ETV Bharat / state

ସୁବର୍ଣ୍ଣପୁର କଂଗ୍ରେସର ଜେଲଭରୋ ଆନ୍ଦୋଳନ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

author img

By

Published : Aug 5, 2022, 4:35 PM IST

Updated : Aug 5, 2022, 4:47 PM IST

କଂଗ୍ରେସର ଜେଲଭରୋ ଆନ୍ଦୋଳନ: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ
କଂଗ୍ରେସର ଜେଲଭରୋ ଆନ୍ଦୋଳନ: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟିର ଜେଲଭରୋ ଆନ୍ଦୋଳନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କଲା ଦଳ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଓ ବରିଷ୍ଠ ସଭ୍ୟ ମାନଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଏହି ଜେଲଭରୋ ଆନ୍ଦୋଳନରେ ସାମିଲ ହୋଇଥିଲେ । ତେବେ ଦୀର୍ଘଦିନ ପରେ ଜିଲ୍ଲାର ପ୍ରାୟ ସମସ୍ତ କଂଗ୍ରେସ ନେତାଙ୍କୁ ଏକତ୍ର ଭାବେ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

କଂଗ୍ରେସର ଜେଲଭରୋ ଆନ୍ଦୋଳନ: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ବିରୋଧି ଯୋଜନାକୁ ବିରୋଧ କରି ଦେଶବ୍ୟାପୀ ଜେଲଭରୋ ଆନ୍ଦୋଳନର ଡାକରା ଦେଇଛି କଂଗ୍ରେସ । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି(ଶୁକ୍ରବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଆଗରୁ କଂଗ୍ରେସ କର୍ମୀମାନେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ ।

କଂଗ୍ରେସର ଜେଲଭରୋ ଆନ୍ଦୋଳନ: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ
କଂଗ୍ରେସର ଜେଲଭରୋ ଆନ୍ଦୋଳନ: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ କଂଗ୍ରେସ କର୍ମୀମାନେ ମୁଖ୍ୟ ଫାଟକ ଠେଲି ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ତେବେ ଏଠାରେ କେନ୍ଦ୍ର ସରକାର ପ୍ରତିଶୋଧ ପରାୟଣ ହୋଇ ରାହୁଲ ଓ ସୋନିଆ ଗାନ୍ଧୀଙ୍କ ଉପରେ ବେଆଇନ କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ କରିଛି ଦଳ ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated :Aug 5, 2022, 4:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.