ETV Bharat / state

ସୋନପୁରରେ ନବ ନିର୍ମାଣ ଯୁବ ସଂଗଠନର ୧୨ ଘଣ୍ଟିଆ ବନ୍ଦ ଡାକରା

author img

By

Published : Jul 18, 2022, 6:59 PM IST

Updated : Jul 18, 2022, 7:37 PM IST

ସୋନପୁରରେ ନବ ନିର୍ମାଣ ଯୁବ ସଂଗଠନର ୧୨ ଘଣ୍ଟିଆ ବନ୍ଦ ଡାକରା
ସୋନପୁରରେ ନବ ନିର୍ମାଣ ଯୁବ ସଂଗଠନର ୧୨ ଘଣ୍ଟିଆ ବନ୍ଦ ଡାକରା

ରାଜଧାନୀ BJB ମହାବିଦ୍ୟାଳୟରେ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । ସୋନପୁରରେ ନବ ନିର୍ମାଣ ଯୁବ ସଂଗଠନର ୧୨ ଘଣ୍ଟିଆ ବନ୍ଦ ଡାକରା । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ରାଜଧାନୀ ବିଜେବି ମହାବିଦ୍ୟାଳୟରେ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । ନବ ନିର୍ମାଣ ଯୁବ ସଂଗଠନ ସୁବର୍ଣ୍ଣପୁର ଶାଖା ପକ୍ଷରୁ ମଙ୍ଗଳବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ମହାବିଦ୍ୟାଳୟର ଛାତ୍ରାବାସରେ ଛାତ୍ରଛାତ୍ରୀ ସୁରକ୍ଷିତ ନଥିବା ଅଭିଯୋଗ ହୋଇଛି । ସିନିୟର ଛାତ୍ରଛାତ୍ରୀ ଜୁନିଅର ଛାତ୍ରଛାତ୍ରୀଙ୍କୁ ରାଗିଂ କରିବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।

ସୋନପୁରରେ ନବ ନିର୍ମାଣ ଯୁବ ସଂଗଠନର ୧୨ ଘଣ୍ଟିଆ ବନ୍ଦ ଡାକରା

କମିଶନରେଟ ପୋଲିସର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଥିବାବେଳେ, ପୋଲିସ ସମ୍ବେଦନଶୀଳତା ହରାଇ ସାରିଥିବା ଅଭିଯୋଗ ହେଉଛି । ତେବେ ରୁଚିକାଙ୍କ ମାଆ ଓ ଭାଇଙ୍କୁ ପୋଲିସର ବର୍ବରୋଚିତ ବ୍ୟବହାର ଓ ରୁଚିକା ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସଂଗଠନର ସଦସ୍ୟ । ସଂପୃକ୍ତ ଛାତ୍ରାବାସର ୱାର୍ଡେନ ଓ ସୁପରିଟେଣ୍ଡେଣ୍ଟଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ନବ ନିର୍ମାଣ ଯୁବ ସଂଗଠନ ଦାବି କରିଛି ।

ତେବେ ଆଜି ସହରର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବଣିକ ସଂଘ, ଘରୋଇ ବସ୍‌ ମାଲିକ ସଂଘକୁ ଆସନ୍ତାକାଲି ବନ୍ଦ ପାଳନରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିବା ସଂଗଠନର ସଂପାଦିକା ସୋନାଲି ବିଶି କହିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated :Jul 18, 2022, 7:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.