ନୂଆଖାଇ ପାଇଁ 3 ଦିନ ଛୁଟି ଦାବି କଲା କୋଶଳ ସେନା

author img

By

Published : Aug 24, 2022, 7:29 AM IST

Etv Bharat

ଆସନ୍ତା ସେପ୍ଟେମ୍ବର 1ରେ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ । ବିଭିନ୍ନ ପର୍ବପର୍ବାଣିରେ କର୍ମଚାରୀ ମାନଙ୍କୁ ଦୀର୍ଘ ଦିନ ଛୁଟି ମିଳିଥାଏ । କିନ୍ତୁ ନୂଆଖାଇ ପାଇଁ କେବଳ ଗୋଟିଏ ଦିନ ଛୁଟି ରହିଛି । ତେବେ ଏନେଇ କୋଶଳ ସେନା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ଝାରସୁଗୁଡା: ଆସନ୍ତା ସେପ୍ଟେମ୍ବର 1ରେ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଖାଇ । ବିଭିନ୍ନ ପର୍ବପର୍ବାଣିରେ କର୍ମଚାରୀ ମାନଙ୍କୁ ଦୀର୍ଘ ଦିନ ଛୁଟି ମିଳିଥାଏ । କିନ୍ତୁ ନୂଆଖାଇ ପାଇଁ କେବଳ ଗୋଟିଏ ଦିନ ଛୁଟି ରହିଛି । ତେବେ ଏନେଇ କୋଶଳ ସେନା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ଗୋଟେ ଦିନ ପରିବର୍ତ୍ତେ 3 ଦିନ ଛୁଟି ଦେବାକୁ ଦାବି କରିଛନ୍ତି ।

ନୂଆଁଖାଇ ପାଇଁ 3 ଦିନ ଛୁଟି ଦାବି କଲା କୋଶଳ ସେନା

ମଙ୍ଗଳବାର କୋଶଳ ସେନା ପକ୍ଷରୁ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ନୂଆଖାଇ ପାଇଁ ତିନିଦିନ ସରକାରୀ ଛୁଟି ଦେବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନାନୁସାରେ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ କୋଶଳାଞ୍ଚଳର ମୁଖ୍ୟ ପର୍ବ ନୂଆଖାଇ । ଏହି ପର୍ବ ଅବସରରେ ଗୋଟିଏ ପରିବାରରେ ଲୋକେ ଏକତ୍ରିତ ହୋଇ ନୂଆ ଖାଇଥାନ୍ତି ଏନେଇ ଗୋଟିଏ ଦିନ ଛୁଟି ମିଳିଥାଏ । ସେଥିପାଇଁ ତିନିଦିନ ସରକାରୀ ଛୁଟି କରିବା ପାଇଁ କୋଶଳ ସେନା ପକ୍ଷରୁ ଦାବି କରାଯାଇଛି । ଯଦି ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ କୋଶଳ ସେନା ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବ ବୋଲି ସେନା ପକ୍ଷରୁ ଚେତାବନୀ ଦିଆଯାଇଛି ।

ନୂଆଖାଇ ଓଡିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁୁକ୍ଳ ପଞ୍ଚମୀ ତିଥିରେ ପାଳନ କରାଯାଏ । ଏହି ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ବା "ନବାର୍ଣ୍ଣ" ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଖାଇ ପାଳନ ପରଦିନ "ନୂଆଖାଇ ବାସି" ପାଳନ ହୁଏ ଓ ଏହିଦିନ ବଳକା ନୂଆନ୍ନ, କ୍ଷୀରି-ପିଠା ଖିଆହେବା ସହ ମାଂସ ରନ୍ଧାଯାଇଥାଏ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.