ସେନେଇ କିଛି ଜଣାପଡ଼ି ନାହିଁ । ପୋଲିସ ଅପହରଣକାରୀଙ୍କୁ ଧରିବାକୁ ତଦନ୍ତ ଚଳାଇଛି ।

ଇଟିଭି ଭାରତ, ରାଉରକେଲା

Last Updated :Dec 19, 2023, 3:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.