ETV Bharat / city

ଆଜି ସମଲେଶ୍ବରୀ ମନ୍ଦିରକୁ ଆସିବ ନୂଆ ଧାନ

author img

By

Published : Aug 27, 2022, 9:54 AM IST

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ମାଆ ସମଲେଶ୍ବରୀଙ୍କ ପୀଠ । ଆଜି ମନ୍ଦିରକୁ ନୂଆଁଖାଇ ପାଇଁ ନୂଆ ଧାନ ଆସିବ । ଅଧିକ ପଢ଼ନ୍ତୁ

new paddy ritual in samaleswari temple for nuakhai
ଆସନ୍ତାକାଲି ସମଲେଶ୍ବରୀ ମନ୍ଦିରକୁ ଆସିବ ନୂଆ ଧାନ

ସମ୍ବଲପୁର: ଆସନ୍ତା ସେପ୍ଟେମ୍ବର 1 ତାରିଖରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଚୂଡାନ୍ତ ପ୍ରସ୍ତୁତି ହୋଇସାରିଛି । ଆଜି ମନ୍ଦିରକୁ ନୂଆଁଖାଇ ପାଇଁ ନୂଆ ଧାନ ଆସିବ (new paddy ritual in samaleswari temple for nuakhai) ପୂଜକ ସୂଚନା ଦେଇଛନ୍ତି ।

ଆସନ୍ତା କାଲି ସମଲେଶ୍ବରୀ ମନ୍ଦିରକୁ ଆସିବ ନୂଆ ଧାନ

ଏହା ମଧ୍ୟ ପଢ଼ନ୍ତୁ: ନୂଆଖାଇ ପାଇଁ 3 ଦିନ ଛୁଟି ଦାବି କଲା କୋଶଳ ସେନା

ନୂଆଁଖାଇ ପାଇଁ ସଜେଇ ହେଉଛି ମା' ସମଲେଶ୍ବରୀଙ୍କ ମନ୍ଦିର । ସଫେଇ କାର୍ଯ୍ୟ ଶେଷ ହେବାସହ ରଙ୍ଗବୋଳା ସରିଯାଇଛି । ଆସନ୍ତା 30 ତାରିଖରେ ମନ୍ଦିରର ଗମ୍ଭୀରା ଏବଂ ମା’ ସମଲେଶ୍ବରୀଙ୍କ ଅଳଙ୍କାର ସଫା କରାଯିବ। ତେବେ ଆଜି (ଶନିବାର) ସକାଳ 10ଟା ସମୟରେ ବଲବଶପୁର ଗ୍ରାମର ସୁବାଷ ବେହେରାଙ୍କ ଘରୁ ସମଲେଶ୍ବରୀ ମନ୍ଦିରକୁ ନୂଆଁଖାଇ ପାଇଁ ନୂଆ ଧାନ ଆସିବ । ପ୍ରତ୍ୟେକ ବର୍ଷ ସୁବାଷ ବେହେରାଙ୍କ ଘରୁ ମନ୍ଦିରକୁ ନୂଆ ଧାନ ଆସିଥାଏ ।

ସମ୍ବଲପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.