ETV Bharat / state

ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ସମର୍ଥନ ନ କରିବାରୁ ସମିତି ସଭ୍ୟଙ୍କୁ ଆକ୍ରମଣ

author img

By

Published : Mar 15, 2022, 9:50 PM IST

ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ସମର୍ଥନ ନକରିବାରୁ ସମିତି ସଭ୍ୟଙ୍କୁ ଆକ୍ରମଣ
ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ସମର୍ଥନ ନକରିବାରୁ ସମିତି ସଭ୍ୟଙ୍କୁ ଆକ୍ରମଣ

ମହଦା ସମିତି ସଭ୍ୟ ମକରଧ୍ବଜଙ୍କୁ ଆକ୍ରମଣ । ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ସମର୍ଥନ ନକରିବାରୁ ସମିତି ସଭ୍ୟଙ୍କୁ ଆକ୍ରମଣ। ଏନେଇ ବିନିକା ଥାନାରେ ମକରଧ୍ବଜ ଲିଖିତ ଅଭିଯୋଗ କରିଛନ୍ତି। ଅଧିକ ପଢ଼ନ୍ତୁ

ସୋନପୁର: ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ସମର୍ଥନ ନକରିବାରୁ ମହଦା ସମିତି ସଭ୍ୟଙ୍କୁ ଆକ୍ରମଣ । ଏଭଳି ଘଟଣା ଘଟିଛି ଜିଲ୍ଲାର ବିନିକା ସହରରେ । ଏନେଇ ବିନିକା ଥାନାରେ ମହଦା ସମିତି ସଭ୍ୟ ମକରଧ୍ବଜ ଲିଖିତ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ନବନିର୍ବାଚିତ ମହଦା ସମିତି ସଭ୍ୟ ମକରଧ୍ବଜ ପୁଅ ସହିତ ବିନିକା ସହରକୁ ବଜାର କରିବା ପାଇଁ ଯାଇଥିଲେ। ବଜାରରେ କାମ ସାରି ପେଟ୍ରୋଲ ପମ୍ପରେ ଗାଡି଼ରେ ତେଲ ଭର୍ତ୍ତି କରୁଥିବା ସମୟରେ ବିଜେଡିର ପୂର୍ବତନ ବ୍ଲକ ସଭାପତି ଶେଖର ଓ ଅନ୍ୟ ଦୁଇଜଣ ବ୍ୟକ୍ତି ସେଠାରେ ପହଁଞ୍ଚିଥିଲେ। ଉଭୟ ସମିତି ସଭ୍ୟଙ୍କ ସହ କଥା ହେବା ପରେ ଆରମ୍ଭ ହୋଇଥିଲା ବଚସା ।

ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ସମର୍ଥନ ନକରିବାରୁ ସମିତି ସଭ୍ୟଙ୍କୁ ଆକ୍ରମଣ

ଏହି ବଚସାକୁ ନେଇ ମକରଧ୍ବଜଙ୍କ ଉପରେ ହୋଇଥିଲା ଆକ୍ରମଣ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମକରଧ୍ବଜଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି। ବ୍ଳକ ଅଧ୍ୟକ୍ଷ ନିର୍ବାଚନରେ ମକରଧ୍ବଜ ବିଜେଡିକୁ ସମର୍ଥନ କରିନଥିବାରୁ ବିଜେଡି ନେତାଏ ଏହି ଆକ୍ରମଣ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ବିଜେଡି ନେତାଙ୍କ ଏପରି କାର୍ଯ୍ୟକଳାପ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆକ୍ରମଣକାରୀ ବିଜେଡି ନେତାଏ ପୋଲିସ ହାତରେ ଧରାପଡି ନଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.