ETV Bharat / state

ବଢୁଛି ହାତୀ ଉପଦ୍ରବ, କ୍ଷତି ପୂରଣ ଆଶାରେ ପ୍ରଭାବିତ ଚାଷୀ

author img

By

Published : Aug 29, 2020, 8:56 AM IST

elephant attack in subarnapur, elephant attack, subarnapur latest news, farmer's problem in subarnapur, ସୁବର୍ଣ୍ଣପୁରରେ ହାତୀ ଉପଦ୍ରବ, ହାତୀ ଉପଦ୍ରବ, ସୁବର୍ଣ୍ଣପୁର ଲାଟେଷ୍ଟ ନ୍ୟୁଜ୍‌, ସୁବର୍ଣ୍ଣପୁରରେ ଚାଷୀଙ୍କ ସମସ୍ୟା
ବଢୁଛି ହାତୀ ଉପଦ୍ରବ, କ୍ଷତି ପୂରଣ ଆଶାରେ ପ୍ରଭାବିତ ଚାଷୀ

ସୁବର୍ଣ୍ଣପୁର ଜିଲ୍ଲା ଉପାନ୍ତରେ ଥିବା ବିରମହାରାଜପୁର ବନାଞ୍ଚଳର ଗୌଡଗାଡ ଗାଁରେ ପୁଣି ଦେଖିବାକୁ ମିଳିଛି ହାତୀ ପଲଙ୍କ ଉପଦ୍ରବ । ଦିନ ଦ୍ବିପ୍ରହରରେ ହାତୀ ପଲ ଆସି ଅନେକ ଚାଷୀଙ୍କ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।

ସୁବର୍ଣ୍ଣପୁର: ଜିଲ୍ଲାରେ ବଢିବାରେ ଲାଗିଛି ହାତୀ ଉପଦ୍ରବ । ଉପାନ୍ତରେ ଥିବା ବିରମହାରାଜପୁର ବନାଞ୍ଚଳର ଗୌଡଗାଡ ଗାଁରେ ପୁଣି ଦେଖିବାକୁ ମିଳିଛି ହାତୀ ପଲଙ୍କ ଉପଦ୍ରବ । ଦିନ ଦ୍ବିପ୍ରହରରେ ହାତୀ ପଲ ଆସି ଅନେକ ଚାଷୀଙ୍କ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଦଳରେ ଛଅ ଘର ହାତୀ ଆସି ଗାଁର ମାଗୁଣି ଦୀପ, ରାତ୍ର ଦୀପଙ୍କ ପାଖାପାଖି 4 ଏକର ଜମିରେ ହୋଇଥିବା ଧାନ ଚାଷକୁ ଦଳି ଚକଟି ନଷ୍ଟ କରି ଦେଇଥିବା ଜଣା ପଡିଛି ।

ବଢୁଛି ହାତୀ ଉପଦ୍ରବ, କ୍ଷତି ପୂରଣ ଆଶାରେ ପ୍ରଭାବିତ ଚାଷୀ

ସେପଟେ ପାଖରେ ଥିବା ଗୌଡଗାଡ ସଂରକ୍ଷିତ ଜଙ୍ଗଲରୁ ହାତୀମାନେ ଆସି ଫସଲ ନଷ୍ଟ କରୁଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ନେଇ କୌଣସି ପଦକ୍ଷେପ ନିଆଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ହାତୀଙ୍କ ଉପଦ୍ରବରୁ ଚାଷୀଙ୍କ ଧନ ଜୀବନର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ସାଧାରଣରେ ଦାବି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.