ETV Bharat / state

ଜବର ଦଖଲକାରୀଙ୍କୁ ଉଚ୍ଛେଦ ନେଇ ସୁବର୍ଣ୍ଣପୁରରେ ବିକ୍ଷୋଭ

author img

By

Published : Jun 27, 2022, 4:00 PM IST

ଜବର ଦଖଲକାରୀଙ୍କୁ ଉଚ୍ଛେଦ ନେଇ ବିକ୍ଷୋଭ ପ୍ରଦର୍ଶନ
ଜବର ଦଖଲକାରୀଙ୍କୁ ଉଚ୍ଛେଦ ନେଇ ବିକ୍ଷୋଭ ପ୍ରଦର୍ଶନ

ଜବର ଦଖଲକାରୀଙ୍କୁ ଉଚ୍ଛେଦ ନେଇ ସଦର ବ୍ଳକ ଅନ୍ତର୍ଗତ ମାଟିଆ ପାଲି ଗାଁ ଲୋକେ ଆଜି ତହସିଲଦାରଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ ମାଟିଆ ପାଲି ଗାଁ ଲୋକେ । ସ୍ଥାନୀୟ ବ୍ଲକ ଛକରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗାଁର ବିଦ୍ୟାଳୟର ଖେଳ ପଡିଆରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ଦାବିରେ ଅଭିଭାବକ, ବିଦ୍ୟାଳୟ ଗ୍ରାମ୍ୟ ଶିକ୍ଷା କମିଟି ଓ ଗ୍ରାମବାସୀ ଏହି ଆନ୍ଦୋଳନ କରିଥିଲେ ।

ଜବର ଦଖଲକାରୀଙ୍କୁ ଉଚ୍ଛେଦ ନେଇ ବିକ୍ଷୋଭ ପ୍ରଦର୍ଶନ

ଗତ 1998-99 ମସିହାରେ ତତ୍କାଳୀନ ଜିଲ୍ଲାପାଳ ବିଦ୍ୟାଳୟ ସଂଲଗ୍ନ ସରକାରୀ ଜମିକୁ ଖେଳପଡିଆ ଭାବେ ବ୍ୟବହୃତ କରିବା ପାଇଁ ଗ୍ରାମବାସୀଙ୍କୁ ଅନୁମତି ଦେଇଥିଲେ । ଏହି ସରକାରୀ ଜମି ବିଦ୍ୟାଳୟ ନାଁରେ ପଟ୍ଟା କରିବା ପାଇଁ ବି ପ୍ରତିଶୃତି ଦେଇଥିଲେ । ହେଲେ ରାଜସ୍ବ ବିଭାଗର ଅବହେଳା ଯୋଗୁଁ ବିଦ୍ୟାଳୟ ନାଁରେ ପଟ୍ଟା ହୋଇ ପାରିନାହିଁ । ସମୟ କ୍ରମେ ଗାଁର ଚାରି ଜଣ ବ୍ୟକ୍ତି ଖେଳ ପଡିଆର କିଛି ଅଂଶ ନିଜ ଜବରଦଖଲରେ ରଖି ବ୍ୟବହାର କରୁଛନ୍ତି । ଫଳରେ ଛାତ୍ରଛାତ୍ରୀମାନଙ୍କ ଖେଳକୁଦରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି ।

ତୁରନ୍ତ ଜବରଦଖଲକାରୀଙ୍କୁ ସରକାରୀ ଜମିରୁ ଉଚ୍ଚେଦ କରି ସମ୍ପୂର୍ଣ୍ଣ ଖେଳ ପଡିଆ ବିଦ୍ୟାଳୟ ନାଁରେ କରିବା ପାଇଁ ଦାବି କରିଛନ୍ତି ।ଦାବି ପୂରଣ ନ ହେଲେ ଆଗକୁ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.