ETV Bharat / state

ଆସନ୍ତା ୨୯ରେ ଜାତୀୟ ରାଜପଥ ଅବରୋଧ କରିବ କୋଶଳ ମୁକ୍ତି ମୋର୍ଚ୍ଚା

author img

By

Published : Jul 27, 2022, 2:16 PM IST

ଆସନ୍ତା ୨୯ରେ ଜାତୀୟ ରାଜପଥ ଅବରୋଧ କରିବ କୋଶଳ ମୁକ୍ତି ମୋର୍ଚ୍ଚା
ଆସନ୍ତା ୨୯ରେ ଜାତୀୟ ରାଜପଥ ଅବରୋଧ କରିବ କୋଶଳ ମୁକ୍ତି ମୋର୍ଚ୍ଚା

କେବିକେ ଅଞ୍ଚଳକୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବିରେ ଆସନ୍ତା ୨୯ରେ ଜାତୀୟ ରାଜପଥ ଅବରୋଧ କରିବ କୋଶଳ ମୁକ୍ତି ମୋର୍ଚ୍ଚା । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: କେବିକେ ଅଞ୍ଚଳକୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବିରେ ଆସନ୍ତା ୨୯ରେ ଜାତୀୟ ରାଜପଥ ଅବରୋଧ କରିବ କୋଶଳ ମୁକ୍ତି ମୋର୍ଚ୍ଚା ।୨୯ ତାରିଖ ସକାଳୁ ଦୁଇ ଘଣ୍ଟା ଧରି ଅର୍ଥନୈତିକ ଅବରୋଧ କରିବା ପାଇଁ କେନ୍ଦ୍ରିୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଆସନ୍ତା ୨୯ରେ ଜାତୀୟ ରାଜପଥ ଅବରୋଧ କରିବ କୋଶଳ ମୁକ୍ତି ମୋର୍ଚ୍ଚା

ସୂଚନାଅନୁସାରେ, ଗତ 5 ଜୁନରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଆନ୍ଦୋଳନ ସଫଳତା ପରେ ଆଗକୁ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ନିଷ୍ପତ୍ତି ନେଇଛି ସଂଘ । ଗାଁରୁ ସହର କୋଶଳ ମୁକ୍ତି ମୋର୍ଚ୍ଚା ପାଇଁ ସଭ୍ୟ ଓ ପ୍ରଚାରକ ସଂଗ୍ରହ କରିବା ସହିତ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ପ୍ରସ୍ତୁତି କରାଯାଇଛି । ଅର୍ଥନୈତିକ ଅବରୋଧ, ବନ୍ଦ ପାଳନ, ଜିଲ୍ଲା ପ୍ରଶାସନ ଆଗରେ ବିକ୍ଷୋଭ ପ୍ରଦର୍ଶନ, ଦାନ ସଂଗ୍ରହ, ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନରେ ସାମିଲ କରିବା ଆଦି ବିଭିନ୍ନ ନିଷ୍ପତ୍ତି ନେଇ ଆନ୍ଦୋଳନ ଆଗକୁ ଆଗକୁ ମାଡି ଚାଲିବ ବୋଲି ସୂଚନା ଦିଆଯାଇଛି । ତେବେ ଆଜି(ବୁଧବାର) ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଗାମୀ 29 ତାରିଖରେ ହେବାକୁ ଥିବା ଆନ୍ଦୋଳନ ସଫଳ କରିବା ପାଇଁ ଜନସାଧାରଣ ଓ ବିଭିନ୍ନ ସଂଗଠନକୁ ଆହ୍ବାନ କରିଛନ୍ତି ସଂଯୋଜକ ଶ୍ୟାମା ଓଁ ପ୍ରସାଦ ମିଶ୍ର ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.