ETV Bharat / state

ଷୋଡଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମା’ ସୁରେଶ୍ୱରୀ

author img

By

Published : Oct 9, 2021, 10:22 PM IST

ଦେବୀ ମା’ ସୁରେଶ୍ୱରୀ ଷୋଡଶୀ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦେଲେ ଦର୍ଶନ
ଦେବୀ ମା’ ସୁରେଶ୍ୱରୀ ଷୋଡଶୀ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦେଲେ ଦର୍ଶନ

ସୋନପୁର ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀ ଆଜି(ଶନିବାର) ଆଶ୍ବୀନ ଶୁକ୍ଲ ପକ୍ଷ ତୃତୀୟା ତିଥିରେ ଷୋଡ଼ଶୀ ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ସୋନପୁର ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀ ଆଜି(ଶନିବାର) ଆଶ୍ବୀନ ଶୁକ୍ଲ ପକ୍ଷ ତୃତୀୟା ତିଥିରେ ଷୋଡ଼ଶୀ ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି । ଆସନ୍ତା କାଲି ଦେବୀ ମା’ ବଗଳାମୁଖୀ ବେଶ ଧାରଣ କରିବେ । ତେବେ ଦେବୀ ମା’ ସୁରେଶ୍ବରୀ ଆଶ୍ବୀନ ମହାଳୟା ଠାରୁ ଆରମ୍ଭ କରି ଦଶମୀ ତିଥି ଯାଏଁ ଭିନ୍ନ ଭିନ୍ନ ବେଶ ଧାରଣ କରିଥାନ୍ତି । ମହାଳୟାରେ ଦେବୀ ମା’ ଧବଳମୁଖୀ ବେଶ ଧାରଣ କରିଥାନ୍ତି । ସେହିପରି ପ୍ରତିପଦରେ କାଳୀ, ଦ୍ଵିତୀୟାରେ ତାରା, ତୃତୀୟାରେ ଷୋଡ଼ଶୀ ବେଶ ଧାରଣ କରିବାର ପରମ୍ପରା ରହିଛି।

ଦେବୀ ମା’ ସୁରେଶ୍ୱରୀ ଷୋଡଶୀ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦେଲେ ଦର୍ଶନ

ମହାଷ୍ଟମୀ ତିଥିରେ ମହିଷ ମରଦିନି ଓ ମହାନବମୀ ତିଥିରେ ରାଜରାଜେଶ୍ୱରୀ ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହୋଇଥାଏ ଏହି ପୀଠରେ । ବର୍ଷ ତମାମ ରକ୍ତମୁଖା ଦେବୀଙ୍କ ସଶରୀର ସିନ୍ଦୁର ପ୍ରଲେପ କରାଯିବା ସହିତ ଗାଢ ନାଲି ରଂଗର ବସ୍ତ୍ର ପରିଧାନ କରାଯାଉଥିବା ବେଳେ ଏବେ କିନ୍ତୁ, ଦେବୀ ମା’ ଭିନ୍ନ ଭିନ୍ନ ପାଟ ବସ୍ତ୍ର ପରିଧାନ କରିଥାନ୍ତି ।

ଦେବୀ ମା’ ସୁରେଶ୍ୱରୀ ଷୋଡଶୀ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦେଲେ ଦର୍ଶନ
ଦେବୀ ମା’ ସୁରେଶ୍ୱରୀ ଷୋଡଶୀ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦେଲେ ଦର୍ଶନ

ମହାଳୟାରେ ସେବାୟତମାନେ ଗଙ୍ଗାଜଳ, ଅଗୁର, ଚନ୍ଦନ, କର୍ପୁର ଆଦି ପ୍ରଲେପ କରି ଶ୍ବେତବସ୍ତ୍ର ପ୍ରଦାନ କରିଥିବା ବେଳେ ପ୍ରତିପଦ ଓ ଦ୍ଵିତୀୟା ତିଥିରେ ଦେବୀ ମା’ କଳା ବସ୍ତ୍ର ଧାରଣ କରିଛନ୍ତି । ତେବେ ସୁବର୍ଣ୍ଣପୁରର ଐତିହାସୀକ ବଳୀଯାତ୍ରା ଆରମ୍ଭ ହୋଇ ଯାଇଥିବା ବେଳେ ଶ୍ରଦ୍ଧାଳୁମାନେ ବଳୀଯାତ୍ରାରେ ସାମିଲ ହୋଇ ଦେବୀ ମା’ ସୁରେଶ୍ବରୀଙ୍କ କୃପା ଭିକ୍ଷା ସାଉଁଟିବାକୁ ଛୁଟି ଆସୁଛନ୍ତି ଏହି ଶାକ୍ତ ପୀଠକୁ ।

ଦେବୀ ମା’ ସୁରେଶ୍ୱରୀ ଷୋଡଶୀ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦେଲେ ଦର୍ଶନ
ଦେବୀ ମା’ ସୁରେଶ୍ୱରୀ ଷୋଡଶୀ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦେଲେ ଦର୍ଶନ

ଦେବୀଙ୍କ ସଂଧ୍ୟା ଆରତୀ ଦର୍ଶନ କରି ଦେବୀକୃପା ଲାଭ କରିବାକୁ ଏହି ଶକ୍ତି ପୀଠରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଛି । ଶୃଙ୍ଖଳିତ ସନ୍ଧ୍ୟା ଆରତୀ ଦର୍ଶନ ପାଇଁ ମନ୍ଦିର କମିଟି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଛି । ତେବେ ଦେବୋତ୍ତର ବିଭାଗ ପକ୍ଷରୁ କୋଭିଡ ନିୟମ ପାଳନ କରିବାକୁ ସେବାୟତ ଓ ମନ୍ଦିର କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.