ETV Bharat / state

ନୂଆଁଖାଇ ପାଇଁ ଉତ୍ସବ ମୁଖର ସୋନପୁର ଗଡଜାତ

author img

By

Published : Aug 28, 2022, 2:08 PM IST

ନୂଆଁଖାଇ ପାଇଁ ଉତ୍ସବ ମୁଖର ସୋନପୁର ଗଡଜାତ
ନୂଆଁଖାଇ ପାଇଁ ଉତ୍ସବ ମୁଖର ସୋନପୁର ଗଡଜାତ

ମାଆ ସୁରେଶ୍ବରୀଙ୍କ ପାଖରେ ନବାର୍ଣ୍ଣ ସମର୍ପଣ କରିବା ପାଇଁ ଲଗ୍ନ ସ୍ଥିର କରାଯାଇଛି । ସେହିପରି ସକାଳ 8 ଘଣ୍ଟା 20 ମିନିଟରୁ 9 ଘଣ୍ଟା 20 ମିନିଟ ମଧ୍ୟରେ ଦେବୀ ମାଆ ସମଲେଇଙ୍କ ପୀଠରୁ ଇଷ୍ଟଦେବୀ ମାଆ ସୁରେଶ୍ବରୀଙ୍କ ସମେତ ଅଷ୍ଟ ଚଣ୍ଡୀ ଓ ହନୁମାନ ପୀଠକୁ ପାହୁର ଯିବା ପାଇଁ ପଣ୍ଡିତ ମହାସଭା ଲଗ୍ନ ନିର୍ଧାରଣ କରିଛନ୍ତି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ଗଣପର୍ବ ନୂଆଁଖାଇ ପାଇଁ ସୋନପୁର ଗଡଜାତ ଉତ୍ସବମୁଖର ହୋଇ ଉଠିଛି । ଲଗାତର ଦୁଇ ବର୍ଷ କୋରୋନା ପାଇଁ ଏହି ଗଣପର୍ବ ମଳିନ ପଡିଥିବା ବେଳେ ଏଥର ବେଶ ଉତ୍ସାହ ଉଦ୍ଦୀପନାର ସହିତ ନୂଆଁଖାଇ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଲଗ୍ନ ନିର୍ଣ୍ଣୟ କାର୍ଯ୍ୟ ଶେଷ ହୋଇଥିବା ବେଳେ ପାହୁର ଯାତ୍ରା କମିଟି ପକ୍ଷରୁ ପାହୁର ଶୋଭାଯାତ୍ରାରେ ସାମିଲ ହୋଇ ଦେବୀ କୃପା ଲାଭ କରିବାକୁ ଗଡଜାତବାସୀଙ୍କୁ ଅନୁରୋଧ କରାଯାଇଛି ।

ନୂଆଁଖାଇ ପାଇଁ ଉତ୍ସବ ମୁଖର ସୋନପୁର ଗଡଜାତ

ଆଗାମୀ ଭାଦ୍ରବ ଶୁକ୍ଲ ଋଷି ପଞ୍ଚମୀ ଦିନ ଅର୍ଥାତ 1 ସେପ୍ଟେମ୍ବର ଦିନ ସ୍ବାତୀ ନକ୍ଷତ୍ର ,ତୁଳା ରାଶି ମାହେନ୍ଦ୍ର ବେଳା ସକାଳ 10 ଘଣ୍ଟା 7 ମିନିଟରୁ 10 ଘଣ୍ଟା 21 ମିନିଟ ମଧ୍ୟେ ମୀନ ନବାଂଶେ ଇଷ୍ଟ ଦେବୀ ମା ସୁରେଶ୍ବରୀଙ୍କ ପାଖରେ ନବାର୍ଣ୍ଣ ସମର୍ପଣ କରିବା ପାଇଁ ଲଗ୍ନ ସ୍ଥିର କରାଯାଇଛି । ସେହିପରି ସକାଳ 8 ଘଣ୍ଟା 20 ମିନିଟରୁ 9 ଘଣ୍ଟା 20 ମିନିଟ ମଧ୍ୟରେ ଦେବୀ ମାଆ ସମଲେଇଙ୍କ ପୀଠରୁ ଇଷ୍ଟଦେବୀ ମା ସୁରେଶ୍ବରୀଙ୍କ ସମେତ ଅଷ୍ଟ ଚଣ୍ଡୀ ଓ ହନୁମାନ ପୀଠକୁ ପାହୁର ଯିବା ପାଇଁ ପଣ୍ଡିତ ମହାସଭା ଲଗ୍ନ ନିର୍ଧାରଣ କରିଛନ୍ତି । ଏହି ଲଗ୍ନରେ ପାହୁର ଶୋଭାଯାତ୍ରାରେ ଦେବୀ ମାଆ ସମଲେଇ ପୀଠରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏଥର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବେଶ ଧୂମଧାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଏଥର ଜିଲ୍ଲା ପ୍ରଶାସନ ପକ୍ଷରୁ ବି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସଂସ୍କୃତି ପରିଷଦ ନିଜକୁ ପ୍ରସ୍ତୁତ କରୁଛି ।

ଏହାବି ପଢନ୍ତୁ : ମା ମାଣିକେଶ୍ୱରୀଙ୍କଠାରେ ନବାନ୍ନ ଲାଗି ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ନୂଆଁଖାଇ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରଥାଏ । ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କ ଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ ବୋଲି କୁହାଯାଏ । ଏଥି ନିମନ୍ତେ ଆଗରୁ "ଲଗନ" ବା "ତିଥି" ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଆଦିର ଭୋଗ କରାଯାଇଥାଏ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.