ETV Bharat / state

ସୁବର୍ଣ୍ଣ ମହୋତ୍ସବ ମଞ୍ଚ ପୂଜା କଲେ ଜିଲ୍ଲାପାଳ

author img

By

Published : Jan 7, 2020, 3:50 PM IST

Subarna-2020 will inagurate today evening
ସୁବର୍ଣ୍ଣ ମହୋତ୍ସବ ମଞ୍ଚ ପୂଜା କଲେ ଜିଲ୍ଲାପାଳ

ସୁବର୍ଣ୍ଣ ମହୋତ୍ସବ ନେଇ ମଞ୍ଚ ପୂଜା କଲେ ଜିଲ୍ଲାପାଳ । ଆଜି ସଂଧ୍ୟାରେ ହେବ ଉତ୍ସବର ଉଦଘାଟନ । ଆଗକୁ ପଢନ୍ତୁ...

ସୁବର୍ଣ୍ଣପୁର: ଲୋକ ମହୋତ୍ସବ ସୁବର୍ଣ୍ଣ- 2020 ପାଇଁ ମଞ୍ଚ ପୂଜା ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ 27ତମ ଲୋକ ମହୋତ୍ସବର ମଞ୍ଚ ପୂଜା କରିଥିଲେ । ସ୍ଥାନୀୟ ଦେବୀ ମା’ ସୁରେଶ୍ବରୀଙ୍କ ପୀଠରୁ ଏକ ଆଡମ୍ବରପୂର୍ଣ୍ଣ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ସ୍ଥାନୀୟ ଗାନ୍ଧୀ ପଡ଼ିଆକୁ ପହଞ୍ଚିଥିଲା ।

ସୁବର୍ଣ୍ଣ ମହୋତ୍ସବ ମଞ୍ଚ ପୂଜା କଲେ ଜିଲ୍ଲାପାଳ

ଫକୀର ପଟ୍ଟନାୟକ ମୁକ୍ତ ମଞ୍ଚରେ ଦେବୀଙ୍କୁ ଆରାଧନା କରିବା ପରେ ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ଜଳନ କରି ଏହି ମହୋତ୍ସବର ସାଂସ୍କୃତିକ ମଞ୍ଚର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଆଜି ସନ୍ଧ୍ୟାରେ ଅବକାରୀ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଲ୍ଲିଶ୍ରୀ ମେଳା, ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଉଦଘାଟନ କରିବା ସହିତ ଓ ସାଂସ୍କୃତିକ ମଞ୍ଚରୁ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ମହୋତ୍ସବ 5 ଦିନ ଧରି ଚାଲିବାକୁ ଥିବାବେଳେ ଲକ୍ଷାଧିକ ଦେଖଣାହାରୀ ଓ ଶତାଧିକ କଳାକାର ସାମିଲ ହେବାର ଆଶା କରାଯାଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ ସୁବର୍ଣ୍ଣ 2020 ପାଇଁ ମଞ୍ଚ ପୂଜା ଆୟୋଜିତ ହୋଇ ଯାଇଛି।ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ 27 ତମ ଲୋକ ମହୋତ୍ସବର ମଂଚ ପୂଜା କରିଥିଲେ।ସ୍ଥାନୀୟ ଦେବୀ ମା ସୁରେଶ୍ୱରୀଙ୍କ ପୀଠରୁ ଏକ ଆଡମ୍ବରପୂର୍ଣ୍ଣ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ସ୍ଥାନୀୟ ଗାନ୍ଧୀ ପଡ଼ିଆକୁ ପହଞ୍ଚିଥିଲା।ଫକୀର ପଟ୍ଟନାୟକ ମୁକ୍ତ ମଂଚରେ ଦେବୀଙ୍କୁ ଆରାଧନା କରିବା ପରେ ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ମହୋତ୍ସବର ସାଂସ୍କୃତିକ ମଞ୍ଚର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।


Body:ଆଜି ସନ୍ଧ୍ୟାରେ ଅବକାରୀ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଲ୍ଲିଶ୍ରୀ ମେଳା , ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଉଦ୍ଘାଟନ କରିବା ସହିତ ଓ ସାଂସ୍କୃତିକ ମଂଚରୁ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।ଏହି ମହୋତ୍ସବ 5 ଦିନ ଧରି ଚାଲିବାକୁ ଥିବାବେଳେ ଲକ୍ଷାଧିକ ଦେଖଣାହାରୀ ଓ ଶତାଧିକ କଳାକାର ସାମିଲ ହେବାର ଆଶା କରାଯାଉଛି।


Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
Edited visual without vo.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.