ETV Bharat / state

ଡାଉଟ କ୍ଲିୟର ପାଇଁ ଡାକି ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ! ଥାନାର ଦ୍ବାରସ୍ଥ ହେଲେ ପରିବାର ଲୋକେ

author img

By

Published : Feb 24, 2023, 3:41 PM IST

କୋଚିଂ ସେଣ୍ଟରରେ ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ । ରାଉରକେଲା ସହରରେ ଅଭାବନୀୟ ଘଟଣା । ଅଧିକ ପଢ଼ନ୍ତୁ

ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଉଦ୍ୟମ
molestation against tuition teacher

ରାଉରକେଲା: ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗିଲା କଳା ଦାଗ ! ନାବାଳିକା ଛାତ୍ରୀଙ୍କୁ କୋଚିଂ ସେଣ୍ଟର ଶିକ୍ଷକ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ରାଉରକେଲା ସହରରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଡାଉଟ କ୍ଲିୟର ପାଇଁ ଡାକି ଶିକ୍ଷକ ଦୁଷ୍କର୍ମ ଉଦ୍ୟମ କରିଥିବା ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପୀଡିତା ଜଣକ ହେଉଛନ୍ତି ରାଉରକେଲା ସହରର ଯୁକ୍ତଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ।

ଅଭିଯୋଗ ଅନୁଯାୟୀ, ପୀଡିତା ଛାତ୍ରୀ ଜଣକ ରାଉରକେଲା ସହରର ଏକ ଘରୋଇ କୋଚିଂ ସେଣ୍ଟର କୋଚିଂ କରୁଥିଲେ । ପରୀକ୍ଷା ପୂର୍ବରୁ ଡାଉଟ କ୍ଲିୟର କ୍ଲାସ କରିବା ପାଇଁ ଶିକ୍ଷକ ଉଦୟ ପ୍ରକାଶ ବୋଇତି ଉକ୍ତ ନାବାଳିକା ଛାତ୍ରୀଙ୍କୁ କୋଚିଂ ସେଣ୍ଟରକୁ ଡାକିଥିଲେ । ଛାତ୍ରୀ ଜଣକ ସେଠାରେ ପହଁଚିବା ପରେ ଶିକ୍ଷକ ଉଦୟ ପ୍ରକାଶ ବୋଇତି ତାଙ୍କୁ କୋଚିଂ ରୁମ ଭିତରେ ବସାଇଲେ ଏବଂ କବାଟ ଦେଇ ଝରକା ପରଦା ଗୁଡିକ ବନ୍ଦ କରିଥିଲେ । ପୀଡିତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ସହ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଖୋଦ ଛାତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି ।

ଏହି ଘଟଣା ନେଇ ପୀଡିତାଙ୍କ ପରିବାର ଲୋକେ ରାଉରକେଲା ଉଦିତନଗର ଥାନାରେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ନିକଟରେ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ଶିକ୍ଷକ ଉଦୟ ପ୍ରକାଶଙ୍କ ପରିବାର ପାଲଟା ଅଭିଯୋଗ କରିଛନ୍ତି, "ଏସବୁ ମିଥ୍ୟା ଅଭିଯୋଗ । ଛାତ୍ରୀ ଜଣକ ବିନା କୌଣସି କାରଣରେ ଏଭଳି ଅଭିଯୋଗ ଆଣିଛନ୍ତି । ଛାତ୍ରୀଙ୍କ ପରିବାର ଲୋକେ ହଠାତ ଘର ଭିତରକୁ ଧସେଇ ପଶି ଆସିଥିଲେ । କୌଣସି କିଛି କଥା ନକହି ନଶୁଣି ହଠାତ ଆକ୍ରମଣ କରିଥିଲେ ଏବଂ ଆକ୍ରମଣରେ ଅଭିଯୁକ୍ତ ଶିକ୍ଷକ ଉଦୟ ବୋଇତିଙ୍କ ମୁଣ୍ଡରେ ଆଘାତ ଲାଗିଛି। "

କିନ୍ତୁ ଏହି କଥାକୁ ଖଣ୍ଡନ କରିଛନ୍ତି ପୀଡିତାଙ୍କ ପରିବାର । ଟଣା ଓଟରାରେ ପଡି ଯାଇଥିବାରୁ ତାଙ୍କୁ ଆଘାତ ଲାଗିଥିବା କହିଛନ୍ତି । ଏଥିସହ ଶିକ୍ଷକ ଜଣକ ଦୁଷ୍କର୍ମ ଉଦ୍ୟମ କରିଥିବା ମାନି ଥିବା କଥା କହିଛନ୍ତି ପରିବାର ଲୋକେ । ତେବେ ପୀଡିତାଙ୍କ ପରିବାର ଲୋକେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣା ନେଇ ରାଉରକେଲା ଉଦିତନଗର ପୋଲିସ ପୀଡିତା ଏବଂ ଉକ୍ତ ଶିକ୍ଷକଙ୍କୁ ଥାନାକୁ ଡାକି ପଚରାଉଚରା କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହ ପୀଡିତା ଏବଂ ଅଭିଯୁକ୍ତଙ୍କ ଡାକ୍ତରୀ ମଇନା କରାଯାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.