ETV Bharat / state

ମହିଳାଙ୍କ ହାତରୁ ସୁନା ଝାମ୍ପି ନେଲେ ଦୁବୃର୍ତ୍ତ

author img

By

Published : Apr 8, 2021, 7:39 AM IST

snatched gold  from women in  subaranapur
ମହିଳାଙ୍କ ହାତରୁ ସୁନା ଝାମ୍ପି ନେଲେ ଦୁବୃର୍ତ୍ତ

ଘର ସାମ୍ନାରୁ ମହିଳାଙ୍କ ହାତରୁ ସୁନା ଝାମ୍ପି ନେଲେ ଦୁବୃର୍ତ୍ତ । ସୁବର୍ଣ୍ଣପୁରରୁ ଆସିଛି ଅଭିଯୋଗ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଲୁଟପାଟ ଓ ଛିନତାଇ । ଘର ସାମ୍ନାରୁ ମହିଳାଙ୍କ ହାତରୁ ଝାମ୍ପି ନେଲେ ଗହଣା । ସହରର ଶାନ୍ତି ନଗରରେ ଏଭଳି ଏକ ଘଟଣା ଘଟିଛି । ଅଭିଯୋଗ ଅନୁସାରେ ଶ୍ୟାମସୁନ୍ଦର ପଣ୍ଡାଙ୍କ ପତ୍ନୀ ପ୍ରଭାବତୀ ପୁରୋହିତ ନିଜ ସମ୍ପର୍କିୟଙ୍କ ସହ ସନ୍ଧ୍ୟା ସମୟରେ ଚନ୍ଦ୍ରୀକା ଜୁଏଲର୍ସରୁ ଏକ ସୁନାର ମାଳି ଓ ରୁପାର ପାଉଁଜି କିଣି ଘରକୁ ଫେରୁଥିଲେ ।

ମହିଳାଙ୍କ ହାତରୁ ସୁନା ଝାମ୍ପି ନେଲେ ଦୁବୃର୍ତ୍ତ

ତେବେ ତାଙ୍କୁ ପିଛା କରି ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଘର ସାମ୍ନାରୁ ସୁନା ଝାମ୍ପି ନେଇଥିବା ଅଭିଯୋଗ ହୋଇଛି । ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ତନାଘନା କରିବା ସହ ସୁନା ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରୁଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.