ETV Bharat / state

ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ଦାବିରେ ବିକ୍ଷୋଭ

author img

By

Published : Aug 18, 2022, 6:14 PM IST

ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ଦାବିରେ ବିକ୍ଷୋଭ
ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ଦାବିରେ ବିକ୍ଷୋଭ

ଚୁକ୍ତି ଭିତ୍ତିକ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ସପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାକୁ ଉଚ୍ଛେଦ ଦାବିରେ ବିକ୍ଷୋଭ ପ୍ରଦର୍ଶନ । ଚୁକ୍ତି ଭିତ୍ତିକ ସରକାରୀ କର୍ମଚାରୀ ସଂଘ(Contractual Government Employees Union) ପକ୍ଷରୁ ଏନେଇ ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ସଂଘର ଆହ୍ବାନରେ ଜିଲ୍ଲା ଶାଖାର ଶହ ଶହ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ଦାବିରେ ବିକ୍ଷୋଭ

ଜିଲ୍ଲା ସଭାପତି ଚିନ୍ମୟାନନ୍ଦ ପାଢୀଙ୍କ ନେତୃତ୍ବରେ କର୍ମଚାରୀମାନେ ଦସ୍ତଖତ ଅଭିଯାନରେ ସାମିଲ ହୋଇ ଠିକା ନିଯୁକ୍ତି ପ୍ରଥାକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ସରକାର ଏବେ ପ୍ରଥମ ଛଅ ବର୍ଷ ଠିକା କର୍ମଚାରୀ ଭାବେ ନିଯୁକ୍ତି ଦେଉଥିବାବେଳେ, ୬ ବର୍ଷ ପରେ ତାଙ୍କ ଚାକିରି ସ୍ଥାୟୀ କରାଯାଉଛି । ପ୍ରଥମ ଛଅ ବର୍ଷର କାର୍ଯ୍ୟକୁ ସରକାର ମାନ୍ୟତା ଦେଉନ ଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ । ତେବେ ପ୍ରଥମ ଛଅ ବର୍ଷକୁ ମାନ୍ୟତା ଦେବା ସହିତ ସ୍ଥାୟୀ ଚାକିରି, ଦରମା ଓ ଭତ୍ତା ଦାବି କରିଛନ୍ତି ।

ଦାବି ପୂରଣ ପାଇଁ ଗତ ୧୬ ତାରିଖରେ ଆରମ୍ଭ ହୋଇଥିବା ବିକ୍ଷୋଭ ଆଗାମୀ ୨୨ ତାରିଖ ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବ । ଦାବି ପୂରଣ ନ ହେଲେ ଚଳିତ ମାସ ଶେଷ ସପ୍ତାହରେ ରାଜଧାନୀରେ ଆନ୍ଦୋଳନ କରିବେ ବୋଲି ଜିଲ୍ଲା ସଭାପତି ଚେତାବନୀ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.