ETV Bharat / state

ମା ମାଣିକେଶ୍ୱରୀଙ୍କଠାରେ ନବାନ୍ନ ଲାଗି ପାଇଁ ଧାର୍ଯ୍ୟ ହେଲା ଲଗ୍ନ

author img

By

Published : Aug 27, 2022, 9:58 PM IST

lagna fixed for western odisha mass festival nuakhai in kalahandi
ମା' ମାଣିକେଶ୍ବରୀଙ୍କଠାରେ ନବାନ୍ନ ଲାଗି ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ପାଖେଇ ଆସୁଛି ପଶ୍ଚିମ ଓଡିଶାର ଗଣପର୍ବ ଗଣପର୍ବ ନୂଆଁଖାଇ । କଳାହାଣ୍ଡି ଜିଲ୍ଲାରେ ପର୍ଯ୍ୟାୟକ୍ରମେ ନୂଆଁଖାଇ ପାଳନ ହେଉଥିବାବେଳେ ଲଗ୍ନ ଧାର୍ଯ୍ୟ କରାଯାଇଛି । ଅଧିକ ପଢନ୍ତୁ

ଭବାନୀପାଟଣା: ଆଉ ଦିନ କେଇଟା ଗଲେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ (western odisha mass festival nuakhai) । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କଳାହାଣ୍ଡି । ମା' ମାଣିକେଶ୍ବରୀଙ୍କଠାରେ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି (lagna fixed for nuakhai in kalahandi) । ସାରା ପଶ୍ଚିମ ଓଡିଶାରେ ବେଶ ଧୁମଧାମରେ ପାଳନ ହେଉଥିବାବେଳେ କଳାହାଣ୍ଡିରେ ରହିଛି କିଛି ନିଆରା ପରମ୍ପରା । ଏଠାରେ ପର୍ଯ୍ୟାୟ କ୍ରମେ ପାଳନ ହୁଏ ନୂଆଁଖାଇ ।

ମାଣିକେଶ୍ବରୀଙ୍କଠାରେ ନବାନ୍ନ ଲାଗି ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ପ୍ରଥମେ ସପ୍ତପୁରୀ ଅମାବାସ୍ୟା ପର ଦିନ ଜିଲ୍ଲାର କେସିଙ୍ଗା ବ୍ଲକ ପଥର୍ଲା, ବାହାଦୂର ପଦର ପଲସାପଡା ଅଞ୍ଚଳର ୫ ହଜାରରୁ ଊର୍ଦ୍ଧ୍ବ ଲୋକେ ନୂଆ ଖାଇଥାନ୍ତି । ପରେ ପରେ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଜିଲ୍ଲାର ଅନେକ ଅଞ୍ଚଳରେ ନୂଆଁଖାଇ ପାଳନ ହୁଏ । ପୁଣି ଦଶମୀ ତିଥିରେ ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବେରୀଙ୍କ ନିକଟରେ ନବାନ୍ନ ଲାଗି ହୋଇ ସମସ୍ତ ଗଡ଼ଜାତ ଅଞ୍ଚଳରେ ପାଳନ ହୋଇଥାଏ। ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନବାନ୍ନ ଲାଗି ନେଇ ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥି ସକାଳ ୯ଟା ୧୫ ମିନିଟରୁ ୧୦ଟା ସମୟ ମଧ୍ୟରେ ମା' ମାଣିକେଶ୍ବେରୀଙ୍କଠାରେ ନବାନ୍ନ ଲାଗି ହେବ । ପରେ ଦିନ ୧୧ ଘଟିକା ରୁ ୧୨ ଘଟିକା ୪୮ ମିନିଟ ମଧ୍ୟରେ ସର୍ବସାଧାରଣ ନୂଆଁଖାଇ ପାଳନ ନେଇ ସମୟ ଧାର୍ଯ୍ୟ ହୋଇଛି । ଏନେଇ କଳାହାଣ୍ଡି ମହାରାଜଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଲଗ୍ନ ଘୋଷଣା ପରେ ଜିଲ୍ଲାର ଗଡ଼ଜାତ ଅଞ୍ଚଳ ଏବେ ଚଳଚଞ୍ଚଳ ହୋଇଉଠିଛି ।

ଏହା ମଧ୍ୟ ପଢ଼ନ୍ତୁ: ଆଜି ସମଲେଶ୍ବରୀ ମନ୍ଦିରକୁ ଆସିବ ନୂଆ ଧାନ

ଅନ୍ୟପକ୍ଷରେ ସମ୍ବଲପୁରରେ ନୂଆଁଖାଇ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ଆଜି ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ନିକଟକୁ ନୂଆ ଧାନ ଆସିଛି । ସକାଳ 10ଟା ସମୟରେ ବଲବଶପୁର ଗ୍ରାମର ସୁବାଷ ବେହେରାଙ୍କ ଘରୁ ସମଲେଶ୍ବରୀ ମନ୍ଦିରକୁ ନୂଆଁଖାଇ ପାଇଁ ନୂଆ ଧାନ ଆସିଛି । ପ୍ରତ୍ୟେକ ବର୍ଷ ସୁବାଷ ବେହେରାଙ୍କ ଘରୁ ମନ୍ଦିରକୁ ନୂଆ ଧାନ ଆସିଥାଏ । ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ଶ୍ରୀ ବଡ ଜଗନ୍ନାଥଙ୍କ ମନ୍ଦିରରେ ଅପରାହ୍ନରେ ନୂଆଁଖାଇ ପାଇଁ ଲଗ୍ନ ନିର୍ଣ୍ଣୟ ହୋଇଥିଲା । ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀଙ୍କ ନାଁରେ ପଣ୍ଡିତ ମହାସଭା ଲଗ୍ନ ନିର୍ଣ୍ଣୟ କରିଛନ୍ତି । ଏଥିପାଇଁ ପୌର ପରିଷଦ ପକ୍ଷରୁ ଗଡଜାତର ପଣ୍ଡିତମାନଙ୍କ ସମେତ ଦେବାଦେବୀ ମନ୍ଦିରର ସେବାୟତ, ଗଣମାଧ୍ୟମ ପ୍ରତିନିଧି ତଥା ସହରର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କୁ ନିମନ୍ତ୍ରଣ ପ୍ରଦାନ କରାଯାଇଥିଲା । ନୂଆଁଖାଇ ପାଇଁ 3 ଦିନ ସରକାରୀ ଛୁଟି ଦାବିରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲା କୋଶଳ ସେନା । ଛୁଟି ଦାବି ନେଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୋଲିସ ଓ କୋଶଳ ସେନା ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା l

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.