ETV Bharat / state

ଖରିଫ ଋତୁ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ବୈଠକ

author img

By

Published : Nov 1, 2019, 4:10 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଚଳିତ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ବୈଠକରେ ଉପସ୍ଥିତ ମନ୍ତ୍ରୀ ଓ ବିଧାୟକ ଚାଷୀଙ୍କ ସମସ୍ୟା ଶୁଣି ସମାଧାନ ପାଇଁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


ସୁବର୍ଣ୍ଣପୁର: ଚଳିତ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଜିଲ୍ଲାରେ ଆୟୋଜିତ ହୋଇଯାଇଛି ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଆୟୋଜିତ ବୈଠକରେ ଜିଲ୍ଲାର ଉଭୟ ବିଧାୟକ ତଥା ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସାମିଲ ହୋଇଥିଲେ । ବୈଠକରେ ଉପସ୍ଥିତ ମନ୍ତ୍ରୀ ଓ ବିଧାୟକ ଚାଷୀଙ୍କ ସମସ୍ୟା ଶୁଣି ସମାଧାନ ପାଇଁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭିିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଚଳିତ ବର୍ଷ 64ଟି ସେବା ସମବାୟ ସମିତି ସହ 17ଟି ଆରଏମସି କ୍ରୟ କେନ୍ଦ୍ର ମାଧ୍ୟମରେ ଧାନ ସଂଗ୍ରହ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ସେହିପରି ଚଳିତ ବର୍ଷ ଖରିଫରେ 1 ଲକ୍ଷ 46 ହଜାର 300 କ୍ବିଣ୍ଟାଲ ଚାଉଳ ପାଇଁ ଧାନ ସଂଗ୍ରହ କରିବାକୁ ନିଷ୍ପତ୍ତି ହୋଇଛି । ଏଥିସହିତ ଚାଷୀଙ୍କୁ ଚଳିତ ଥର ସାଧାରଣ ଧାନ କ୍ବିଣ୍ଟାଲ ପିଛା 1815 ଟଙ୍କା ଓ ଗ୍ରେଡ-1 ଧାନ 1835 ଟଙ୍କାରେ ଦିଆଯିବା ନେଇ ହୋଇଥିବା ସରକାରୀ ନିଷ୍ପତ୍ତିକୁ ବୈଠକରେ ଘୋଷଣା କରାଯାଇଛି । ଆଗାମୀ 15 ତାରିଖରୁ ଜିଲ୍ଲାର ସମସ୍ତ 6 ଗୋଟି ବ୍ଲକର ପ୍ରତ୍ୟେକ ପଞ୍ଚାୟତରୁ ଚାଷୀଙ୍କ ପାଖରୁ ସିଧାସଳଖ ଧାନ ସଂଗ୍ରହ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ଖରିଫ ୠତୁ ଧାନ ସଂଗ୍ରହ ପାଇଁଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଜିଲ୍ଲାର ଉଭୟ ବିଧାୟକ ତଥା ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ଚାଷୀଙ୍କ ସମସ୍ୟା ଶୁଣି ସମାଧାନ ପାଇଁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।ଚଳିତ ବର୍ଷ 64ଟି ସେବା ସମବାୟ ସମିତି ଓ 17 ଗୋଟି ଆରଏମସି କ୍ରୟ କେନ୍ଦ୍ର ମାଧ୍ୟମରେ ଧାନ ସଂଗ୍ରହ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି।


Body:ସେହିପରି ଚଳିତ ବର୍ଷ ଖରିଫରେ 1 ଲକ୍ଷ 46 ହଜ଼ାର 300 କୁଇଣ୍ଟାଲ ଚାଉଳ ପାଇଁ ଧାନ ସଂଗ୍ରହ କରିବା ପାଇଁ ନିଷ୍ପତ୍ତି ହୋଇଛି।ଏଥର ସାଧାରଣ ଧାନ କୁଇଣ୍ଟାଲ ପିଛା 1815 ଟଙ୍କା ଓ ଗ୍ରେଡ 1 ଧାନ 1835 ଟଙ୍କା ଚାଷିଙ୍କୁ ଦିଆଯିବ ବୋଲି ସରକାରୀ ନିଷ୍ପତ୍ତିକୁ ବୈଠକରେ ଘୋଷଣା କରାଯାଇଥିଲା।ସମସ୍ତ 6 ଗୋଟି ବ୍ଲକରେ ପ୍ରତ୍ୟେକ ପଂଚାୟତରୁ ଚାଷୀଙ୍କ ପାଖରୁ ସିଧାସଳଖ ଧାନ ସଂଗ୍ରହ ପାଇଁ ଆଗମୀ 15 ତାରିଖରୁ ଧାନ କିଣିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।
ବାଇଟ 1 ବିବେକାନନ୍ଦ କରକରା , ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ , ସୁବର୍ଣ୍ଣପୁର।


Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.